Advertisment

୬୦ ବର୍ଷ ବୟସରେ ବିବାହ କଲେ ଅଭିନେତା ଆଶିଷ ବିଦ୍ୟାର୍ଥୀ

ଜାତୀୟ ଫିଲ୍ମ ପୁରସ୍କାର ଜିତିଥିବା ଆଶିଷ ପୂର୍ବରୁ ରାଜୋଶି ବରୁଆଙ୍କୁ ବିବାହ କରିଥିଲେ।

Ashish Vidyarthi

Ashish Vidyarthi

Advertisment

ଭେଟରାନ ଅଭିନେତା ଆଶିଷ ବିଦ୍ୟାର୍ଥୀ ଆସାମର ରୂପାଲି ବରୁଆଙ୍କୁ ଆଜି ବିବାହ କରିଛନ୍ତି। ଅନେକ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଓ ଅନେକ ଆଞ୍ଚଳି ଫିଲ୍ମରେ ଅଭିନୟ କରି ଆଶିଷ ବିଦ୍ୟାର୍ଥୀ ଘରେଘରେ ପରିଚିତ ହୋଇ ପାରିଛନ୍ତି। ସେ ୬୦ ବର୍ଷ ବୟସରେ ରୂପାଲିଙ୍କ ପ୍ରେମରେ ପଡ଼ି ତାଙ୍କୁ ବିବାହ କରିଛନ୍ତି।

Advertisment

ଜାତୀୟ ଫିଲ୍ମ ପୁରସ୍କାର ଜିତିଥିବା ଆଶିଷ ପୂର୍ବରୁ ରାଜୋଶି ବରୁଆଙ୍କୁ ବିବାହ କରିଥିଲେ। ତାଙ୍କର ଆର୍ଥ ବିଦ୍ୟାର୍ଥୀ ନାମକ ଜଣେ ପୁଅ ମଧ୍ୟ ରହିଛନ୍ତି। ଏହା ସତ୍ତ୍ୱେ ଆଶିଷ ଏବେ ୩୩ ବର୍ଷୀୟ ରୂପାଲିଙ୍କୁ ପୁଣି ବିବାହ କରିଛନ୍ତି। ଗୌହାଟୀର ମୂଳବାସିନ୍ଦା ରୂପାଲି ଫ୍ୟାଶନ ଉଦ୍ୟୋଗ ସହ ଜଡ଼ିତ।

ଆଜି ଆଶିଷ ଓ ରୂପାଲି ପରିବାର ଏବଂ କିଛି ହାତ ଗଣତି ବନ୍ଧୁମାନଙ୍କ ଉପସ୍ଥିତିରେ ରେଜିଷ୍ଟ୍ରୀ ମ୍ୟାରେଜ କରିଛନ୍ତି। ୬୦ ବର୍ଷରେ ବିବାହ କରିଥିବା ଆଶିଷ କହିଛନ୍ତି, “ଜୀବନର ଏ ବୟସରେ ରୂପାଲିଙ୍କୁ ବିବାହ କରିବା ମୋତେ ବେଶ ଆନନ୍ଦ ଦେଉଛି। ଆଜି ସକାଳେ ଆମେ କୋର୍ଟ ମ୍ୟାରେଜ କରିଛୁ। ସନ୍ଧ୍ୟାରେ ଗୋଟିଏ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଚାଲିଛି।”

Advertisment

ଫ୍ୟାଶନ ଉଦ୍ୟୋଗପତି ରୂପାଲି ମଧ୍ୟ ଆଶିଷଙ୍କୁ ବିବାହ କରି ବେଶ ଖୁସି ଅଛନ୍ତି। ସେ କହିଛନ୍ତି, “ଆମେ ପରସ୍ପରକୁ କିଛି ଦିନ ତଳେ ଭେଟିଥିଲୁ। ଏହାପରେ ଆମ ସମ୍ପର୍କକୁ ଆଗକୁ ନେବାକୁ ନିଷ୍ପତ୍ତି ନେଇଥିଲୁ। ଆମେ ଉଭୟ ବାହାଘର ପରିବାର ଲୋକଙ୍କ ଉପସ୍ଥିତିରେ ଗୋଟିଏ କାର୍ଯ୍ୟକ୍ରମ ଜରିଆରେ ହେଉ ବୋଲି ଚାହୁଁଥିଲୁ। ତେଣୁ ଆଜି ସକାଳୁ ଆମେ ବିବାହ କରିଛୁ।”

୧୯୬୨ ମସିହା ଜୁନ ୧୯ରେ ଦିଲ୍ଲୀରେ ଜନ୍ମ ହୋଇଥିବା ଆଶିଷ ‌ଓଡ଼ିଆ ସମେତ ୧୧ଟି ବିଭିନ୍ନ ଭାଷାର ପ୍ରାୟ ୩୦୦ଟି ଫିଲ୍ମରେ ଅଭିନୟ କରିଛନ୍ତି।

Entertainment Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe