ରାଗିଗଲେ ଶାହାରୁଖ, ସମ୍ଭାଳି ନେଲେ ଆର୍ଯ୍ୟନ୍‌

ମୁମ୍ବାଇ: ରାଗିଗଲେ ବଲିଉଡର ବାଦ୍‌ଶାହ ଶହାରୁଖ ଖାନ। ମୁମ୍ବାଇ ବିମାନ ବନ୍ଦରରେ ଫ୍ୟାନ୍‌ଙ୍କ ପାଗଳାମି ଦେଖି ଚିହିଁକି ଉଠିଲେ କିଙ୍ଗ ଖାନ୍‌। ବାପାଙ୍କୁ ଏଭଳି ରାଗିବା ଦେଖି ସମ୍ଭାଳି ନେଲେ ପୁଅ ଆର୍ଯ୍ୟନ୍‌ ଖାନ୍‌। ଏହି ପୂରା ଘଟଣାର ଭିଡିଓ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ଶହାରୁଖ ଖାନ୍‌ ଦୁଇ ପୁଅ ଆର୍ଯ୍ୟନ୍‌ ଖାନ୍‌ ଓ ଅବରାମ ସହ ମୁମ୍ବାଇ ବିମାନ ବନ୍ଦରରେ ନଜର ଆସିଥିଲେ। ଏହି ସମୟରେ ଶାହାରୁଖଙ୍କ […]

Sharukh Khan

Madhupriya Mistry
  • Published: Monday, 08 August 2022
  • , Updated: 08 August 2022, 12:17 PM IST

ମୁମ୍ବାଇ: ରାଗିଗଲେ ବଲିଉଡର ବାଦ୍‌ଶାହ ଶହାରୁଖ ଖାନ। ମୁମ୍ବାଇ ବିମାନ ବନ୍ଦରରେ ଫ୍ୟାନ୍‌ଙ୍କ ପାଗଳାମି ଦେଖି ଚିହିଁକି ଉଠିଲେ କିଙ୍ଗ ଖାନ୍‌। ବାପାଙ୍କୁ ଏଭଳି ରାଗିବା ଦେଖି ସମ୍ଭାଳି ନେଲେ ପୁଅ ଆର୍ଯ୍ୟନ୍‌ ଖାନ୍‌। ଏହି ପୂରା ଘଟଣାର ଭିଡିଓ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ନିକଟରେ ଶହାରୁଖ ଖାନ୍‌ ଦୁଇ ପୁଅ ଆର୍ଯ୍ୟନ୍‌ ଖାନ୍‌ ଓ ଅବରାମ ସହ ମୁମ୍ବାଇ ବିମାନ ବନ୍ଦରରେ ନଜର ଆସିଥିଲେ। ଏହି ସମୟରେ ଶାହାରୁଖଙ୍କ ମ୍ୟାନେଜର ପୂଜା ଦଦଲାନି ମଧ୍ୟ ତାଙ୍କ ସହ ଥିଲେ। ତେବେ ବିମାନ ବନ୍ଦରରେ ନିଜର ଫେଭରେଟ୍‌ ଷ୍ଟାର୍‌ ଶାହାରୁଖଙ୍କୁ ପାଖରେ ପାଇ ଫ୍ୟାନ୍ସମାନେ ନିଜକୁ କଣ୍ଟ୍ରୋଲ କରିପାରି ନଥିଲେ। ଏପରିକି ନିଜ ସୁପରଷ୍ଟାରଙ୍କ ସହ ଫଟୋ ଉଠାଇବାକୁ ଫ୍ୟାନ୍‌ଙ୍କ ପାଗଳାମି ବଢ଼ି ଯାଇଥିଲା।

ଏହି ସମୟରେ ଜଣେ ପ୍ରଶଂସକ ଶାହାରୁଖ ଖାନଙ୍କ ସହ ସେଲଫି ନେବାକୁ ଯାଇ ଧସେଇ ପସି ଅଭିନେତାଙ୍କ ହାତ ଧରି ନେଇଥିଲେ। ଶାହାରୁଖ ଅବରାମଙ୍କ ହାତ ଧରି ଆସୁଥିଲେ। ଏତିକି ବେଳେ ଜଣେ ଫ୍ୟାନ୍‌ ତାଙ୍କ ପାଖକୁ ଆସି ତାଙ୍କର ଆଉ ଏକ ହାତ ଧରି ସେଲ୍ଫି ନେବାକୁ ଲାଗିଥିଲେ। ଏହା ଦେଖି ଶାହାରୁଖ  ଚକିତ ହୋଇପଡି ପଛକୁ ଘୁଞ୍ଚି ଯାଇଥିଲେ ଓ ରାଗି ଯାଇଥିଲେ। ତେବେ ହଠାତ୍‌ ଶାହାରୁଖଙ୍କ ମୁଡ୍‌ ବିଗିଡିଯିବା ଦେଖି ପୁଅ ଆର୍ଯ୍ୟନ ତାଙ୍କ ପାଖକୁ ଆସି ତାଙ୍କୁ ସମ୍ଭାଳି ନେଇଥିଲେ। ଆଉ ବାପା ଶାହାରୁଖଙ୍କ ପାଖରେ ଅଜ୍ଞାତ ବ୍ୟକ୍ତିଙ୍କୁ ଆସୁଥିବା ଦେଖି ସେ ବଡିଗାର୍ଡ ସାଜି ତାଙ୍କୁ ସୁରକ୍ଷା ମଧ୍ୟ ଦେଇଥିଲେ।

ଆର୍ଯ୍ୟନ୍‌ଙ୍କ ଏଭଳି ପ୍ରଟୋକ୍ଟିଭ୍‌ ମୁଡ୍‌କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି। ବାପା ଶାହାରୁଖଙ୍କ ପାଇଁ ସେ ଆଗକୁ ଆସି ସୁରକ୍ଷା ଦେବା ଓ ତାଙ୍କ ପ୍ରୋଟେକ୍ଟିଭ ନେଚର ଦେଖି ଲୋକେ ଆର୍ଯ୍ୟନ୍‌ଙ୍କ ଦିୱାନା ହୋଇଯାଇଛନ୍ତି। ଏଭଳି କାମ କରି ଆର୍ଯ୍ୟନ୍‌ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି। ପରିବାର ପ୍ରତି ଆର୍ଯ୍ୟନ୍‌ଙ୍କ ଭଲପାଇବା ଦେଖି ଫ୍ୟାନ୍‌ମାନେ ତାଙ୍କ ଉପରେ ଇମ୍ପ୍ରେସ ହୋଇଯାଇଛନ୍ତି। ଦିନେ ଯେଉଁ ଆର୍ଯ୍ୟନ୍‌ଙ୍କୁ ଲୋକେ ଡ୍ରଗ୍ସ ମାମଲାରେ ଟାର୍ଗେଟ୍‌ କରୁଥିଲେ ଏବେ ସେହି ଆର୍ଯ୍ୟନ୍‌ଙ୍କ ଲୋକେ ଜୋରଦାର ପ୍ରଶଂସା କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଶାହାରୁଖ ଖାନ୍‌ ତାଙ୍କ ଅପକମିଂ ଫିଲ୍ମ 'ପଠାନ' ଓ 'ଯବାନ'ର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି। ୪ ବର୍ଷ ପରେ ଶାହାରୁଖ ଏହି ଫିଲ୍ମ ଜରିଆରେ ପୁଣି ଥରେ ସିଲଭର ସ୍କ୍ରିନ୍‌କୁ କମ୍‌ବ୍ୟାକ୍‌ କରୁଛନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)

Related story