Advertisment

ଏକତା କପୁର ଓ ମା’ଙ୍କ ନାଁରେ ଜାରି ହେଲା ଗିରଫ ପରୱାନା

ବେଗୁସରାଇ: ବଢ଼ିଲା ଫିଲ୍ମ ପ୍ରଯୋଜକ ତଥା ନିର୍ଦ୍ଦେଶକ ଏକତା କପୁରଙ୍କ ଅଡ଼ୁଆ। ବିହାର ବେଗୁସରାଇରେ ଥିବା ଗୋଟିଏ କୋର୍ଟ ଏକତା କପୁର ଓ ତାଙ୍କ ମା’ ଶୋଭା କପୁରଙ୍କ ନାଁରେ ଗିରଫ ପରୱାନା ଜାରି କରିଛନ୍ତି। XXX(ସିଜିନ୍‌-୨) ନାମକ ୱେବ ସିରିଜ୍‌ରେ ଏକତା ଓ ତାଙ୍କ ମା’ ଭାରତୀୟ ସେନାର ଯବାନଙ୍କୁ ଅପମାନିତ କରିଛନ୍ତି। ଏଥିସହ ଯବାନଙ୍କ ପରିବାର ଲୋକଙ୍କ ଭାବାବେଗଙ୍କୁ କ୍ଷତି ପହଞ୍ଚାଇଥିବାରୁ ଉଭୟଙ୍କ ବିରୋଧରେ ଏପରି ନିର୍ଦ୍ଦେଶ ଜାରି କରାଯାଇଛି। କୋର୍ଟର ବିଚାରପତି ବିକାଶ […]

author-image
Hemant Lenka
ଏକତା କପୁର ଓ ମା’ଙ୍କ ନାଁରେ ଜାରି ହେଲା ଗିରଫ ପରୱାନା

ekta-kappor

ବେଗୁସରାଇ: ବଢ଼ିଲା ଫିଲ୍ମ ପ୍ରଯୋଜକ ତଥା ନିର୍ଦ୍ଦେଶକ ଏକତା କପୁରଙ୍କ ଅଡ଼ୁଆ। ବିହାର ବେଗୁସରାଇରେ ଥିବା ଗୋଟିଏ କୋର୍ଟ ଏକତା କପୁର ଓ ତାଙ୍କ ମା’ ଶୋଭା କପୁରଙ୍କ ନାଁରେ ଗିରଫ ପରୱାନା ଜାରି କରିଛନ୍ତି। XXX(ସିଜିନ୍‌-୨) ନାମକ ୱେବ ସିରିଜ୍‌ରେ ଏକତା ଓ ତାଙ୍କ ମା’ ଭାରତୀୟ ସେନାର ଯବାନଙ୍କୁ ଅପମାନିତ କରିଛନ୍ତି। ଏଥିସହ ଯବାନଙ୍କ ପରିବାର ଲୋକଙ୍କ ଭାବାବେଗଙ୍କୁ କ୍ଷତି ପହଞ୍ଚାଇଥିବାରୁ ଉଭୟଙ୍କ ବିରୋଧରେ ଏପରି ନିର୍ଦ୍ଦେଶ ଜାରି କରାଯାଇଛି।

Advertisment

କୋର୍ଟର ବିଚାରପତି ବିକାଶ କୁମାର ବେଗୁସରାଇରେ ରହୁଥିବା ପୂର୍ବତନ ସେନା କର୍ମଚାରୀ ଶମ୍ଭୁ କୁମାରଙ୍କ ଅଭିଯୋଗର ଶୁଣାଣି କରିଥିଲେ। ଏହାପରେ ବିଚାରପତି ବିକାଶ କୁମାର କପୁର ମା’ଝିଅଙ୍କ ନାଁରେ ଏପରି ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି। ଶମ୍ଭୁ କୁମାର ୨୦୨୦ରେ ଦାଖଲ କରିଥିବା ଅଭିଯୋଗରେ କହିଥିଲେ ଯେ XXX (ସିଜିନ୍‌-୨) ୱେବ ସିରିଜ୍‌ରେ ଯବାନମାନଙ୍କ ପତ୍ନୀମାନଙ୍କ ସମ୍ପର୍କରେ ଅନେକ ପ୍ରକାରର ଆପତ୍ତିଜନକ ଦୃଶ୍ୟକୁ ସ୍ଥାନ ଦିଯାଇଛି। ଏପରି କରି ଦେଶର ସୈନ୍ୟ ଓ ସେମାନଙ୍କ ପରିବାର ଲୋକଙ୍କୁ ଅପମାନିତ କରାଯାଇଥିବା ସେ ଅଭିଯୋଗ କରିଥିଲେ।

ଶମ୍ଭୁ କୁମାରଙ୍କ ଓକିଲ ହୃଷିକେଶ ପାଠକ କହିଛନ୍ତି, “ଓଟିଟି ପ୍ଲାଟଫର୍ମ ଅଲ୍ଟବାଲାଜୀରେ ଏହି ୱେବ ସିରିଜ ରିଲଜ ହୋଇଥିଲା। ଏହାର ମାଲିକାନା ବାଲାଜୀ ଟେଲିଫିଲ୍ମସ ଲିଃ ନାଁରେ ରହିଛି। ଏହାର ମାଲିକ ହେଉଛନ୍ତି ଏକତା କପୁର। ତାଙ୍କ ମା’ ଶୋଭା କପୁର ମଧ୍ୟ ବାଲାଜୀ ଟେଲିଫିଲ୍ମସ ସହ ଜଡ଼ିତ। ତେଣୁ ଉଭୟଙ୍କ ନାଁରେ ଅଭିଯୋଗ କରାଯାଇଥିଲା।

Advertisment

ଅଭିଯୋଗ ଆଧାରରେ କପୁର ମା’ଝିଅଙ୍କୁ କୋର୍ଟ ହାଜର ହେବାକୁ ସମନ କରିଥିଲେ। ଅଭିଯୋଗ ପରେ ୱେବ ସିରିଜ୍‌ର ବିବାଦୀୟ ଅଂଶକୁ କାଟି ଦିଆଯାଇଥିବା ସେମାନେ କୋର୍ଟଙ୍କୁ କହିଥିଲେ। କିନ୍ତୁ ସମନ ଅନୁସାରେ କୋର୍ଟରେ ହାଜର ହୋଇ ନଥିଲେ। ତେଣୁ କୋର୍ଟ ଏଥିରେ ଅସନ୍ତୋଷ ପ୍ରକାଶ କରି ଉଭୟଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି।”

ଏହାପୂର୍ବରୁ XXX(ସିଜିନ୍‌-୨) ୱେବ ସିରିଜ୍‌ରେ ସେନା ପୋଷାକ ଓ ଜାତୀୟ ପ୍ରତୀକକୁ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଇନ୍ଦୋର ସମେତ ବିଭିନ୍ନ ସ୍ଥାନରେ ଏକତା ଓ ୱେବ ସିରିଜ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ନାଁରେ ଏଫଆଇଆର ରୁଜୁ କରାଯାଇଥିଲା।