/odisha-reporter/media/post_attachments/uploadimage/library/16_9/16_9_0/IMAGE_1703161410.jpg)
Arbaz and Shura
ବଲିଉଡ୍ ଅଭିନେତା ଅରବାଜ ଖାନ ଡିସେମ୍ବର ୨୪ ତାରିଖରେ ବାହା ହେବେ। ୫୬ ବର୍ଷୀୟ ଅରବାଜ ମେକ୍ଅପ୍ ଆର୍ଟିଷ୍ଟ ଶୂରା ଖାନଙ୍କୁ ବାହା ହେବେ। ଏହା ହେବ ଅରବାଜଙ୍କର ଦ୍ୱିତୀୟ ବିବାହ। ମୁମ୍ବାଇରେ ହେବାକୁ ଥିବା ଏହି ବିବାହରେ କେବଳ ଉଭୟଙ୍କ ପରିବାରର ସଦସ୍ୟ ଓ ଘନିଷ୍ଠ ବନ୍ଧୁମାନେ ସାମିଲ ହେବେ।
Advertisment
ବଲିଉଡ୍ ଫିଲ୍ମ ‘ପଟନା ଶୁକ୍ଲା’ର ଶୁଟିଂ ସେଟ୍ରେ ଅରବାଜ ଓ ଶୂରାଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଉଭୟ ପରସ୍ପରକୁ ପସନ୍ଦ କରିଥିଲେ। ଆଉ ଏବେ ବାହା ହେବାକୁ ନିଷ୍ପତ୍ତି ନେଇଛନ୍ତି।
ପୂର୍ବରୁ ମଲାଇକା ଅରୋରାଙ୍କୁ ବାହା ହୋଇଥିଲେ ଅରବାଜ। ୨୦୧୬ ମାର୍ଚ୍ଚରେ ସେମାନେ ପରସ୍ପରଠାରୁ ଅଲଗା ହୋଇଥିବା ନେଇ ଘୋଷଣା କରିଥିଲେ। ୨୦୧୭ ମେ’ ୧୧ରେ ଆନୁଷ୍ଠାନିକ ଭାବେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା। ସେମାନେ ୧୯୯୮ରେ ବାହା ହୋଇଥିଲେ।
Advertisment
ମଲାଇକାଙ୍କ ସହ ବିବାହ ବିଚ୍ଛେଦ ପରେ ଜର୍ଜିଆ ଏଣ୍ଡ୍ରୀଆନିଙ୍କ ସହିତ ରିଲେସନ୍ଶିପ୍ରେ ରହିଥିଲେ ଅରବାଜ। ତେବେ ସେମାନଙ୍କ ମଧ୍ୟରେ ବ୍ରେକ୍ଅପ୍ ହୋଇଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
