Advertisment

ବଧୂ ସାଜିବେ ଆଥିଆ, ଆଜି ନେବେ ସାତ ଫେରା!

ସୁନୀଲ ଶେଟ୍ଟୀଙ୍କ ଖଣ୍ଡଲା ସ୍ଥିତ ବଙ୍ଗଳା ଲାଇଟ୍‌ରେ ସଜେଇ ହୋଇଛି। ଆଥିଆ ଓ ରାହୁଲଙ୍କ ୱେଡିଂ ଭେନ୍ୟୁରେ ଅତିଥିଙ୍କ ଭିଡ ମଧ୍ୟ ଜମିଛି। ସମସ୍ତ ଅତିଥି ଟ୍ରାଡିସନାଲ ଆଉଟଫିଟ୍‌ରେ ନଜର ଆସିଛନ୍ତି।

Athiya shetty and KL.rahul wedding

ବଧୂ ସାଜିବେ ଆଥିଆ, ଆଜି ନେବେ ସାତ ଫେରା!

Advertisment

ସଜେଇ ହୋଇ ସାରିଲାଣି ମଣ୍ଡପ। ରଙ୍ଗ ବେରଙ୍ଗର ଫୁଲ ଓ ଲାଇଟରେ ଝଲସିଲାଣି ଘର। ସରିଲାଣି ବିବାହର ସମସ୍ତ ପ୍ରସ୍ତିତୁ। କେବଳ ବର-କନ୍ୟାକୁ ଅପେକ୍ଷା। ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ  ଲାଡଲି। କ୍ରିକେଟର୍ କେଏଲ୍ ରାହୁଲଙ୍କ ସହ ସାତ ଫେରା ନେବେ ଆଥିଆ ଶେଟ୍ଟୀ। 

Advertisment

କେଏଲ୍ ରାହୁଲଙ୍କ ହାତ ଧରିବେ ଆଥିଆ ଶେଟ୍ଟୀ। ସରିଲାଣି ସଙ୍ଗୀତ ସେରେମୋନି, ଆଜି ବିବାହ। ରବିବାର ଆଥିଆ ଓ କେଏଲ୍ ରାହୁଲଙ୍କ ସଙ୍ଗୀତ ସେରେମୋନି ଥିଲା। ରିପୋର୍ଟ ଅନୁଯାୟୀ, ରାହୁଲ-ଆଥିଆଙ୍କ ବିବାହରେ ନୋ ଫୋନ୍ ପଲିସି ଲାଗୁ କରାଯାଇଛି। କୌଣସି ବି ଅତିଥିଙ୍କୁ ଫୋନ୍ ଭିତରକୁ ନେବାକୁ ପରମିସନ ନଥିଲା। କିନ୍ତୁ ଏହା ସତ୍ତ୍ୱେ ବି ଆଥିଆ-ରାହୁଲଙ୍କ ସଙ୍ଗୀତ ସେରେମୋନିର ଭିଡିଓ ଓ ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଭିଡିଓରେ ସୁନୀଲ ଶେଟ୍ଟୀଙ୍କ ଖଣ୍ଡଲା ସ୍ଥିତ ବଙ୍ଗଳା ଲାଇଟ୍‌ରେ ସଜେଇ ହୋଇଛି। ଆଥିଆ ଓ ରାହୁଲଙ୍କ ୱେଡିଂ ଭେନ୍ୟୁରେ ଅତିଥିଙ୍କ ଭିଡ ମଧ୍ୟ ଜମିଛି। ସମସ୍ତ ଅତିଥି ଟ୍ରାଡିସନାଲ ଆଉଟଫିଟ୍‌ରେ ନଜର ଆସିଛନ୍ତି। ଉକ୍ତ ଭିଡିଓଟି ଆଥିଆ-ରାହୁଲଙ୍କ ସଙ୍ଗୀତ ସେରେମୋନିର ବୋଲି କୁହାଯାଉଛି। ଭିଡିଓରେ ଅତିଥିମାନେ ଡିଜେର ତାଳେ ତାଳେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ସମସ୍ତେ ବିବାହ ଉତ୍ସବରେ ମସଗୁଲ ଅଛନ୍ତି। 

Advertisment

ଏହି ହାଇପ୍ରୋଫାଇଲ୍ ବିବାହରେ ଯୋଗ ଦେବା ପାଇଁ ସମସ୍ତ ଅତିଥି ପହଞ୍ଚି ସାରିଲେଣି। ସୋଶାଲ ମିଡିଆରେ  ଅତିଥିଙ୍କ ଫଟୋ ଭାଇରାଲ ହେଉଛି। ଏହି ଷ୍ଟାର୍ ଦମ୍ପତ୍ତିଙ୍କ ସଙ୍ଗୀତ ସେରେମୋନିରେ ଯୋଗ ଦେବା ପାଇଁ ପଞ୍ଜାବୀ ସିଙ୍ଗର ଓ ଅଭିନେତା ଗିପ୍ପି ଗରେୱାଲ, ଅର୍ଜୁନ କପୁର ପ୍ରମୁଖ ପହଞ୍ଚିଥିଲା। 
ରିପୋର୍ଟ ମୁତାବକ, ଆଥିଆ ଓ କେଏଲ୍ ରାହୁଲ ଆଜି ମଧ୍ୟାହ୍ନ ୪ଟାରେ ପରିବାର ଲୋକ ଓ ବନ୍ଧୁବାନ୍ଧକଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହେବେ। ଏହପରେ ସନ୍ଧ୍ୟାରେ ଉଭୟ ଫଟୋଗ୍ରାଫରଙ୍କୁ ଭେଟିବେ। ଏହି ଷ୍ଟାର୍ କପଲଙ୍କ ବିବାହରେ ପ୍ରାୟ ୧୦୦ ଜଣ ସାମିଲ ହେବେ।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe