Advertisment

ପୁଣି ଗୋଟିଏ ଫ୍ରେମରେ ରାହୁଲ୍‌-ଆତିୟା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ୍ ଓ ବଲିଉଡ୍ ଅଭିନେତ୍ରୀ ଆତିୟା ସେଟ୍ଟୀଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଛି। କିନ୍ତୁ ଦୁହେଁ କେବେନି ନିଜର ଲଭ୍ ଲାଇଫକୁ ସାର୍ବଜନୀନ କରିନାହାନ୍ତି । ଏବେ ରାହୁଲ୍ ଓ ଆତିୟା ପୁଣିଥରେ ଗୋଟିଏ ଫ୍ରେମରେ ନଜର ଆସିଛନ୍ତି। ଆତିୟା ନିକଟରେ ଇନଷ୍ଟାଗ୍ରାମରେ କେଏଲ୍‌ ରାହୁଲଙ୍କ ସହ ନିଜର କିଛି ବଛା ବଛା ଫଟୋ ଶେଆର୍ କରିଛନ୍ତି । ଫଟୋର ଗୋଟିଏ ଫ୍ରେମରେ ଭାରତୀୟ ଟିମର […]

ଅଦ୍ୟତନ ହୋଇଛି
ପୁଣି ଗୋଟିଏ ଫ୍ରେମରେ ରାହୁଲ୍‌-ଆତିୟା

KL-Rahul-and-Athiya-Shetty

Advertisment

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ୍ ଓ ବଲିଉଡ୍ ଅଭିନେତ୍ରୀ ଆତିୟା ସେଟ୍ଟୀଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଛି। କିନ୍ତୁ ଦୁହେଁ କେବେନି ନିଜର ଲଭ୍ ଲାଇଫକୁ ସାର୍ବଜନୀନ କରିନାହାନ୍ତି । ଏବେ ରାହୁଲ୍ ଓ ଆତିୟା ପୁଣିଥରେ ଗୋଟିଏ ଫ୍ରେମରେ ନଜର ଆସିଛନ୍ତି।

Advertisment

ଆତିୟା ନିକଟରେ ଇନଷ୍ଟାଗ୍ରାମରେ କେଏଲ୍‌ ରାହୁଲଙ୍କ ସହ ନିଜର କିଛି ବଛା ବଛା ଫଟୋ ଶେଆର୍ କରିଛନ୍ତି । ଫଟୋର ଗୋଟିଏ ଫ୍ରେମରେ ଭାରତୀୟ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ରାହୁଲଙ୍କ ସହ ଅଭିନେତ୍ରୀ ଜଣକ ମଧ୍ୟ ନଜର ଆସିଛନ୍ତି। ଦୁହେଁ ଏକ ସନଗ୍ଲାସ୍ ବ୍ରାଣ୍ଡର ଫଟୋ ପାଇଁ ଶୁଟ୍ କରାଇଛନ୍ତି ।

ଏହି ଫଟୋକୁ ଦେଖି ଫ୍ୟାନ୍ ଏବେ ସେମାନଙ୍କୁ ବିରାଟ୍‌ କୋହଲି ଓ ଅନୁଷ୍କା ଶର୍ମାଙ୍କ ସହ ତୁଳନା କରିଛନ୍ତି। କାରଣ ବଲିଉଡ୍ ଓ କ୍ରିକେଟର ବିଶେଷ ସମ୍ପର୍କ ରହିଛି । କିଛି ଫ୍ୟାନ୍ ଏହି ଫଟୋକୁ ଦେଖି ସେମାନଙ୍କୁ ‘ରାହିୟା’ ନାମରେ ସମ୍ବୋଧିତ କରିଛନ୍ତି ।

Advertisment

ସୂଚନାଯୋଗ୍ୟ, ଭାରତୀୟ କ୍ରିକେଟ୍ ଟିମ୍ ନିଜ ପାର୍ଟନର ଓ ପିଲାମାନଙ୍କ ସହ ଇଂଲଣ୍ଡ ଗସ୍ତରେ ଅଛନ୍ତି। ଏହାରି ଭିତରେ ଆତିୟା ଏବେ ଯେଉଁ ଫଟୋ ଶେଆର୍ କରିଛନ୍ତି, ତାହା ଇଂଲଣ୍ଡରେ ବୋଲି କୁହାଯାଉଛି । ଫଟୋ ଦେଖିବା ପରେ ଫ୍ୟାନ୍ କହିଛନ୍ତି ଯେ ଏହି ଅଭିନେତ୍ରୀ ଜଣକ ନିଜ ତଥାକଥିକ ବୟଫ୍ରେଣ୍ଡ କେଏଲ୍ ରାହୁଲଙ୍କ ସହ ଇଂଲଣ୍ଡରେ ଅଛନ୍ତି।

ବର୍ତ୍ତମାନ ଭାରତୀୟ ଟିମ୍ ଇଂଲଣ୍ଡ ଗସ୍ତରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍‌ ମ୍ୟାଚ୍ ଖେଳିବ, ଯାହା ଜୁନ୍ ୧୮ ତାରିଖରୁ ଆରମ୍ଭ ହେବ। ଏହା ପରେ ଇଂଲଣ୍ଡ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe