କେଏଲ୍‌ ରାହୁଲଙ୍କ ସହ ରୋମାଣ୍ଟିକ ଫଟୋ ଶେଆର କଲେ ଆଥିଆ

ମୁମ୍ବାଇ: କ୍ରିକେଟ୍‌ର କେଏଲ୍‌ ରାହୁ ଓ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଡେଟ୍‌ କରୁଛନ୍ତି। ଏହି ଯୋଡି ଗତ କିଛି ମାସ ହେଲେଣି ଲୋକଙ୍କ ହୃଦୟକୁ କବ୍‌ଜା କରି ରଖିଛନ୍ତି। ସୋଶାଲ ମିଡିଆ ସ୍କ୍ରୋଲ କରିବା ବେଳେ ଆଥିଆ ଓ ରାହୁଲଙ୍କ ଯୋଡିକୁ ନେଇ କିଛି ନା କିଛି ଖବର ସାମ୍ନାକୁ ଆସିଯାଏ। ଏହାରି ଭିତରେ ଏବେ ଆଥିଆ କେଏଲ୍‌ ରାହୁଲଙ୍କ ସହ ଏକ ରୋମାଣ୍ଟିକ୍‌ ଫଟୋ ଶେଆର କରିଛନ୍ତି। ଯାହାକୁ […]

athiya-shetty and kl-rahul

Madhupriya Mistry
  • Published: Thursday, 28 July 2022
  • , Updated: 28 July 2022, 05:29 PM IST

ମୁମ୍ବାଇ: କ୍ରିକେଟ୍‌ର କେଏଲ୍‌ ରାହୁ ଓ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଡେଟ୍‌ କରୁଛନ୍ତି। ଏହି ଯୋଡି ଗତ କିଛି ମାସ ହେଲେଣି ଲୋକଙ୍କ ହୃଦୟକୁ କବ୍‌ଜା କରି ରଖିଛନ୍ତି। ସୋଶାଲ ମିଡିଆ ସ୍କ୍ରୋଲ କରିବା ବେଳେ ଆଥିଆ ଓ ରାହୁଲଙ୍କ ଯୋଡିକୁ ନେଇ କିଛି ନା କିଛି ଖବର ସାମ୍ନାକୁ ଆସିଯାଏ। ଏହାରି ଭିତରେ ଏବେ ଆଥିଆ କେଏଲ୍‌ ରାହୁଲଙ୍କ ସହ ଏକ ରୋମାଣ୍ଟିକ୍‌ ଫଟୋ ଶେଆର କରିଛନ୍ତି। ଯାହାକୁ ଦେଖି ଫ୍ୟାନ୍‌ମାନେ ଏହି ଲଭ୍‌ ବାର୍ଡଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି।

ଯେବେଠୁ ଆଥିଆ ଓ ରାହୁଲଙ୍କ ସମ୍ପର୍କ ସାମ୍ନାକୁ ଆସିଛି ସେବେଠୁ ଲୋକେ ତାଙ୍କ ବିବାହକୁ ନେଇ ଅନେକ କୁହାକୁହି ହୋଉଛନ୍ତି। ନିକଟରେ ଆସନ୍ତା ୩ ସପ୍ତାହ ଭିତରେ ଆଥିଆ ଓ ରାହୁଲ ବିବାହ କରିବାକୁ ଯାଉଥିବା ନେଇ ଖବର ସାମ୍ନାକୁ ଆସିଥିଲା। କିନ୍ତୁ ପରେ ଏ ସବୁ ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଥିଲେ ବାପା ସୁନୀଲ ଶେଟ୍ଟୀ ଓ ଆଥିଆ ଶେଟ୍ଟୀ।

ଏହି ଷ୍ଟାର୍‌ କପଲଙ୍କୁ ବିବାହକୁ ନେଇ ଚର୍ଚ୍ଚା ଭିତରେ ଏବେ ଆଥିଆ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେଆର କରିଛନ୍ତି। ଫଟୋରେ ଆଥିଆ ଓ ରାହୁଲ ବେଶ୍‌ ରୋମାଣ୍ଟିକ୍‌ ଅନ୍ଦାଜରେ ନଜର ଆସିଛନ୍ତି। ଏକ ସୋଫା ଉପରେ ସେ କଏଲ୍‌ ରାହୁଲଙ୍କ ପାଖରେ ବସିଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଶେଆର କରି ଆଥିଆ କ୍ୟାପସନରେ ଲେଖିଛନ୍ତି, 'ଫେଭ୍‌ରେଟ୍‌ ୱାନ୍‌'। କ୍ୟାପସନ ସହ ସେ ଏକ ମାଙ୍କଡ ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି।

ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫ୍ୟାନ୍‌ମାନଙ୍କୁ ଏହି ଫଟୋ ବେଶ୍‌ ପସନ୍ଦ ଆସିଛି। ଅନେକ ୟୁଜର୍ସ ଫଟୋରେ କମେଣ୍ଟ ମଧ୍ୟ କରିଛନ୍ତି। ଜଣେ ୟୁଜର୍ସ କମେଣ୍ଟ କରି ପଚାରିଛନ୍ତି, ବାହାଘର କେବେ? ସେହିପରି ଆଉ ଜଣେ କ୍ୟୁଟ୍‌ ଯୋଡି ବୋଲି କହିଛନ୍ତି।

Related story