Advertisment

'ଆର୍ଟିକିଲ ୩୭୦' ରିଲିଜ୍: ପ୍ରଥମ ଦିନରେ କଲା କେତେ କଲେକ୍ସନ?

ଦେଶର ୧,୫୦୦ ସିନେମା ହଲରେ ୨,୨୦୦ ସ୍କ୍ରିନରେ ଏହି ପଲିଟିକାଲ ଡ୍ରାମା ଷ୍ଟୋରୀ ମୁକ୍ତିଲାଭ କରିଛି।

ଅଦ୍ୟତନ ହୋଇଛି
Article 370 Poster

Article 370 Poster

Advertisment

ଆଜି ରିଲିଜ୍ ହୋଇଛି ଫିଲ୍ମ ଆର୍ଟିକିଲ ୩୭୦। ଦେଶର ୧,୫୦୦ ସିନେମା ହଲରେ ୨,୨୦୦ ସ୍କ୍ରିନରେ ଏହି ପଲିଟିକାଲ ଡ୍ରାମା ଷ୍ଟୋରୀ ମୁକ୍ତିଲାଭ କରିଛି। Sacnilk.com ରିପୋର୍ଟ ଅନୁଯାୟୀ, ଚଳଚ୍ଚିତ୍ରଟି ବକ୍ସ ଅଫିସ୍ ହିଟ୍ ହେବାର ସମ୍ଭାବନା ରହିଛି। ଜମ୍ମୁ କଶ୍ମୀରରୁ ଧାରା 370 ଉଚ୍ଛେଦ ଉପରେ ଆଧାର କରି ଏହି ସିନେମା ପ୍ରସ୍ତୁତ ହୋଇଛି।  

Advertisment

ଅଗଷ୍ଟ ୫, ୨୦୧୯ରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଯାହା ପରେ ଜମ୍ମୁ କାଶ୍ମୀର ସ୍ୱତନ୍ତ୍ର ରାଜ୍ୟ ପରିବର୍ତ୍ତେ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇଥିଲା। ଏଥିସହ ଲଦାଖ ମଧ୍ୟ ଜମ୍ମୁ କଶ୍ମୀରରୁ ଅଲଗା ହୋଇ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିଲା। ଏହି ସବୁ ତଥ୍ୟ ଉପରେ ଆଧାର କରି ଆର୍ଟିକିଲ୍ ୩୭୦ ଫିଲ୍ମ ନିର୍ମାଣ କରାଯାଇଛି। 

PVR, INOX ଏବଂ ସିନେପୋଲିସ୍, ୮୦,୦୦୦ରୁ ଅଧିକ ଟିକେଟ୍ ବିକ୍ରି କରିଛନ୍ତି। Sacnilk.com ରିପୋର୍ଟ ଅନୁସାରେ, ଆର୍ଟିକିଲ ୩୭୦ ପ୍ରଥମ ଦିନରେ ୫ କୋଟି ଟଙ୍କାରୁ ଅଧିକ ନେଟ୍ କଲେକ୍ସନ କରିବାର ସମ୍ଭାବନା ରହିଛି। ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଫିଲ୍ମ ୧୦ କୋଟି ମାର୍କ ଅତିକ୍ରମ କରିପାରେ।

Advertisment

ଜାତୀୟ ପୁରସ୍କାର ବିଜେତା ଆଦିତ୍ୟ ସୁହସ ଜାମ୍ବଲେ 'ଆର୍ଟିକିଲ ୩୭୦'ର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି। ସେ ମଧ୍ୟ 'ଉରି', 'ଦି ସର୍ଜିକାଲ୍ ଷ୍ଟ୍ରାଇକ୍' ନିର୍ଦ୍ଦେଶନା ଦେଇଥିଲେ। ଏହି ଚଳଚ୍ଚିତ୍ରରେ ଷ୍ଟାର କାଷ୍ଟଙ୍କ ମଧ୍ୟରେ ୟାମି ଗୌତମ, ପ୍ରିୟମଣି ଏବଂ ଅରୁଣ ଗୋଭିଲ ଅଛନ୍ତି। ୟାମି ଗୌତମ ସିନେମାରେ ଜଣେ ଗୁପ୍ତଚର ଏଜେଣ୍ଟ ଭୂମିକା ନିଭାଇଛନ୍ତି। 

ଫିଲ୍ମ ରିଲିଜ୍ ପୂର୍ବରୁ ଫେବୃଆରୀ ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ ଗସ୍ତ ସମୟରେ ଆର୍ଟିକିଲ୍ ୩୭୦ ଉପରେ ଚର୍ଚ୍ଚା କରିଥିଲେ। ଏକ ରାଲିରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, "ଫିଲ୍ମଟି କ’ଣ ମୁଁ ଜାଣି ନାହିଁ, କିନ୍ତୁ ଗତକାଲି ମୁଁ ଟିଭିରେ ଶୁଣିଥିଲି ଯେ ଏକ ଚଳଚ୍ଚିତ୍ର ଆର୍ଟିକିଲ୍ ୩୭୦ ଆସୁଛି। ଭଲ, ଏହି ଫିଲ୍ମ ମାଧ୍ୟମରେ ଲୋକମାନେ ଧାରା ୩୭୦ ବାବଦରେ ସଠିକ୍ ତଥ୍ୟ ପାଇପାରିବେ।"

Article 370 Article 370 Released Article 370 1srt Day Collection
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe