Advertisment

ପୋଷା କୁକୁର ହତ୍ୟା ମାମଲାର ହେଉନି ଶୁଣାଣି; ହାଇକୋର୍ଟ ଗଲେ ଆୟଶା ଜୁଲକା

ନିଜ ପୋଷା କୁକୁରକୁ ହତ୍ୟା ଘଟଣାକୁ ୪ ବର୍ଷ ପୂରି ସାରିଥିବା ବେଳେ ମାଜିଷ୍ଟ୍ରେଟ କୋର୍ଟ ଏହାର ଶୁଣାଣି କରୁ ନ ଥିବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆୟଶା ଜୁଲକା।

Ayesha Jhulka

Ayesha Jhulka

Advertisment

ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୯୦ ଦଶକର ବଲିଉଡର ଚୁଲବୁଲି ଅଭିନେତ୍ରୀ ଆୟଶା ଜୁଲକା। ନିଜ ପୋଷା କୁକୁରକୁ ହତ୍ୟା ଘଟଣାକୁ ୪ ବର୍ଷ ପୂରି ସାରିଥିବା ବେଳେ ମାଜିଷ୍ଟ୍ରେଟ କୋର୍ଟ ଏହାର ଶୁଣାଣି କରୁ ନ ଥିବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆୟଶା ଜୁଲକା। ଏହି ହତ୍ୟା ମାମଲାରେ ଆୟଶାଙ୍କ କେୟାର ଟେକର ବନ୍ଧା ହୋଇଥିବା ବେଳେ ୨ ଦିନ ପରେ ଜାମିନରେ ମୁକୁଳି ଆସିଥିଲେ।

Advertisment

୨୦୨୦ ମସିହା ସେପ୍ଟେମ୍ବର ୧୩ ତାରିଖରେ ଆୟଶାଙ୍କ ଲୋନାଭଲାସ୍ଥିତ ବଙ୍ଗଳାରେ ତାଙ୍କ ପୋଷା କୁକୁରର ମୃତ୍ୟୁ ଘଟିଥିଲା। ଉକ୍ତ ସମୟରେ ଆୟଶାଙ୍କ ଘରେ ତାଙ୍କ କେୟାରଟେକର ଉପସ୍ଥିତ ଥିଲେ। ପାଣି ଟାଙ୍କିରେ ବୁଡ଼ିବାରୁ କୁକୁରଟିର ମୃତ୍ୟୁ ହୋଇଥିବା କେୟାର ଟେକର କହିଥିଲେ। ମାତ୍ର ଆୟଶାଙ୍କର ସନ୍ଦେହ ହେବାରୁ ସେ କୁକୁର ମୃତଦେହର ବ୍ୟବଚ୍ଛେଦ କରାଇଥିଲେ।

ବ୍ୟବଚ୍ଛେଦ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଥିଲା। ପାଣି ଟାଙ୍କିରେ ବୁଡ଼ିବା କାରଣରୁ ନୁହେଁ, ବେକ ଚିପା ହେବା ଯୋଗୁ ଅଣ ନିଶ୍ୱାସୀ ହୋଇ କୁକୁରଟିର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା।

Advertisment

ଏହାପରେ ଆୟେଶାଙ୍କ ଅଭିଯୋଗକ୍ରମେ ପୁଲିସ୍‌ ଉକ୍ତ ବର୍ଷ ସେପ୍ଟେମ୍ବର ୨୫ ତାରିଖରେ ତାଙ୍କ କେୟାରଟେକରଙ୍କୁ ବାନ୍ଧିଥିଲା। ମାତ୍ର ଗିରଫ ହେବାର ଦୁଇ ଦିନ ପରେ ସେ ଜାମିନରେ ମୁକୁଳି ଆସିଥିଲେ। ଏହି ଘଟଣାରେ ୨୦୨୧ ମସିହା ଜାନୁୟାରୀ ୭ ତାରିଖରେ ଚାର୍ଜସିଟ୍‌ ବି ଫାଇଲ୍‌ ହୋଇଥିଲା।

ଏହି ଘଟଣାକୁ ୪ ବର୍ଷ ପୂରି ଯାଇଥିଲେ ବି ମାଜିଷ୍ଟ୍ରେଟ କୋର୍ଟରେ ଏହାର ଶୁଣାଣି ଆରମ୍ଭ ହୋଇପାରିନି। ଏଥିରେ କ୍ଷୋଭ ପ୍ରକାଶ କରି ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆୟେଶା। ଗତ ଶୁକ୍ରବାର ଦୁଇ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଏହାର ଶୁଣାଣି ଆରମ୍ଭ କରିଛନ୍ତି।

Entertainment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe