ବର୍ତ୍ତମାନର ଫ୍ୟାଶନ୍ ସେନ୍ସକୁ ନେଇ ବର୍ଷିଲେ ଆଶା ପାରେଖ, କହିଲେ...

ମୁମ୍ବାଇ: ୭୦ ଓ ୮୦ ଦଶକର ସୁପରହିଟ୍ ଅଭିନେତ୍ରୀ ତଥା ଭେଟେରାନ୍ ଅଭିନେତ୍ରୀ ଆଶା ପାରେଖ। ସେ ବଲିଉଡକୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଛନ୍ତି। ଏବେ କିନ୍ତୁ ସେ ବର୍ତ୍ତମାନ ଫ୍ୟାଶନ ସେନ୍ସକୁ ନେଇ ମୁହଁ ଖୋଲିଛନ୍ତି। ବର୍ତ୍ତମାନର ମହିଳାମାନେ ଯେଉଁ ପୋଷକା ଓ ଷ୍ଟାଇଲ୍ କରୁଛନ୍ତି ତାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିକଟରେ ଏକ ସାକ୍ଷାତକାର୍‌ରେ ଆଶା ପାରେଖ ମହିଳାମାନଙ୍କ ଡ୍ରେସିଂ ସେନ୍ସକୁ […]

asha-parekh

Madhupriya Mistry
  • Published: Wednesday, 30 November 2022
  • , Updated: 30 November 2022, 06:17 PM IST

ମୁମ୍ବାଇ: ୭୦ ଓ ୮୦ ଦଶକର ସୁପରହିଟ୍ ଅଭିନେତ୍ରୀ ତଥା ଭେଟେରାନ୍ ଅଭିନେତ୍ରୀ ଆଶା ପାରେଖ। ସେ ବଲିଉଡକୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଛନ୍ତି। ଏବେ କିନ୍ତୁ ସେ ବର୍ତ୍ତମାନ ଫ୍ୟାଶନ ସେନ୍ସକୁ ନେଇ ମୁହଁ ଖୋଲିଛନ୍ତି। ବର୍ତ୍ତମାନର ମହିଳାମାନେ ଯେଉଁ ପୋଷକା ଓ ଷ୍ଟାଇଲ୍ କରୁଛନ୍ତି ତାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ନିକଟରେ ଏକ ସାକ୍ଷାତକାର୍‌ରେ ଆଶା ପାରେଖ ମହିଳାମାନଙ୍କ ଡ୍ରେସିଂ ସେନ୍ସକୁ ନେଇ ବର୍ଷିଛନ୍ତି । ସେ କହିଛନ୍ତି, ‘ସବୁକିଛି ଏବେ ବଦଳି ଯାଇଛି। ଯେଉଁ ଫିଲ୍ମ ନିର୍ମାଣ କରାଯାଉଛି, ମୁଁ ଜାଣେ ନାହିଁ, ତାକୁ ନେଇ ଆମେ ଏତେ ପାଶ୍ଚାତ୍ୟ ହୋଇଛୁ। ଝିଅମାନେ ଗାଉନ୍ ପିନ୍ଧି ବିବାହକୁ ଆସୁଛନ୍ତି। ସେମାନେ ମୋଟା ହୋଇଥିଲେ ମଧ୍ୟ ପିନ୍ଧନ୍ତି। ଆମର ଘାଗାରେ ଚୋଲି, ଶାଢୀ ଏବଂ ସାଲୱାର-କାମିଜ ଅଛି। ତାହା ଆପଣ କାହିଁକି ପିନ୍ଧନ୍ତି ନାହିଁ? ବୋଲି ସେ ପ୍ରଶ୍ନ କରିଛନ୍ତି।’

ଆଶା ପାରେଖ ଆହୁରି କହିଛନ୍ତି, ‘ଆଜିକାଲିର ମହିଳାମାନେ କେବଳ ଅଭିନେତ୍ରୀମାନଙ୍କୁ ପରଦାରେ ଦେଖନ୍ତି ଓ ବାସ୍ତବ ଜୀବନରେ ତାଙ୍କୁ ଫଲୋ କରିବାକୁ ଚାହାନ୍ତି। ଦିନକୁ ଦିନ ଆମେ ୱେଷ୍ଟର୍ଣ୍ଣ ଷ୍ଟାଇଲ୍‌କୁ ଆପଣାଇ ଭାରତୀୟ ଷ୍ଟାଇଲ୍‌କୁ ଭୁଲି ଯାଉଛେ। ଏଥିପାଇଁ ମୁଁ ବେଶ୍ ଦୁଃଖିତ।’

ଆଶା ପାରେଖଙ୍କ ପୂର୍ବରୁ ଭେଟେରାନ ଅଭିନେତ୍ରୀ ଜୟା ବଚ୍ଚନ ମଧ୍ୟ ସମାନ ମତାମତ ରଖିଥିଲେ। ପୋଡକାଷ୍ଟରେ ଜୟ ତାଙ୍କ ଝିଅ ଶ୍ୱେତା ବଚ୍ଚନ ଏବଂ ନାତୁଣୀ ନବ୍ୟା ନନ୍ଦାଙ୍କୁ ପଚାରିଥିଲେ, ‘ଭାରତୀୟ ମହିଳାମାନେ ଅଧିକ ପାଶ୍ଚାତ୍ୟ ପୋଷାକ ପିନ୍ଧୁଛନ୍ତି? ଯେତେବେଳେ ସେମାନଙ୍କ ମଧ୍ୟରୁ କାହାର ଉତ୍ତର ନଥିଲା, ଜୟା କହିଥିଲେ, “ମୁଁ ଭାବୁଛି ଏହା ଅଜାଣତରେ ଘଟିଛି। ମୁଁ ଜଣେ ମହିଳାଙ୍କୁ ନାରୀ ରୂପରେ ଦେଖିବାକୁ ଚାହେଁ । ମୁଁ କହୁ ନାହିଁ ଯାଆନ୍ତୁ ଶାଢୀ ପିନ୍ଧନ୍ତୁ। ଏହା କେବଳ ଗୋଟିଏ ଉଦାହରଣ।’

Related story