Advertisment

ମଲାଇକା ଆରୋରାଙ୍କୁ ପୁଅ ପଚାରିଲେ... ତମେ କେବେ ବାହା ହେଉଛ?

ଏକ ପୋଡକାଷ୍ଟ କାର୍ଯ୍ୟକ୍ରମରେ ମାଆ-ପୁଅ ଖୁଲମଖୁଲା ବାର୍ତ୍ତାଳପ କରିଛନ୍ତି, ଯେଉଁଥିରେ ମଲାଇକା ତାଙ୍କ ପୁଅଙ୍କୁ ଭର୍ଜିନିଟି ବାବଦରେ ପ୍ରଶ୍ନ କରୁଛନ୍ତି...

Malaika Arora

Malaika Arora

Advertisment

ମଲାଇକା ଆରୋରା ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନଙ୍କର ଏକ ନୂଆ ପ୍ରୋଜେକ୍ଟ ଆସିବାକୁ ଯାଉଛି। ଏହି ପ୍ରୋଜେକ୍ଟ ୱେବ୍ ସିରିଜ୍ କିମ୍ବା ଚଳଚ୍ଚିତ୍ର ନୁହେଁ, ବରଂ ଏକ ପୋଡକାଷ୍ଟ। ଏହି ପୋଡକାଷ୍ଟର ନାଁ 'ଡମ୍ବ ବିରିୟାନି' ରଖାଯାଇଛି।

Advertisment

ଏହି ପୋଡକାଷ୍ଟ ଏପିସୋଡର ପ୍ରଥମ ପର୍ଯ୍ୟାୟରେ ଅରହାନ ଖାନ ମାଆ ମଲାଇକାଙ୍କ ସାକ୍ଷାତକାର ନେଇଛନ୍ତି। ଏହି ବାର୍ତ୍ତାଳାପ ସମୟର ଏକ ଟିଜର ପୋଷ୍ଟ କରିଛନ୍ତି ଅରହାନ, ଯେଉଁଥିରେ ଉଭୟ ମାଆ ଓ ପୁଅ ଖୋଲାଖୋଲି ନିଜ ଜୀବନ ବାବଦରେ ପ୍ରଶ୍ନ କରୁଥିବା ଶୁଣିବାକୁ ମିଳୁଛି।  

ମଲାଇକା ତାଙ୍କ ପୁଅଙ୍କୁ ଭର୍ଜିନିଟି ବାବଦରେ ପ୍ରଶ୍ନ କରୁଥିବା ବେଳେ ପୁଅ ମାଆଙ୍କୁ କେବେ ବିବାହ କରୁଛ ପ୍ରଶ୍ନ କରୁଥିବା ଶୁଣିବାକୁ ମିଳୁଛି। ଟିଜର କ୍ଲିପ୍ ଅନୁସାରେ, ମଲାଇକା ପୁଅ ଅରହାନଙ୍କୁ ପଚାରୁଛନ୍ତି, "ତୁମେ ତୁମର ଭର୍ଜିନିଟି କେବେ ହରାଇଥିଲ।"

Advertisment

ସେହିପରି ଅରହାନ ମଧ୍ୟ ମାଆ ମଲାଇକାଙ୍କୁ ପଚାରୁଛନ୍ତି, "ଏହା ମୋର ତୁମକୁ ଶେଷ ପ୍ରଶ୍ନ, ହାତ ଦେଖାଅ ଏବଂ କୁହ ଯେ, ତୁମେ କେବେ ବିବାହ କରୁଛ?" 'ଡମ୍ୱ ବିରିୟାନି'ର ପ୍ରଥମ ଏପିସୋଡ୍ 18 ଏପ୍ରିଲ 2024ରେ ୟୁଟ୍ୟୁବରେ ରିଲିଜ୍ ହେବ।

ବିବାହର 19 ବର୍ଷ ପରେ ମଲାଇକା ଆରୋରା ଏବଂ ଅରବାଜ ଖାନ ଛାଡ଼ପତ୍ର ଦେଇଥିଲେ। 2017ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲେ। ଏହା ପରେ ମଲାଇକା ଅର୍ଜୁନ କପୁରଙ୍କ ସହ ଡେଟ୍ କରୁଥିବା ଚର୍ଚ୍ଚା ହେଉଥିଲା। ଅରବାଜ ଖାନ ଗତ ବର୍ଷ ଡିସେମ୍ବରରେ ମେକଅପ୍ ଆର୍ଟିଷ୍ଟ ଶୁରା ଖାନଙ୍କୁ ବିବାହ କରିଥିଲେ।

Arhaan Khan Malaika Arora
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe