ଅର୍ଜୁନଙ୍କୁ ଲୋକେ କହିଲେ- ଚୁପ୍‌ ରୁହ ମଲାଇକାଙ୍କ ବୟଫ୍ରେଣ୍ଡ

ମୁମ୍ବାଇ: ସୋଶାଲ ମିଡିଆରେ ଏବେ ଚାଲିଛି ବୟକଟ୍‌ ଟ୍ରେଣ୍ଡ। ବଲିଉଡ ଫିଲ୍ମଗୁଡିକୁ ରିଲିଜ ହେବା ପୂର୍ବରୁ ବୟକଟ୍‌ କରିବା ପାଇଁ ଲୋକେ ଦାବି କରୁଛନ୍ତି। ଏଥିପାଇଁ ବଡ ବଡ ଷ୍ଟାର୍ସଙ୍କ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍‌ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଫିଲ୍ମ ସହ ଜଡିତ ଲୋକ ଓ ବଲିଉଡ ଷ୍ଟାର୍‌ ଚିନ୍ତିତ ହୋଇଗଲେଣି । ସମସ୍ତଙ୍କୁ ଘରିଛି ବୟକଟ୍‌ ଭୟ। ଏହାରି ଭିତରେ ବୟକଟ୍‌କୁ ନେଇ ମୁହଁ ଖୋଲିଛନ୍ତି ଅଭିନେତା ଅର୍ଜୁନ କପୁର। କିନ୍ତୁ ବୟକଟ୍‌ […]

arjun-kapoor

arjun-kapoor

Madhupriya Mistry
  • Published: Wednesday, 17 August 2022
  • Updated: 17 August 2022, 04:04 PM IST

ମୁମ୍ବାଇ: ସୋଶାଲ ମିଡିଆରେ ଏବେ ଚାଲିଛି ବୟକଟ୍‌ ଟ୍ରେଣ୍ଡ। ବଲିଉଡ ଫିଲ୍ମଗୁଡିକୁ ରିଲିଜ ହେବା ପୂର୍ବରୁ ବୟକଟ୍‌ କରିବା ପାଇଁ ଲୋକେ ଦାବି କରୁଛନ୍ତି। ଏଥିପାଇଁ ବଡ ବଡ ଷ୍ଟାର୍ସଙ୍କ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍‌ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଫିଲ୍ମ ସହ ଜଡିତ ଲୋକ ଓ ବଲିଉଡ ଷ୍ଟାର୍‌ ଚିନ୍ତିତ ହୋଇଗଲେଣି । ସମସ୍ତଙ୍କୁ ଘରିଛି ବୟକଟ୍‌ ଭୟ। ଏହାରି ଭିତରେ ବୟକଟ୍‌କୁ ନେଇ ମୁହଁ ଖୋଲିଛନ୍ତି ଅଭିନେତା ଅର୍ଜୁନ କପୁର। କିନ୍ତୁ ବୟକଟ୍‌ ଉପରେ ମନ୍ତବ୍ୟ ଦେବା ତାଙ୍କୁ ଭରି ପଡିଛି। ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିବା ସହ 'ମଲାଇକାଙ୍କ ବୟଫ୍ରେଣ୍ଡ ଚୁପ୍‌ ରୁହ' ବୋଲି ଧମକାଇଛନ୍ତି।

ପ୍ରକୃତରେ 'ବୟକଟ୍‌ ବଲିଉଡ'କୁ ନେଇ ଚାଲିଥିବା ଟ୍ରେଣ୍ଡ ଉପରେ ଅର୍ଜୁନ କପୁର ଅସନ୍ତୋଷ ପ୍ରକାଶ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅର୍ଜୁନ ବୟକଟ୍‌ ଟ୍ରେଣ୍ଡକୁ ନେଇ କଡା ଭାଷାରେ ନିନ୍ଦା କରିଛନ୍ତି। ସେ କହିଛନ୍ତି, 'ଏହା ଉପରେ ନୀରବ ରହି ଇଣ୍ଡଷ୍ଟ୍ରିର ଲୋକମାନେ ଭୁଲ କରିଛନ୍ତି। ଏହା ଆମର ଶରଳତା ଥିଲା, କିନ୍ତୁ ଲୋକମାନେ ଏହାର ଭୁଲ ଫାଇଦା ଉଠାଇଲେ। ମୁଁ ଭାବୁଛି ଆମର କାମ ଆମ ପାଇଁ କହିବ ବୋଲି ଭାବିବା ଭୁଲ୍‌।'

ଅର୍ଜୁନ ଆହୁରି କହିଛନ୍ତି, ' ଆପଣଙ୍କୁ ପ୍ରତିଥର ଆପଣଙ୍କ ହାତ ଅସନା କରିବା ଉଚିତ ନୁହେଁ। କିନ୍ତୁ ମୁଁ ଭାବୁଛି ବହୁତ ସହ୍ୟ କରିଲୁ, ଲୋକେ ଏହାକୁ ନିଜ ଅଭ୍ୟାସରେ ପରିଣତରେ କରିସାରିଲେଣି। ଆସ ସମସ୍ତଙ୍କୁ ଏକାଠି ହୋଇ ଏହାକୁ ବିରୋଧ କରିବା ଉଚିତ। କାରଣ ଲୋକମାନେ ଯାହା ଆମ ବିଷୟରେ ଲେଖିବେ ଓ ହାସଟ୍ୟାଗ୍‌ ଦେଇ ଟ୍ରେଣ୍ଡ କରାଇବେ ତାହା ଆମର ବାସ୍ତବ ଜୀବନ ସହ କୌଣସି ସମ୍ପର୍କ ନାହିଁ। ଯେତେବେଳେ ଆମେ କୌଣସି ଫିଲ୍ମ କରୁ ତାହା ଯଦି ବକ୍ସ ଅଫିସରେ ଭଲ ଚାଲେ ସେତେବେଳେ ଲୋକେ ଆମକୁ ଆମ ଉପନାମ ଦେଖି ନୁହଁ କାମ ଯୋଗୁ ପସନ୍ଦ କରନ୍ତି।'

ଅର୍ଜୁନଙ୍କ ଏହି ବୟାନ ପରେ ତାଙ୍କୁ ସୋଶାଲ ମିଡିଆରେ ଜୋରଦାର ଟ୍ରୋଲ କରାଯାଉଛି। ସୋଶାଲ ମିଡିଆରେ ଲୋକେ ଅର୍ଜୁନଙ୍କୁ ନିନ୍ଦା କରିଛନ୍ତି। ଅର୍ଜୁନଙ୍କୁ ଟ୍ରୋଲ କରି ଜଣେ ୟୁଜର୍ସ ତାଙ୍କର ସମସ୍ତ ଫ୍ଳପ୍‌  ଫିଲ୍ମର ତାଲିକା ଦେଇଛନ୍ତି। ଆଉ ଲେଖିଛନ୍ତି, 'ନେପୋ କିଡ୍ ଅର୍ଜୁନ କପୁର ତାଙ୍କ କ୍ୟାରିୟରରେ ହିଟ୍ ଅପେକ୍ଷା ଅଧିକ ଫ୍ଳପ୍‌  ଫିଲ୍ମ ଦେଇଛନ୍ତି ଏବଂ ସେ ବଲିଉଡକୁ ଏଗଜୁଟ୍‌ ହେବାକୁ କହୁଛନ୍ତି। ଯଦି ଅର୍ଜୁନ କପୁର ଜଣେ ଷ୍ଟାର୍‌ କିଡ୍‌ ହୋଇନଥାନ୍ତେ, ତେବେ ସେ ଏତେ ଫିଲ୍ମ ପାଇ ନଥାନ୍ତେ।'

ସେହିପରି ଆଉ ଜଣେ ୟୁଜର୍ସ ତାଙ୍କୁ ମଲାଇକାଙ୍କ ବୟଫ୍ରେଣ୍ଡ କହି ଟାର୍ଗେଟ୍‌ କରିଛନ୍ତି। ସେ ଲେଖିଛନ୍ତି, 'ଆପଣ ଆପଣଙ୍କ ଫିଲ୍ମଠାରୁ ଅଧିକ ମଲାଇକା ଅରୋରାଙ୍କ ବୟଫ୍ରେଣ୍ଡ ଭାବେ ବେଶ୍‌ ପରିଚିତ। ଲୋକଙ୍କୁ ଧମକାଇବାକୁ ଚେଷ୍ଟା କରନି, ଚୁପ୍‌ ରୁହ।'

ଅର୍ଜୁନ କପୁରଙ୍କ ବୟାନକୁ ନେଇ ଲୋକେ ଯେପରି ନିଜ କ୍ରୋଧ ଜାହିର କରି ପ୍ରତିକ୍ରିୟା ଦେଇଛନ୍ତି ତାକୁ ଦେଖିଲେ ଲାଗୁଛି ଯେ, ବଲିଉଡକୁ ନେଇ ଫ୍ୟାନମାନଙ୍କ ମନରୁ ଏବେ ଭଲପାଇବା ଦୂରେଇ ଗଲାଣି। ହିନ୍ଦୀ ଫିଲ୍ମକୁ ଆଉ ଲୋକେ ପସନ୍ଦ କରୁନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story