Advertisment

ବାଫ୍ଟା ଆୱାର୍ଡରେ ମିଳିଲାନି RRRକୁ ଏଣ୍ଟ୍ରି, ବଢିଲା ବିରୋଧ

ଚଳିତ ବର୍ଷ ଦଶେର ସବୁଠୁ ଚର୍ଚ୍ଚିତ ଫିଲ୍ମ ଆର୍‌ଆର୍‌ଆର୍‌କୁ ବାଫ୍ଟା ଆୱାର୍ଡରେ କୌଣସି ନମିନେସନ୍ ମିଳିନାହିଁ।

RRR

RRR

Advertisment

ନିରାଶ କଲା ବାଫ୍ଟା ଆୱାର୍ଡ। ଭାରତୀୟ ଦର୍ଶକଙ୍କ ଆଶା ଉପରେ ପାଣି ଫେରିଦେଲା ବାଫ୍ଟାର ୭୬ତମ ସଂସ୍କରଣ। ବ୍ଲକବଷ୍ଟର ଫିଲ୍ମ ଆର୍‌ଆର୍‌ଆର୍‌କୁ ଏହି ଆୱାର୍ଡ ଶୋ’ରେ ମିଳିଲାନି ଏଣ୍ଟ୍ରି। ଫିଲ୍ମକୁ ନମିନେଶନ ନମିଳିବା ଯୋଗୁଁ ଫ୍ୟାନ୍‌ମାନେ ଏବେ ତାତି ଉଠିଛନ୍ତି। ଏହି ଆୱାର୍ଡ ଫଙ୍କସନ୍‌କୁ ନେଇ ଏବେ ବଢ଼ିବାରେ ଲାଗିଛି ବିରୋଧ।

Advertisment

ଚଳିତ ବର୍ଷ ଦଶେର ସବୁଠୁ ଚର୍ଚ୍ଚିତ ଫିଲ୍ମ ଆର୍‌ଆର୍‌ଆର୍‌କୁ ବାଫ୍ଟା ଆୱାର୍ଡରେ କୌଣସି ନମିନେସନ୍ ମିଳିନାହିଁ। ଲୋକେ ଏବେ ଏହି ଫିଲ୍ମଟି ଓସ୍କାର ଆଣିବ ବୋଲି ଆଶା କରୁଛନ୍ତି। ଏହି ଫିଲ୍ମଟି ଅନେକ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ବହୁ ପ୍ରଶଂସା ଲାଭ କରିଛି। କିନ୍ତୁ ଏହି ଆୱାର୍ଡ ଶୋ’ରେ ନାମାଙ୍କନ ପାଇ ନ ଥିବାରୁ ଲୋକମାନେ ସୋସିଆଲ ମିଡିଆରେ ଭାରତୀୟ ସିନେମା ପ୍ରତି ପକ୍ଷପାତିତା କରାଯାଉଥିବା ଅଭିଯୋଗ କରୁଛନ୍ତି। ଏଥିସହ ଏହି ଆୱାର୍ଡକୁ ଜୋରଦାର ବିରୋଧ କରାଯାଉଛି।

ଅନ୍ୟପଟେ ନମିନେଟେଡ୍ ହୋଇଥିବା ଫିଲ୍ମ ‘ଅଲ୍ ଦାଟ୍ ବ୍ରିଥ୍‌ସ’ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ  ପରୁସ୍କାର ଜିତିବାରେ ଅସଫଳ ହୋଇଛି। ଏହାବ ଦଳରେ ଇଂରାଜୀ ଫିଲ୍ମ ‘ନବଲନୀ’ ଏହି ପୁରସ୍କାର ହାତେଇଛି।   ‘ଅଲ୍ ଦାଟ୍ ବ୍ରିଥ୍‌ସ’କୁ  ଆନ୍ତର୍ଜାତୀୟ ସ୍ତରରେ ତିଆରି କରାଯାଇଥିଲା। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶୌନକ୍ ସେନ୍। 

Advertisment

ଲଣ୍ଡନର ରୟାଲ ଫେଷ୍ଟିବାଲ ହଲ୍‌ରେ ବାଫ୍ଟା ୨୦୨୩ ପୁରସ୍କାର ସମାରୋହ ଆୟୋଜିତ କରାଯାଇଛି। ଏଥିସହ ଲାୟନ୍ସଗେଟ୍ ପ୍ଲେରେ ଏହାର ଲାଇଭ୍ ଷ୍ଟ୍ରିମିଂ କରାଯିବାକୁ ବ୍ୟବସ୍ଥା ରହିଛି। 

Bollywood News Bollywood RRR
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe