Advertisment

ବଲିଉଡରେ ଇର୍‌ଫାନ୍‌ଙ୍କ ପୁଅ ବାବିଲ, ଆସିଲା ଫାଷ୍ଟଲୁକ୍‌

ମୁମ୍ବାଇ: ଖୁବ୍‌ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଦିବଙ୍ଗତ ଅଭିନେତା ଇର୍‌ଫାନ୍‌ ଖାନ୍‌ଙ୍କ ପୁଅ ବାବିଲ ଖାନ୍‌। ସେ ଅନୁଷ୍କା ଶର୍ମାଙ୍କ ଫିଲ୍ମରୁ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। କେବଳ ସେତିକି ନୁହେଁ ତାଙ୍କ ଫିଲ୍ମର ଫାଷ୍ଟ ଲୁକ୍‌ ମଧ୍ୟ ଏବେ ସାମ୍ନାକୁ ଆସିଛି। ଯାହାକୁ ବାବିଲ ନିଜ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି। ବାବିଲ ତାଙ୍କ ଡେବ୍ୟୁ ଫିଲ୍ମ `କାଲା’ର ପ୍ରଥମ ଶୁଟିଂ ସେଡ୍ୟୁଲ ପୂରଣ କରିଛନ୍ତି। ଏହି ଶୁଟିଂ ବେଳର ଭିଡିଓକୁ ଏବେ ସେ ତାଙ୍କ […]

ଅଦ୍ୟତନ ହୋଇଛି
ବଲିଉଡରେ ଇର୍‌ଫାନ୍‌ଙ୍କ ପୁଅ ବାବିଲ, ଆସିଲା ଫାଷ୍ଟଲୁକ୍‌

Irfan Khan and Babil Khan

Advertisment

ମୁମ୍ବାଇ: ଖୁବ୍‌ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଦିବଙ୍ଗତ ଅଭିନେତା ଇର୍‌ଫାନ୍‌ ଖାନ୍‌ଙ୍କ ପୁଅ ବାବିଲ ଖାନ୍‌। ସେ ଅନୁଷ୍କା ଶର୍ମାଙ୍କ ଫିଲ୍ମରୁ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। କେବଳ ସେତିକି ନୁହେଁ ତାଙ୍କ ଫିଲ୍ମର ଫାଷ୍ଟ ଲୁକ୍‌ ମଧ୍ୟ ଏବେ ସାମ୍ନାକୁ ଆସିଛି। ଯାହାକୁ ବାବିଲ ନିଜ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି।

Advertisment

ବାବିଲ ତାଙ୍କ ଡେବ୍ୟୁ ଫିଲ୍ମ `କାଲା'ର ପ୍ରଥମ ଶୁଟିଂ ସେଡ୍ୟୁଲ ପୂରଣ କରିଛନ୍ତି। ଏହି ଶୁଟିଂ ବେଳର ଭିଡିଓକୁ ଏବେ ସେ ତାଙ୍କ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି। ବାବିଲ ସେଆର କରିଥିବା ଭିଡିଓରେ, ଫିଲ୍ମର ସୁଟିଂ କାଶ୍ମୀରରେ କରାଯାଇଥିବା ଦେଖିବାକୁ ମିଳିଛି।  ଚାରଆଡେ ବରଫ ଭିତରେ କିଭଳି ସେ ଫିଲ୍ମର ସୁଟିଂ କରୁଛନ୍ତି ତାହା ଏହି ଭିଡିଓରେ ଦେଖାଇଛନ୍ତି ଇର୍‌ଫାନଙ୍କ ପୁଅ।

ଏହି ଭିଡିଓକୁ ସେଆର କରି ବାବିଲ ଲେଖିଛନ୍ତି, ମୁଁ ଅନୁଭବ କଲି ଯେ ଏହା ମନେ ରଖିବା ଆବଶ୍ୟକ, ଯଦି ତୁମେ ନିଜ ପ୍ରତି ଅତ୍ୟନ୍ତ ଯତ୍ନଶୀଳ ଏବଂ ସଚ୍ଚୋଟ ନୁହଁ, ତେବେ ତୁମର ଆତ୍ମର ଗୁରୁତ୍ୱ ବୁଡ଼ିଯିବ। ଆପଣ ଜଣେ ଅଭିନେତା ହୁଅନ୍ତୁ ଅବା ସାଧାରଣ ମଣିଷ, ଆପଣମାନେ ନିଜ ନିଜ କାହାଣୀର ଏକ ଅଂଶ ଏବଂ ସେହି କାହାଣୀ ଆପଣଙ୍କଠାରୁ ସବୁବେଳେ ବଡ଼ ରହିବ।

Advertisment

ସୂଚନାଯୋଗ୍ୟ ଯେ, ଏହି ଫିଲ୍ମଟି ନେଟ୍‌ଫ୍ଲିକ୍ସରେ ରିଲିଜ ହେବ। ଏହି ଫିଲ୍ମରେ ବାବିଲଙ୍କ ଅପୋଜିଟ୍‌ରେ ଅଭିନେତ୍ରୀ ତୃପ୍ତି ଡିମରି ଅଛନ୍ତି। ଅନୁଷ୍କା ଶର୍ମାଙ୍କ ପ୍ରଡକ୍ସନ ହାଉସରେ ତିଆରି ହୋଇଛି ଏହି ଫିଲ୍ମ ।

Bollywood Babil Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe