Advertisment

ନିକାର ୨୯ ବର୍ଷ ପରେ ଏଆର ରହମାନଙ୍କ ଠାରୁ ଅଲଗା ହେଲେ ସାଇରା

ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।

AR Rahman

AR Rahman

Advertisment

ମ୍ୟୁଜିକ ମାଷ୍ଟ୍ରୋ ଏଆର ରହମାନ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ହୋଇଛି ବିଚ୍ଛେଦ। ଦମ୍ପତିଙ୍କ ବିଚ୍ଛେଦ ସମ୍ପର୍କରେ ପୁରସ୍କାର ପ୍ରାପ୍ତ ଓକିଲ ବନ୍ଦନା ଶାହ ଓ ଆସୋସିଏଟ ପକ୍ଷରୁ ବିବୃତି ଜାରି କରି ସୂଚନା ଦିଆଯାଇଛି।

Advertisment

୫୭ ବର୍ଷୀୟ ଏଆର ରହମାନ ୧୯୯୫ ମସିହାରେ ସାଇରାଙ୍କୁ ନିକା କରିଥିଲେ। ସେମାନଙ୍କର ୩ଟି ସନ୍ତାନ ମଧ୍ୟ ରହିଛନ୍ତି। ହେଲେ ଦୀର୍ଘ ୨୯ ବର୍ଷର ନିକାରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।

Advertisment

ସାଇରାଙ୍କ ପକ୍ଷରୁ ତାଙ୍କ ଟିମ ଜାରି କରିଥିବା ବିବୃତିରେ କୁହାଯାଇଛି ଯେ “ଦୀର୍ଘ ବର୍ଷର ବିବାହ ପରେ ସାଇରା ଅତ୍ୟନ୍ତ କଷ୍ଟକର ନିଷ୍ପତ୍ତିକ୍ରମେ ତାଙ୍କ ସ୍ୱାମୀ ଏଆର ରହମାନଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସମ୍ପର୍କରେ ଅନେକ ଭାବବିହ୍ୱଳ ଭଟା ସୃଷ୍ଟି ହେବା ପରେ ଏପରି ନିଷ୍ପତ୍ତି ସାଇରା ନେଇଛନ୍ତି।

ସେମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଗଭୀର ଭଲ ପାଇବା ଥିଲେ ମଧ୍ୟ ଚାପ ଓ ଅସୁବିଧା ଦମ୍ପତିଙ୍କ ମଧ୍ୟରେ ଏମିତି ଏକ ପାର୍ଥକ୍ୟ ସୃଷ୍ଟି କରିଛି ଯାହାକୁ ପୂରା କରିବା ଦୁଇ ପକ୍ଷ ମଧ୍ୟରେ ଆଉ ସମ୍ଭବ ନୁହେଁ। ଅତ୍ୟନ୍ତ କଷ୍ଟ ଓ ଯନ୍ତ୍ରଣାର ସହ ସାଇରା ଏପରି ନିଷ୍ପତ୍ତି ନେଇଛନ୍ତି।

ଏହି ଚ୍ୟାଲେଞ୍ଜିଂ ସମୟ ମଧ୍ୟରେ ସାଇରା ଜନସାଧାରଣଙ୍କଠାରୁ ଗୋପନୀୟତା ପାଇଁ ଅନୁରୋଧ କରନ୍ତି। କାରଣ ସେ ଏବେ ତାଙ୍କ ଜୀବନର ସବୁଠାରୁ ଖରାପ ଅଧ୍ୟାୟ ଦେଇ ଗତି କରୁଛନ୍ତି।”

AR Rahman
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe