ଅନୁଷ୍କା ଶର୍ମା ଆହତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆହତ। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଏନେଇ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେଆର କରି ଖୋଦ୍ ଅନୁଷ୍କା ଶର୍ମା ସୂଚନା ଦେଇଛନ୍ତି। ସେପଟେ ଅନୁଷ୍କାଙ୍କ ଏହି ଫଟୋକୁ ଦେଖି ତାଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡିଛନ୍ତି। ଫଟୋରେ ଅନୁଷ୍କାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ସ୍ପଷ୍ଟ ଭାବେ ନଜର ଆସିଛିି। ଏଥିସହ ରକ୍ତସ୍ରାବର ଚିହ୍ନ ଥିବା ମଧ୍ୟ ଦେଖିବାକୁ ମିଳିଛି । ସେ ଖୁବଶୀଘ୍ର ଯେପରି ସୁସ୍‌ଥ ହୋଇଯିବେ ସେଥିପାଇଁ ତାଙ୍କ ଫ୍ୟାନ୍‌ମାନେ […]

anushka-sharma

Madhupriya Mistry
  • Published: Wednesday, 19 October 2022
  • , Updated: 19 October 2022, 12:50 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆହତ। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଏନେଇ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେଆର କରି ଖୋଦ୍ ଅନୁଷ୍କା ଶର୍ମା ସୂଚନା ଦେଇଛନ୍ତି। ସେପଟେ ଅନୁଷ୍କାଙ୍କ ଏହି ଫଟୋକୁ ଦେଖି ତାଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡିଛନ୍ତି। ଫଟୋରେ ଅନୁଷ୍କାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ସ୍ପଷ୍ଟ ଭାବେ ନଜର ଆସିଛିି। ଏଥିସହ ରକ୍ତସ୍ରାବର ଚିହ୍ନ ଥିବା ମଧ୍ୟ ଦେଖିବାକୁ ମିଳିଛି । ସେ ଖୁବଶୀଘ୍ର ଯେପରି ସୁସ୍‌ଥ ହୋଇଯିବେ ସେଥିପାଇଁ ତାଙ୍କ ଫ୍ୟାନ୍‌ମାନେ କାମନା କରିଛନ୍ତି।

ଅନୁଷ୍କା ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ‘ଚକଦା ଏକ୍ସପ୍ରେସ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ଦେଶର ପୂର୍ବତନ ମହିଳା କ୍ରିକେଟର୍ ଝୁଲଣ ଗୋସ୍ୱାମୀଙ୍କ ଚରିତ୍ରରେ ନଜର ଆସିବେ। ଦୀର୍ଘ ଦିନ ପରେ ଅନୁଷ୍କା ଏହି ଫିଲ୍ମ ଜରିଆରେ ପରଦାକୁ ଆସିବାକୁ ଯାଉଛନ୍ତି। ଝିଅ ଭମିକାର ଜନ୍ମ ପରେ ଅନୁଷ୍କା ଫିଲ୍ମ କ୍ୟାରିୟର୍‌ରୁ ବ୍ରେକ୍ ନେଇଥିଲେ।

ଝୁଲଣ ଗୋସ୍ୱାମୀଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ଅନୁଷ୍କା ଦିନରାତି ପରିଶ୍ରମ କରୁଛନ୍ତି । ନିକଟରେ ଏହି ଫିଲ୍ମର ଶୁଟିଂସେଟ୍‌ରୁ ଅନୁଷ୍କା ଏକ ଫଟୋ ଶେଆର କରିଥିଲେ। ଏଥିରେ ସେ କ୍ରିକେଟ୍ ଜର୍ସି ଓ ଧଳା ରଙ୍ଗ ଜୋତା ପିନ୍ଧି କ୍ରିକେଟ୍ ଖେଳୁଥିବା ଦେଖିବାକୁ ମିଳିଥିଲା।

 

View this post on Instagram

 

A post shared by AnushkaSharma1588 (@anushkasharma)

Related story