Advertisment

ଥାନାରେ ହାଜର ହେଲେ ରାପର ବାଦଶାହ, ଅଭିନେତା ସଞ୍ଜୟ ଦତ୍ତଙ୍କ ନାଁରେ ଏଫଆଇଆର

ସାଇବର ଥାନାରେ ପହଞ୍ଚିବା ପରେ ସ୍ୱତନ୍ତ୍ର ଟିମ ତାଙ୍କୁ ପୂରା ଘଟଣା ବିଷୟରେ ପଚରାଉଚରା କରିଛି। ଆଗକୁ ମଧ୍ୟ ତାଙ୍କୁ ଘଟଣାର ତଦନ୍ତ ବେଳେ ହାଜର ହେବାକୁ ସମନ କରାଯିବାର ସମ୍ଭାବନା ରହିଛି।

 Badshah

Badshah

Advertisment

ବେଟିଂ ଆପ୍‌ରେ ବେଆଇନ ଭାବେ ଆଇପିଏଲର ପ୍ରଚାର କରିବା ରାପର ବାଦଶାହ ଓ ଅଭିନେତା ସଞ୍ଜୟ ଦତ୍ତଙ୍କୁ ମହଙ୍ଗା ପଡ଼ିଛି। କପି ରାଇଟ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଏମାନଙ୍କ ନାଁରେ ଏଫଆଇଆର ରୁଜୁ ହୋଇଛି। ସେହିପରି ଆଜି ବାଦଶାହ ମହାରାଷ୍ଟ୍ରର ସାଇବର ପୁଲିସ୍‌ ନିକଟରେ ମଧ୍ୟ ହାଜର ହୋଇଛନ୍ତି।

Advertisment

ସେ ସାଇବର ଥାନାରେ ପହଞ୍ଚିବା ପରେ ସ୍ୱତନ୍ତ୍ର ଟିମ ତାଙ୍କୁ ପୂରା ଘଟଣା ବିଷୟରେ ପଚରାଉଚରା କରିଛି। ଆଗକୁ ମଧ୍ୟ ତାଙ୍କୁ ଘଟଣାର ତଦନ୍ତ ବେଳେ ହାଜର ହେବାକୁ ସମନ କରାଯିବାର ସମ୍ଭାବନା ରହିଛି।

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ଦି ଭାୟାକମ ୧୮ ନେଟୱର୍କ ବାଦଶାହ, ସଞ୍ଜୟ ଦତ୍ତଙ୍କ ସମେତ ୪୦ ଅନ୍ୟ କଳାକାରଙ୍କ ବିରୋଧରେ ଏଫଆଇଆର ଦେଇଥିଲା। ବେଟିଂ ଆପ୍‌ ଫେୟାର ପ୍ଲେରେ ଆଇପିଏଲ ଦେଖିବାକୁ ଏମାନେ ପ୍ରଚାର ପ୍ରସାର କରୁଥିବା କମ୍ପାନୀ କହିଥିଲା।

Advertisment

ଆଇପିଏଲର ମ୍ୟାଚ୍‌ ଗୁଡ଼ିକ ପ୍ରସାରଣ କରିବା ପାଇଁ ଭାୟାକମ ୧୮ ଅଧିକାର ପାଇଛି। କିନ୍ତୁ ମ୍ୟାଚ୍‌ଗୁଡ଼ିକ ବେଆଇନ ଭାବେ ଫ୍ଲେୟାର ପ୍ଲେରେ ପ୍ରସାରଣ କରାଯାଉଥିଲା। କିଛି କଳାକାର ଟୁର୍ଣ୍ଣାମେଣ୍ଟକୁ ଉକ୍ତ ଆପ୍‌ରେ ପ୍ରଚାର ପ୍ରସାର କରୁଥିବା ଭାୟାକମ ୧୮ କହିଛି।

କମ୍ପାନୀର ଅଭିଯୋଗ ପରେ ପୁଲିସ୍‌ ପକ୍ଷରୁ ଡିଜିଟାଲ ପାଇରସୀ ଅଧୀନରେ ମାମଲା ରୁଜୁ କରାଯାଇଥିଲା। ସାଇବର ପୁଲିସ ଘଟଣାର ତଦନ୍ତ କରି ପ୍ରଥମେ ବାଦଶାହଙ୍କୁ ସମନ କରିଛି। ଆଗକୁ ଆହୁରି ଅନେକ କଳାକାରଙ୍କୁ ସମନ କରାଯିବାର ସମ୍ଭାବନା ରହିଛି।

ଫ୍ଲେୟାର ପ୍ଲେର ଲିଙ୍କ ମହାଦେବ ଆପ୍‌ ସହ ରହିଛି। ଏହାର ପ୍ରମୋଟର ହେଉଛନ୍ତି ସୌରଭ ଚନ୍ଦ୍ରକର ଓ ରବି ଉପ୍ପାଲ। ମନି ଲଣ୍ଡରିଂ ମାମଲାରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମହାଦେବ ଆପ୍‌ର ବେଆଇନ କାରବାର ସମ୍ପର୍କରେ ତଦନ୍ତ କରୁଛି।

ବଲିଉଡ ଅଭିନେତ୍ରୀ ରଣବୀର କପୁର, ହୁମା କ୍ୟୁରେଶର, କପିଲ ଶର୍ମା ଓ ଶ୍ରଦ୍ଧା କପୁରଙ୍କ ଭଳି କଳାକାରଙ୍କୁ ଇଡି ମହାଦେବ ଆପ୍‌ ଦୁର୍ନୀତି ମାମଲାରେ ସମନ ମଧ୍ୟ କରିଥିଲା।

IPL Sanjay Dutt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe