Advertisment

୩୭ କୋଟିର ପ୍ରପର୍ଟି କିଣିଲେ କିଙ୍ଗ ଖାନଙ୍କ ଲାଡଲା

ଶାହରୁଖଙ୍କ ବଡ଼ ପୁଅ ଆର୍ୟନ ଖାନ ରାଜଧାନୀ ଦିଲ୍ଲୀରେ ଏକ ଆପାର୍ଟମେଣ୍ଟରେ ୨ଟି ଫ୍ଲୋର କିଣିଛନ୍ତି । ଏହାର ମୂଲ୍ୟ ୩୭ କୋଟି ଟଙ୍କା ହେବା ବୋଲି ଜଣାଯାଇଛି।

Aryan Khan

Aryan Khan

Advertisment

ରିୟଲ ଇଷ୍ଟେଟ ପ୍ରେମରେ ପଡ଼ିଛନ୍ତି ବଲିଉଡର ବାଦଶାହ ଶାହରୁଖଙ୍କ ପିଲା । ପ୍ରଥମେ ଶାହରୁଖଙ୍କ ଝିଅ ମହାରାଷ୍ଟ୍ରରେ ପ୍ରପର୍ଟି କିଣିବା ପରେ ଏବେ ପୁଅ ବି ପଛରେ ନାହିଁ ।

Advertisment

ଶାହରୁଖଙ୍କ ବଡ଼ ପୁଅ ଆର୍ୟନ ଖାନ ରାଜଧାନୀ ଦିଲ୍ଲୀରେ ଏକ ଆପାର୍ଟମେଣ୍ଟରେ ୨ଟି ଫ୍ଲୋର କିଣିଛନ୍ତି । ଏହାର ମୂଲ୍ୟ ୩୭ କୋଟି ଟଙ୍କା ହେବା ବୋଲି ଜଣାଯାଇଛି। ଏଥିନିମନ୍ତେ ଗତ ମେ’ ମାସରେ ସେ ୨.୬୪ କୋଟିର ଷ୍ଟାମ୍ପ ଡ୍ୟୁଟି ଦେଇଥିବା ଜଣାଯାଇଛି। ଉକ୍ତ ବିଲ୍ଡିଂରେ ଶାହରୁଖ ଖାନଙ୍କର ବି ଦୁଇଟି ଫ୍ଲାଟ ରହିଛି।

ଆର୍ଯ୍ୟନ ସାଉଥ ଦିଲ୍ଲୀର ଏକ ଆପାର୍ଟମେଣ୍ଟରେ ନିଜ ପାଇଁ ଫ୍ଲାଟ୍‌ କିଣିଥିବା ଜଣାଯାଇଛି। ଉକ୍ତ ଆପାର୍ଟମେଣ୍ଟରେ ବହୁ ପୂର୍ବରୁ ଶାହରୁଖ ଓ ଗୌରୀ ବି ରହୁଥିଲେ। ଉକ୍ତ ବିଲ୍ଡିଂ ସହ ନିଜ ପିତାମାତାଙ୍କ ଭାବାଗତ ସମ୍ପର୍କ ଥିବାରୁ ସେଠାରେ ଆର୍ଯ୍ୟନ ଫ୍ଲାଟ୍‌ କିଣିଥିବା ଜଣାଯାଇଛି।

Advertisment

ବଲିଉଡ ଷ୍ଟାରମାନେ ମୁଖ୍ୟତଃ ମୁମ୍ବାଇରେ ପ୍ରପର୍ଟି କିଣିବାକୁ ବେଶି ଆଗ୍ରହ ପ୍ରକାଶ କରୁଥିବା ବେଳେ ଦିଲ୍ଲୀ ପ୍ରତି ସେମାନଙ୍କର ବେଶି ରୁଚି ନ ଥାଏ। ପୂର୍ବରୁ ଅମିତାଭ ବଚ୍ଚନ ଦିଲ୍ଲୀରେ ଥିବା ନିଜ ପ୍ରପର୍ଟିକୁ ୨୩ କୋଟିରେ ବିକ୍ରି କରି ସାରିଛନ୍ତି।

ମାତ୍ର ଶାହରୁଖ ଓ ଗୌରୀଙ୍କ ପିଲାଦିନ ସହ ସେମାନଙ୍କ ବୈବାହିକ ଜୀବନର ଆରମ୍ଭ ବି ଦିଲ୍ଲୀରେ କଟିଥିବାରୁ ସେମାନେ ଏହି ସହରକୁ ଭୁଲି ପାରୁ ନାହାନ୍ତି। ଫଳରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ସେମାନଙ୍କ ପ୍ରପର୍ଟି ରହିଥିବା ଜଣାଯାଇଛି।

ଗତ ବର୍ଷ ଜାନୁୟାରୀରେ ଶାହରୁଖଙ୍କ ଝିଅ ସୁହାନା ଖାନ ମୁମ୍ବାଇ ନିକଟବର୍ତ୍ତୀ ଅଲିବାଗରେ ୧୨.୯୧ କୋଟି ମୂଲ୍ୟର ଫାର୍ମ ହାଉସ୍‌ କିଣିଥିଲେ। ଗତ ଫେବୃୟାରୀରେ ସେ ମୁମ୍ବାଇରେ ବିଚ୍‌ ନିକଟରେ ୧୦ କୋଟିର ଏକ ଫ୍ଲାଟ୍‌ କିଣିଥିବା ଜଣାଯାଇଛି।

Saharukh Khan Delhi Aryan Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe