ବାଜିବ ଶାହାନାଇ, କେଏଲ୍‌ ରାହୁଲଙ୍କ କନିଆଁ ସାଜିବେ ଆଥିଆ    

ମୁମ୍ବାଇ: ବାଜିବ ଶାହାନାଇ। କନିଆଁ ସାଜିବେ ବଲିଉଡ ଅଭିନେତ ସୁନୀଲ ଶେଟ୍ଟୀଙ୍କ ଅଲିଅଳି ଝିଅ। କ୍ରିକେଟର୍‌ କେଏଲ୍‌ ରାହୁଲଙ୍କ ହାତ ଧରିବେ ଅଭିନେତ୍ରୀ ଆଥିଆ ଶେଟ୍ଟୀ। ଏଥିପାଇଁ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। ଖୁବଶୀଘ୍ର ଦୁହେଁ ବିବାହ କରିବେ।

ମିଡିଆ ରିପୋର୍ଟ ମୁତାବକ, ଆଥିଆ ଓ ରାହୁଲ ଏବେ ବିବାହ କରିବାକୁ ପୂରାପୁରି ପ୍ରସ୍ତୁତ ଅଛନ୍ତି। ଖୁବଶୀଘ୍ର ଦୁହେଁ ବର-କନ୍ୟା ସାଜିବେ। ଆଥିଆ ଓ କେଏଲ୍‌ ରାହୁଲ ଗତ ୩ ବର୍ଷ ହେଲା ପରସ୍ପରକୁ ଡେଟ୍‌ କରୁଛନ୍ତି। ଆସନ୍ତା ୩ ମାସ ଭିତରେ ଦୁହେଁ ବିବାହ କରିପାରନ୍ତି। ଏଥିପାଇଁ ଜୋରସୋର୍‌ରେ ପ୍ରସ୍ତୁତି ଚାଲିଛି ବୋଲି ଆଥିଆଙ୍କ ଜଣେ ନିକଟ ସମ୍ପର୍କୀୟ ସୂଚନା ଦେଇଛନ୍ତି।

ରାହୁଲଙ୍କ ପରିବାର ଲୋକେ ନିକଟରେ ମୁମ୍ବାଇରେ ଆଥିଆଙ୍କ ପରିବାର ସହ ଭେଟିଛନ୍ତି। ଆଥିଆ ଓ ରାହୁଲ ନିଜ ପରିବାର ସହ ନୂଆ ଘରକୁ ଦେଖିବା ପାଇଁ ମଧ୍ୟ ଯାଇଥିଲେ, ଯେଉଁଠି ବିବାହ ପରେ ଉଭୟ ଶିଫ୍ଟ ହେବେ। ମୁମ୍ବାଇରେ ଏହି ଦୁଇ ଷ୍ଟାର କପଲ୍‌ଙ୍କ ଏହି ଗ୍ରାଣ୍ଡ ବିବାହ ହେବ ବୋଲି ଏକ ସୂତ୍ରରୁ ସୂଚନା ମିଳିଛି। ଏହାପୂର୍ବରୁ ଆଥିଆ ଓ ରାହୁଲ ଡିସେମ୍ବର ମାସରେ ବିବାହ କରିବାକୁ ଯାଉଥିବା ନେଇ ଖବର ସାମ୍ନାକୁ ଆସିଥିଲା।

ଉଭୟଙ୍କ ଫ୍ୟାନ୍‌ମାନେ ଏବେ ଏହି ଦୁଇ ଷ୍ଟାରଙ୍କ ବିବାହକୁ ବେଶ୍‌ ଉତ୍ସାହିତ ଅଛନ୍ତି। ଏବେ ଆଥିଆ ଓ ରାହୁଲ ଜର୍ମାନୀରେ ଅଛନ୍ତି। ସେଠାକୁ ରାହୁଲଙ୍କ ସର୍ଜରୀ ପାଇଁ ଉଭୟ ଯାଇଥିଲେ। ସର୍ଜରୀ ପରେ ଆହୁରି ଏକ ମାସ ସେଠାରେ ଆଥିଆ ଓ ରାହୁଲ ରହିବେ। ସେଠାରୁ ଆସିବା ପରେ ବିବାହ ହେବ ବୋଲି କୁହାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।