Advertisment

ରାଗିଗଲେ ଏଆର୍‌ ରହମାନ, ନୋଟିସ୍‌ ପଠାଇଲେ, ଚେତାବନୀ ଦେଲେ

ଦୀର୍ଘ ୨୯ ବର୍ଷର ବିବାହ ପରେ ଏଆର୍ ରହମାନ ନିଜ ପତ୍ନୀ ସାଇରା ବାନୁଙ୍କ ଠାରୁ ଅଲଗା ହୋଇଛନ୍ତି। ଦୁହିଁଙ୍କ ଛାଡପତ୍ରକୁ ନେଇ ଅନେକ ପ୍ରକାରର ଖବର ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

AR Rahman

AR Rahman

Advertisment

ପ୍ରଖ୍ୟାତ ତଥା ଓସ୍କାର ବିଜେତା ସଙ୍ଗୀତକାର ଏଆର୍‌ ରହମାନ। ସର୍ବଦା ନିଜ ସଙ୍ଗୀତ ଓ ମ୍ୟୁଜିକ୍‌କୁ ନେଇ ଚର୍ଚ୍ଚାରେ ରହୁଥିବା ଏଆର୍‌ ରହମାନ ଏବେ କିନ୍ତୁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଲାଇମ୍‌ଲାଇଟ୍‌ରେ ଅଛନ୍ତି। ପତ୍ନୀ ସାଇରା ବାନୁଙ୍କ ସହ ଛାଡ଼ପତ୍ର ଘୋଷଣା ପରେ ସେ ପାଲଟିଛନ୍ତି ହେଡ୍‌ଲାଇନ।ତାକୁ ନେଇ ଚାଲିଛି ନାନା କଥା। ପ୍ରସାରିତ ହେଉଛି ଅନେକ ଖବର। ଏହାକୁ ନେଇ ଏବେ ରାଗି ଯାଇଛନ୍ତି ଏହି ଖ୍ୟାତନାମା ସିଙ୍ଗର୍‌ ତଥା ମ୍ୟୁଜିସିଆନ୍‌।

Advertisment

ଦୀର୍ଘ ୨୯ ବର୍ଷର ବିବାହ ପରେ ଏଆର୍ ରହମାନ ନିଜ ପତ୍ନୀ ସାଇରା ବାନୁଙ୍କ ଠାରୁ ଅଲଗା ହୋଇଛନ୍ତି। ତେବେ ଦୁହିଁଙ୍କ ଛାଡପତ୍ରକୁ ନେଇ ଅନେକ ପ୍ରକାରର କଣ୍ଟେଣ୍ଟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଆପିତ୍ତି ଉଠାଇଛନ୍ତି ଏଆର୍ ରହମାନ। ଏହିପରି ଖବର ସେୟାର କରୁଥିବା ଲୋକଙ୍କ ବିରୋଧରେ ସେ ଆଇନର ସାହାରା ନେଇଛନ୍ତି। ଏଭଳି ଖବର ଉପରେ ବ୍ରେକ୍‌ ଲଗାଇବା ପାଇଁ ପଠାଇଛନ୍ତି ନୋଟିସ୍‌।

ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ରହମାନ ୪ ପୃଷ୍ଠା ସମ୍ବଳିତ ନୋଟିସ୍‌କୁ ସେୟାର ମଧ୍ୟ କରିଛନ୍ତି। ଏଥିରେ ଏଆର୍‌ ରହମାନଙ୍କ ବିରୋଧରେ ଅନେକ ମିଥ୍ୟା ଗୁଜବ ପ୍ରଚାର କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚେତାବନୀ ମଧ୍ୟ ଦିଆଯାଇଛି।

Advertisment

ଏଥିରେ କୁହାଯାଇଛି ଯେ, ଯେଉଁମାନେ ଏଆର୍‌ ରହମାନଙ୍କ ବିରୋଧରେ ଆପତ୍ତିଜନକ କଣ୍ଟେଣ୍ଟ ସେୟାର କରୁଛନ୍ତି ସେମାନଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି। କିଛି ଦିନ ପୂର୍ବେ ଏଆର୍‌ ରହମାନ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ନିଜ ଛାଡପତ୍ରର ସୂଚନା ଦେଇଥିଲେ। କିଛି ଖବରକାଜରେ ଏହି ଖବର ପ୍ରକାଶ ପାଇଥିଲା। ଏଥିସହ ଦମ୍ପତିଙ୍କ ମିଳିତ ବୟାନକୁ ମଧ୍ୟ ସେଥିରେ ଉପସ୍ଥାପିତ କରାଯାଇଥିଲା।

ଅନେକ ସ୍ଥାନରେ ଏଭଳି ଖବର ଓ ସାକ୍ଷାତକାରଗୁଡ଼ିକ ପ୍ରଦର୍ଶିତ କରାଯାଇଥିଲା, ଯାହା ସମ୍ପୂର୍ଣ୍ଣ ଭୁଲ୍ ଏବଂ ମିଥ୍ୟା ଥିଲା। ତାଙ୍କୁ ବଦନାମ କରିବା ଏବଂ ତାଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଏଭଳି ମିଥ୍ୟା ଖବର ପ୍ରସାରିତ କରାଯାଇଥିଲା। ଏଭଳି ଅପମାନଜନକ କଣ୍ଟେଣ୍ଟ ସେୟାର ନକରିବାକୁ କିମ୍ବା ଅନ୍ୟମାନଙ୍କୁ ଏହା କରିବାକୁ ଉତ୍ସାହିତ ନକରିବାକୁ ଚେତାବନୀ ଦିଆଯାଇଛି।

ତୁରନ୍ତ୨୪ ଘଣ୍ଟା ଭିତରେ ଏଭଳି ଅପମାନଜନକ କଣ୍ଟେଣ୍ଟ ହଟାଇବାକୁ ଏଆର୍‌ ରହମାନ କହିଛନ୍ତି। ଯଦି ଏଭଳି ନକରାଯାଏ ତେବେ ଧାରା ୩୫୬ ଅନୁଯାୟୀ ଅପରାଧିକ ମାନହାନୀ ମାମଲା ରୁଜୁ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହି ନୋଟିସ୍‌ ବିଶେଷ ରୂପେ ୟୁଟ୍ୟୁବ୍, ଏକ୍ସ, ଇନଷ୍ଟାଗ୍ରାମ, ଫେସବୁକ୍ ପରି ଅନଲାଇନ୍ ନ୍ୟୁଜ୍ ପୋର୍ଟାଲଗୁଡିକ ପାଇଁ ମଧ୍ୟ ଜାରି କରାଯାଇଛି।

କହିରଖୁ ଯେ, ୫୭ ବର୍ଷୀୟ ଏଆର ରହମାନ ୧୯୯୫ ମସିହାରେ ସାଇରାଙ୍କୁ ନିକା କରିଥିଲେ। ସେମାନଙ୍କର ୩ଟି ସନ୍ତାନ ମଧ୍ୟ ଅଛନ୍ତି। 

AR Rahman AR Rahman Divorce Divorce Controvercy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe