Advertisment

ଥରିବ ଥିଏଟର୍‌, 'ବଚ୍ଚନ ପାଣ୍ଡେ'ଙ୍କୁ ଦେଖି ଡରିବେ ଲୋକେ

ମୁମ୍ବାଇ: ପୂରା ଥିଏଟରକୁ ଥରାଇବେ। ଭୟଙ୍କର ଲୁକ୍‌ ଆଉ କିଲର୍‌ ଅନ୍ଦାଜକୁ ଦେଖି ଥରିବେ ଫ୍ୟାନ୍‌। ଯିଏ ତାଙ୍କ ବିରୋଧରେ ଯିବ ତା’ର ହେବ ମୃତ୍ୟୁ। କେବଳ ଚାଲିବ ବଚ୍ଚନ ପାଣ୍ଡେଙ୍କ ରାଜ। ଭୟ ଜାରି ରଖିବା ପାଇଁ ମଚାଇବେ ଭୌକାଲ। ଏଭଳି କିଛି ଡାଏଲଗ୍‌ ଓ ଦମ୍‌ଦାର ଆକ୍ସନ ସହ ରିଲିଜ ହୋଇଛି ବହୁପ୍ରତିକ୍ଷିତ ଫିଲ୍ମ ‘ବାଚ୍ଚନ ପାଣ୍ଡେ’ର ଟ୍ରେଲର। ବାଘୱାର ବଚ୍ଚନ ପାଣ୍ଡେ। ପେଶରେ ଗ୍ୟାଙ୍ଗଷ୍ଟର ଆଉ ହତ୍ୟା କରିବା ହେଉଛି ତା’ ନିଶା। […]

ଥରିବ ଥିଏଟର୍‌, 'ବଚ୍ଚନ ପାଣ୍ଡେ'ଙ୍କୁ ଦେଖି ଡରିବେ ଲୋକେ

bachchan pandey

Advertisment

ମୁମ୍ବାଇ: ପୂରା ଥିଏଟରକୁ ଥରାଇବେ। ଭୟଙ୍କର ଲୁକ୍‌ ଆଉ କିଲର୍‌ ଅନ୍ଦାଜକୁ ଦେଖି ଥରିବେ ଫ୍ୟାନ୍‌। ଯିଏ ତାଙ୍କ ବିରୋଧରେ ଯିବ ତା'ର ହେବ ମୃତ୍ୟୁ। କେବଳ ଚାଲିବ ବଚ୍ଚନ ପାଣ୍ଡେଙ୍କ ରାଜ। ଭୟ ଜାରି ରଖିବା ପାଇଁ ମଚାଇବେ ଭୌକାଲ। ଏଭଳି କିଛି ଡାଏଲଗ୍‌ ଓ ଦମ୍‌ଦାର ଆକ୍ସନ ସହ ରିଲିଜ ହୋଇଛି ବହୁପ୍ରତିକ୍ଷିତ ଫିଲ୍ମ 'ବାଚ୍ଚନ ପାଣ୍ଡେ'ର ଟ୍ରେଲର।

Advertisment

ବାଘୱାର ବଚ୍ଚନ ପାଣ୍ଡେ। ପେଶରେ ଗ୍ୟାଙ୍ଗଷ୍ଟର ଆଉ ହତ୍ୟା କରିବା ହେଉଛି ତା' ନିଶା। ଯିଏ ଭୁଲ୍‌ କରିବ ସିଏ ବଚ୍ଚନ ପାଣ୍ଡେଙ୍କ ୱାର୍‌ରୁ ବଞ୍ଚି ପାରିବ ନାହିଁ। ଗୋଟିଏ ଆଖିକୁ ଦେଖାଯାଉନଥିଲେ ବି ସମସ୍ତଙ୍କ ଉପରେ ରହିଛି ବଚ୍ଚନ ପାଣ୍ଡେଙ୍କ ତୀକ୍ଷ୍ଣ ନଜର। କ'ଣ ଘଟୁଛି, ତାଙ୍କ ଚାରିପଟେ କିଏ କ'ଣ କରୁଛି, ସବୁ କିଛିର ଖବର ଥାଏ ବଚ୍ଚନ ପାଣ୍ଡେଙ୍କ ପାଖରେ। ଏପିରକି ତାଙ୍କ ବିନା ଅନୁମତିରେ ଗୋଟିଏ ପତ୍ରବି ହଲିବା ମୁସ୍‌କିଲ୍‌। ଯିଏ ଭୁଲ୍‌ କରୁଛି ତାକୁ ପେଟ୍ରୋଲ ଢ଼ାଳି ଜୀବନ୍ତ ଜାଳି ଦେଉଛନ୍ତି ତ ଆଉ କାହାକୁ ହାତୁଡିରେ ପିଟି ପିଟି ମାରି ଦେଉଛନ୍ତି। ଏଭଳି କିଛି ଭୟଙ୍କର ଚିରତ୍ରରେ ନଜର ଆସିଛନ୍ତି ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର। ରିଲିଜ ହୋଇଥିବା ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳିଛି ତାଙ୍କର ଏଭଳି କିଛି ଦମ୍‌ଦାର ଆକ୍ସନ ସାଙ୍ଗକୁ ଭୟଙ୍କର ଲୁକ୍‌।

ସେପଟେ କ୍ରିତି ସାନନଙ୍କୁ ମଧ୍ୟ ଜଣେ ସାମ୍ବାଦିକା ଲୁକ୍‌ରେ ଦେଖିବାକୁ ମିଳିଛି। ସେ ଅଭିନେତା ଅର୍ସଦ ୱାର୍ସିଙ୍କ ସହ ମିଶି ବଚ୍ଚନ ପାଣ୍ଡେଙ୍କ ଉପରେ ଫିଲ୍ମ ତିଆରି କରିବା ପାଇଁ ଅଡି ବସିଛନ୍ତି। ଏହାରି ଭିତରେ ବଚ୍ଚନ ପାଣ୍ଡେଙ୍କ ଗାଁ ଯାଇ ଫିଲ୍ମ କରିବାକୁ ସ୍ଥିତର କରୁଛନ୍ତି କ୍ରିତି ଓ ଅର୍ସଦ। ଏହାପରେ ଉଭୟଙ୍କ ବଚ୍ଚନ ପାଣ୍ଡେ ଓ ତାଙ୍କ ଗ୍ୟାଙ୍ଗ ସହ ଭେଟଘାଟ ହୁଏ। ଏହାପରେ ଆରମ୍ଭ ହୁଏ ଫିଲ୍ମର ପ୍ରକୃତ କାହାଣୀ।

Advertisment

ଫିଲ୍ମର ଅକ୍ଷୟ କୁମାର ଓ କ୍ରିତି ସାନନଙ୍କ ବ୍ୟତୀତ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ ମଧ୍ୟ ଲିଡ୍‌ ରୋଲରେ ଅଛନ୍ତି। ଅନ୍ୟ ପ୍ରମୁଖ ଭୂମିକାରେ ପ୍ରତୀକ ବବ୍ବର, ସଞ୍ଜୟ ମିଶ୍ରା, ପଙ୍କଜ ତ୍ରିପାଠୀ ଅଛନ୍ତି। ଏଥିରେ ଜ୍ୟାକ୍‌ଲିନ୍‌ଙ୍କୁ ବଚ୍ଚନ ପାଣ୍ଡେଙ୍କ ଗାର୍ଲଫ୍ରେଣ୍ଡ ସୋଫି ଭୂମିକାରେ ଦେଖିବାକୁ ମିଳିଛି। ଫିଲ୍ମରେ କମେଡି ସହ ଦମ୍‌ଦାର ଆକ୍ସନ ମଧ୍ୟ ରହିଛି।

ସୂଚନା ମୁତାବକ, ବଚ୍ଚନ ପାଣ୍ଡେ ଫିଲ୍ମଟି ସାଉଥ ଫିଲ୍ମ 'ବିରମ'ର ରିମେକ୍‌ ହେବାର ଥିଲା କିନ୍ତୁ ପରେ ଫିଲ୍ମ ମେକର୍ସମାନେ ସ୍କ୍ରିପ୍ଟରେ ପରିବର୍ତ୍ତନ କରି ଓରିଜିନାଲ କାହାଣୀ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ପରେ ତାମିଲ ଫିଲ୍ମ 'ଜିଗରାଥଣ୍ଡା'ର ଏହା ରିମେକ୍‌ ବୋଲି ଘୋଷଣା କରାଯାଇଥିଲା। ସାଜିଦ ନାଦିଆଦୱାଲ ପ୍ରଡକ୍ସନରେ ତିଆରି ଏହି ଫିଲ୍ମର ନିର୍ଦ୍ଦେଶନା ଫରହାଦ ସାମଜି କରିଛନ୍ତି। ଆସନ୍ତା ମାର୍ଚ୍ଚ ୧୮ରେ ଫିଲ୍ମଟି ପରଦାକୁ ଆସିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe