ବାପା ହେବେ ବାହୁବଳୀର ଭଲ୍ଲାଲ୍‌ଦେବ!

ହାଇଦ୍ରାବାଦ: ଖୁବଶୀଘ୍ର ବାହୁବଳୀର ଭଲ୍ଲାଲ୍‌ଦେବ ଓରଫ ସାଉଥ ଷ୍ଟାର୍ ରାଣା ଦଗୁବତୀଙ୍କ ଘରକୁ ଆସିବେ କୁନି ଅତିଥି। ସେ ବାପା ହେବାକୁ ଯାଉଛି। ଏ କଥା ଆମେ କହୁନୁ ଏଭଳି କିଛି ଚର୍ଚ୍ଚା ଏବେ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ଖୁବଶୀଘ୍ର ରାଣା ଦଗୁବତୀ ଓ ମିହିକା ବଜାଜ ବାପା-ମା’ ହେବାକୁ ଯାଉଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ତରଫରୁ ଏନେଇ କୌଣସି ଅଫିସିଆଲ୍ ଆନାଉନ୍ସମେଣ୍ଟ ହୋଇନାହିଁ। ରାଣା ୨୦୨୦ ମସିହାରେ ମିହିକା ବଜାଜଙ୍କୁ ବିବାହ କରିଥିଲେ। […]

Rana dagubati

Madhupriya Mistry
  • Published: Thursday, 27 October 2022
  • , Updated: 27 October 2022, 04:12 PM IST

ହାଇଦ୍ରାବାଦ: ଖୁବଶୀଘ୍ର ବାହୁବଳୀର ଭଲ୍ଲାଲ୍‌ଦେବ ଓରଫ ସାଉଥ ଷ୍ଟାର୍ ରାଣା ଦଗୁବତୀଙ୍କ ଘରକୁ ଆସିବେ କୁନି ଅତିଥି। ସେ ବାପା ହେବାକୁ ଯାଉଛି। ଏ କଥା ଆମେ କହୁନୁ ଏଭଳି କିଛି ଚର୍ଚ୍ଚା ଏବେ ସାମ୍ନାକୁ ଆସିଛି।

ରିପୋର୍ଟ ମୁତାବକ, ଖୁବଶୀଘ୍ର ରାଣା ଦଗୁବତୀ ଓ ମିହିକା ବଜାଜ ବାପା-ମା’ ହେବାକୁ ଯାଉଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ତରଫରୁ ଏନେଇ କୌଣସି ଅଫିସିଆଲ୍ ଆନାଉନ୍ସମେଣ୍ଟ ହୋଇନାହିଁ।

ରାଣା ୨୦୨୦ ମସିହାରେ ମିହିକା ବଜାଜଙ୍କୁ ବିବାହ କରିଥିଲେ। କରୋନା ଯୋଗୁ ତାଙ୍କ ବିବାହରେ କେବଳ ପରିବାର ଏବଂ ଘନିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ। ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରିଥିଲେ। ପରେ ବିବାହ କରିଥିଲେ। ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ମିହିକା ଏବଂ ରାଣାଙ୍କ ଅଫିସିଆଲ୍ ଷ୍ଟେଟମେଣ୍ଟକୁ ଅପେକ୍ଷା କରି ରହିଛନ୍ତି ।

ରାଣା ଦଗୁବତୀ ଉଭୟ ବଲିଉଡ ଓ ସାଉଥ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। ଅଧିକାଂଶ ତାଙ୍କୁ ସାଉଥ ଫିଲ୍ମରେ ଦେଖିବାକୁ ମିଳେ। ଆଗକୁ ତାଙ୍କ ହାତରେ ଅନେକ ପ୍ରୋଜେକ୍ଟ ରହିଛି। ସେ ଏବେ ଦୁଇଟି ଫିଲ୍ମରେ କାମ କରୁଛନ୍ତି। ଏହା ବ୍ୟତୀତ ରାଣାଙ୍କୁ ଡକ୍ୟୁମେଣ୍ଟାରୀ ସିରିଜ ‘ଦି ଜର୍ନି ଅଫ୍ ଇଣ୍ଡିଆ’ର ପାର୍ଟ-୨ରେ ଦେଖିବାକୁ ମିଳିବେ।

Related story