Advertisment

୨୪ରେ ବାହା ହେବେ ଅରବାଜ ଖାନ

୫୬ ବର୍ଷୀୟ ଅରବାଜ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି।

ଅଦ୍ୟତନ ହୋଇଛି
Arbaz and Shura

Arbaz and Shura

Advertisment

ବଲିଉଡ୍ ଅଭିନେତା ଅରବାଜ ଖାନ ଡିସେମ୍ବର ୨୪ ତାରିଖରେ ବାହା ହେବେ। ୫୬ ବର୍ଷୀୟ ଅରବାଜ ମେକ୍‌ଅପ୍ ଆର୍ଟିଷ୍ଟ ଶୂରା ଖାନଙ୍କୁ ବାହା ହେବେ। ଏହା ହେବ ଅରବାଜଙ୍କର ଦ୍ୱିତୀୟ ବିବାହ। ମୁମ୍ବାଇରେ ହେବାକୁ ଥିବା ଏହି ବିବାହରେ କେବଳ ଉଭୟଙ୍କ ପରିବାରର ସଦସ୍ୟ ଓ ଘନିଷ୍ଠ ବନ୍ଧୁମାନେ ସାମିଲ ହେବେ।

Advertisment

ବଲିଉଡ୍ ଫିଲ୍ମ ‘ପଟନା ଶୁକ୍ଲା’ର ଶୁଟିଂ ସେଟ୍‌ରେ ଅରବାଜ ଓ ଶୂରାଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଉଭୟ ପରସ୍ପରକୁ ପସନ୍ଦ କରିଥିଲେ। ଆଉ ଏବେ ବାହା ହେବାକୁ ନିଷ୍ପତ୍ତି ନେଇଛନ୍ତି।

ପୂର୍ବରୁ ମଲାଇକା ଅରୋରାଙ୍କୁ ବାହା ହୋଇଥିଲେ ଅରବାଜ। ୨୦୧୬ ମାର୍ଚ୍ଚରେ ସେମାନେ ପରସ୍ପରଠାରୁ ଅଲଗା ହୋଇଥିବା ନେଇ ଘୋଷଣା କରିଥିଲେ। ୨୦୧୭ ମେ’ ୧୧ରେ ଆନୁଷ୍ଠାନିକ ଭାବେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା। ସେମାନେ ୧୯୯୮ରେ ବାହା ହୋଇଥିଲେ।

Advertisment

ମଲାଇକାଙ୍କ ସହ ବିବାହ ବିଚ୍ଛେଦ ପରେ ଜର୍ଜିଆ ଏଣ୍ଡ୍ରୀଆନିଙ୍କ ସହିତ ରିଲେସନ୍‌ଶିପ୍‌ରେ ରହିଥିଲେ ଅରବାଜ। ତେବେ ସେମାନଙ୍କ ମଧ୍ୟରେ ବ୍ରେକ୍‌ଅପ୍ ହୋଇଯାଇଥିଲା।

Shura Khan Arbaaz Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe