ଜନ୍ମ ହେବା ବେଳେ ଆଖି ବୁଜିଲା ଲୋକପ୍ରିୟ ଗାୟକ ବି ପ୍ରାକଙ୍କ ସନ୍ତାନ

ମୁମ୍ବାଇ: ଲୋକପ୍ରିୟ ବଲିଉଡ ଓ ପଞ୍ଜାବୀ ଗାୟକ ବି ପ୍ରାକଙ୍କ ପରିବାର ପାଇଁ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ପ୍ରାକଙ୍କ ପତ୍ନୀ ମୀରା ଜନ୍ମ ଦେଇଥିବା ଦ୍ୱିତୀୟ ସନ୍ତାନଙ୍କ ଦେହାନ୍ତ ହୋଇଯାଇଛି। ଜନ୍ମ ହେବା ବେଳେ ହିଁ ସନ୍ତାର ମୃତ୍ୟୁ ଘଟିଥିବା ନିଜେ ବି ପ୍ରାକ ସୋଶାଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି। ଏପ୍ରିଲ ମାସରେ ପ୍ରାକ ଓ ମୀରା ଦ୍ୱିତୀୟ ସନ୍ତାନର ବାପା ମା’ ହେବାକୁ ଯାଉଥିବା ଖବର ସାର୍ବଜନୀନ କରିଥିଲେ। ହେଲେ ଏବେ ସେମାନଙ୍କୁ […]

B-praak

B-praak

Hemant Lenka
  • Published: Wednesday, 15 June 2022
  • Updated: 15 June 2022, 09:15 PM IST

ମୁମ୍ବାଇ: ଲୋକପ୍ରିୟ ବଲିଉଡ ଓ ପଞ୍ଜାବୀ ଗାୟକ ବି ପ୍ରାକଙ୍କ ପରିବାର ପାଇଁ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ପ୍ରାକଙ୍କ ପତ୍ନୀ ମୀରା ଜନ୍ମ ଦେଇଥିବା ଦ୍ୱିତୀୟ ସନ୍ତାନଙ୍କ ଦେହାନ୍ତ ହୋଇଯାଇଛି। ଜନ୍ମ ହେବା ବେଳେ ହିଁ ସନ୍ତାର ମୃତ୍ୟୁ ଘଟିଥିବା ନିଜେ ବି ପ୍ରାକ ସୋଶାଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି।

ଏପ୍ରିଲ ମାସରେ ପ୍ରାକ ଓ ମୀରା ଦ୍ୱିତୀୟ ସନ୍ତାନର ବାପା ମା’ ହେବାକୁ ଯାଉଥିବା ଖବର ସାର୍ବଜନୀନ କରିଥିଲେ। ହେଲେ ଏବେ ସେମାନଙ୍କୁ ଦ୍ୱିତୀୟ ସନ୍ତାନର ସୁଖ ମିଳିବା ପୂର୍ବରୁ ଉଭେଇ ଯାଇଛି।

ପ୍ରାକ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ “ଅତ୍ୟନ୍ତ ମର୍ମାହତ ହୋଇ ଆମେ କହିବାକୁ ଚାହୁଁଛୁ ଯେ ଆମର ନବଜାତ ଶିଶୁ ଜନ୍ମ ହେବା ବେଳେ ଆଖି ବୁଜିଛି। ବାପା ମା’ ହିସାବରେ ଆମେ ବର୍ତ୍ତମାନ ଅତ୍ୟନ୍ତ କଠିନ ସମୟ ଦେଇ ଗତି କରୁଛୁ। ଆମେ ସମସ୍ତ ଡାକ୍ତର ଓ କର୍ମଚାରୀମାନଙ୍କୁ ସେମାନଙ୍କ ଅସୀମ ଉଦ୍ୟମ ଏବଂ ସହଯୋଗ ପାଇଁ ଧନ୍ୟବାଦ ଦେବାକୁ ଚାହୁଁଛୁ। ଏହି କ୍ଷତି ଯୋଗୁ ଆମେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛି। ଆମେ ନମ୍ରତାର ସହିତ ଆପଣମାନଙ୍କୁ ଏହି ସମୟରେ ଆମର ଗୋପନୀୟତା ପ୍ରଦାନ କରିବାକୁ ଅନୁରୋଧ କରୁଛୁ।”

ବି ପ୍ରାକ ଏହି ଖବର ଦେବା ପରେ କରଣନ ଜୋହର, ଗୌହର ଖାନ, ଏ ଗୋନି, ରାଜୀବ ଆଦିତ୍ୟା, ଆମ୍ମୀ ବ୍ରିକ, ନୀତି ମୋହନଙ୍କ ଠାରୁ ଆରମ୍ଭ କରି ଅନେକ ବହୁ ବଡ଼ ବଡ଼ ସେଲେବ୍ରିଟି ଗଭୀର ଶୋକ ପ୍ରକାଶ କରିଛନ୍ତି।


ମୀରା ବଚ୍ଚନଙ୍କୁ ୨୦୧୯ ମସିହା ଏପ୍ରିଲ ୪ରେ ବି ପ୍ରାକ୍‌ ବିବାହ କରିଥିଲେ। ୨୦୨୦ରେ ତାଙ୍କର ପ୍ରଥମ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ତାଙ୍କ ନାଁ ସେମାନେ ଅଦାବ୍ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos