ବଲିଉଡ୍ ଅଭିନେତା ଅରବାଜ ଖାନ ଡିସେମ୍ବର ୨୪ ତାରିଖରେ ବାହା ହେବେ। ୫୬ ବର୍ଷୀୟ ଅରବାଜ ମେକ୍ଅପ୍ ଆର୍ଟିଷ୍ଟ ଶୂରା ଖାନଙ୍କୁ ବାହା ହେବେ। ଏହା ହେବ ଅରବାଜଙ୍କର ଦ୍ୱିତୀୟ ବିବାହ। ମୁମ୍ବାଇରେ ହେବାକୁ ଥିବା ଏହି ବିବାହରେ କେବଳ ଉଭୟଙ୍କ ପରିବାରର ସଦସ୍ୟ ଓ ଘନିଷ୍ଠ ବନ୍ଧୁମାନେ ସାମିଲ ହେବେ।
ବଲିଉଡ୍ ଫିଲ୍ମ ‘ପଟନା ଶୁକ୍ଲା’ର ଶୁଟିଂ ସେଟ୍ରେ ଅରବାଜ ଓ ଶୂରାଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଉଭୟ ପରସ୍ପରକୁ ପସନ୍ଦ କରିଥିଲେ। ଆଉ ଏବେ ବାହା ହେବାକୁ ନିଷ୍ପତ୍ତି ନେଇଛନ୍ତି।
Also Read
ପୂର୍ବରୁ ମଲାଇକା ଅରୋରାଙ୍କୁ ବାହା ହୋଇଥିଲେ ଅରବାଜ। ୨୦୧୬ ମାର୍ଚ୍ଚରେ ସେମାନେ ପରସ୍ପରଠାରୁ ଅଲଗା ହୋଇଥିବା ନେଇ ଘୋଷଣା କରିଥିଲେ। ୨୦୧୭ ମେ’ ୧୧ରେ ଆନୁଷ୍ଠାନିକ ଭାବେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା। ସେମାନେ ୧୯୯୮ରେ ବାହା ହୋଇଥିଲେ।
ମଲାଇକାଙ୍କ ସହ ବିବାହ ବିଚ୍ଛେଦ ପରେ ଜର୍ଜିଆ ଏଣ୍ଡ୍ରୀଆନିଙ୍କ ସହିତ ରିଲେସନ୍ଶିପ୍ରେ ରହିଥିଲେ ଅରବାଜ। ତେବେ ସେମାନଙ୍କ ମଧ୍ୟରେ ବ୍ରେକ୍ଅପ୍ ହୋଇଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Bollywood
କାହିଁକି ବକ୍ସ ଅଫିସରେ ଫେଲ ମାରିଲା ସଲମାନ ଖାନଙ୍କ ‘ସିକନ୍ଦର’?
ଫିଲ୍ମ କାହିଁକି ବକ୍ସ ଅଫିସରେ ଚାଲି ପାରିଲା ନାହିଁ? ସଲମାନ ଓ ରଶ୍ମିକା ଥିଲେ ମଧ୍ୟ କାହିଁକି ସିନେମାକୁ ଲୋକେ ପସନ୍ଦ କଲେ ନାହିଁ?

Bollywood
ଆଉ ନାହାନ୍ତି ମନୋଜ କୁମାର: ଜାତୀୟ ପୁରସ୍କାରର ଟଙ୍କା ଭଗତ ସିଂହଙ୍କ ପରିବାରକୁ ଦେଇଥିଲେ, ଶାହରୁଖ ଖାନଙ୍କ ବିରୋଧରେ କେସ କରିଥିଲେ
୧୯୬୫ରେ ରିଲିଜ ହୋଇଥିବା ସହିଦ ଫିଲ୍ମ ତାଙ୍କୁ ରାତାରାତି ଷ୍ଟାର ବନାଇ ଦେଇଥିଲା। ଦେହାନ୍ତ ପରେ ତାଙ୍କ ପାର୍ଥିବ ଶରୀରକୁ ଜୁହୁ ସ୍ଥିତ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ରଖାଯାଇଛି।

Bollywood
ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କୁ କରାଯାଇଥିଲା କି ହତ୍ୟା? ୨ ଦଶନ୍ଧି ପରେ ତେଜିଲା ବିବାଦ
ତେଲୁଗୁ ସିନେମାର ହୃତସ୍ପନ୍ଦନ ତଥା ଡାକ୍ତର ସୌନ୍ଦର୍ଯ୍ୟା ମାତ୍ର କିଛି ଦିନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ। ଏଥିପାଇଁ ସେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର କରିମନଗରକୁ ପ୍ରଚାର ପାଇଁ ବିମାନରେ ବାହାରିଥିଲେ।

Bollywood
ଭାରତର ଧନୀ ଅଭିନେତ୍ରୀ କିଏ? ମିସ ଇଣ୍ଡିଆ ଜିତିବା ପରେ ବଲିଉଡରେ କରିଥିଲେ ଏଣ୍ଟ୍ରୀ
ଆପଣ ଭାବୁଥିବେ ସେ ନିଶ୍ଚିତ ଦୀପିକା ପାଦୁକୋନ, କରିନା କପୁର କିମ୍ବା ଆଲିଆ ଭଟ୍ଟ ହୋଇଥିବେ। କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଭୁଲ।

Bollywood
ପତ୍ନୀ ସୁନୀତାଙ୍କ ଠାରୁ ଅଲଗା ହେବେ ସୁପରଷ୍ଟାର ଗୋବିନ୍ଦା!
ବେଶ କିଛି ମାସ ହେଲାଣି ଗୋବିନ୍ଦା ଓ ସୁନୀତା ଅଲଗା ରହୁଛନ୍ତି। ସେମାନଙ୍କ ମଧ୍ୟରେ ଆଗ ଭଳି ଆଉ କୌଣସି ସମ୍ପର୍କ ନାହିଁ।