Advertisment

ନରମିଲା ବ୍ୟାଙ୍କ, ଏବେ ନିଲାମ ହେବନି ସନିଙ୍କ ଘର

ସନିଙ୍କ ଜୁହୁସ୍ଥିତ ବଙ୍ଗଳା ନିଲାମ ପାଇଁ ଗତକାଲି ଖବରକାଗଜରେ ବ୍ୟାଙ୍କ ନୋଟିସ୍‌ ବାହାରିଥିଲା। ବ୍ୟାଙ୍କର ଲୋନ୍‌ ଓ ସୁଧ ମିଶି ସନି ୫୬ କୋଟି ଟଙ୍କା ଶୁଝି ନ ଥିବା ନୋଟିସ୍‌ରେ ଉଲ୍ଲେଖ ଥିଲା ।

author-image
Niharika Rout
Sunny deol

Sunny deol

ଗଦ୍ଦର-୨ ହିରୋ ସନି ଦେଓଲ ଶୁଝୁ ନାହାନ୍ତି ୫୬ କୋଟି। ଫଳରେ ଘର ନିଲାମୀ ପାଇଁ ତାଙ୍କୁ ମିଳିଲା ନୋଟିସ୍ । ଗତକାଲି ଏନେଇ ବ୍ୟାଙ୍କ ସନିଙ୍କୁ ନୋଟିସ୍‌ ପଠାଇଥିବା ବେଳେ ଆଜି ତାହାକୁ ଫେରାଇ ନେଇଛି। 

Advertisment

ସନିଙ୍କ ଜୁହୁସ୍ଥିତ ବଙ୍ଗଳା ନିଲାମ ପାଇଁ ଗତକାଲି ଖବରକାଗଜରେ ବ୍ୟାଙ୍କ ନୋଟିସ୍‌ ବାହାରିଥିଲା। ବ୍ୟାଙ୍କର ଲୋନ୍‌ ଓ ସୁଧ ମିଶି ସନି ୫୬ କୋଟି ଟଙ୍କା ଶୁଝି ନ ଥିବା ନୋଟିସ୍‌ରେ ଉଲ୍ଲେଖ ଥିଲା ।

ଏହା ବି-ଟାଉନ୍‌ର ହଟ୍‌ ଗସିପ ପାଲଟିଲା। ହେଲେ ଆଜି ସକାଳୁ ବ୍ୟାଙ୍କ ଉକ୍ତ ନୋଟିସ୍‌ ଫେରାଇ ନେଇଛି। ଏଥିସହ ବୈଷୟିକ କାରଣରୁ ଉକ୍ତ ନୋଟିସ୍‌କୁ ପ୍ରତ୍ୟାହୃତ କରାଯାଇଥିବା ବ୍ୟାଙ୍କ ଅଫ୍‌ ବରୋଦା ସ୍ପଷ୍ଟ କରିଛି। ତେବେ ଟଙ୍କା ଫେରାଇବା ପାଇଁ କିଛି ପ୍ରତିଶ୍ରତି ମିଳିଛି କି କ’ଣ ତାହା ବ୍ୟାଙ୍କ ତରଫରୁ ସ୍ପଷ୍ଟ ହୋଇନି।

Advertisment

ସନି ଦେଓଲଙ୍କ ଟିମ୍‌ ଗତକାଲି ବ୍ୟାଙ୍କ ନୋଟିସ୍‌ ପାଇଥିବା ସ୍ୱୀକାର କରିଥିଲେ। ହେଲେ ବ୍ୟାଙ୍କ ଉଲ୍ଲେଖ କରିଥିବା ଟଙ୍କା ଭୁଲ୍‌ ଥିବା ସେ କହିଛନ୍ତି। ଏଥିସହ ଖୁବ୍‌ ଶୀଘ୍ର ଅଭିନେତା ସନି ଦେଓଲ ଉକ୍ତ ଟଙ୍କାର ପରିମାଣ କ୍ଲିୟର କରିଦେବେ ବୋଲି କୁହାଯାଇଛି।

ସନିଙ୍କ ମୁମ୍ବାଇର ଜୁହୁଠାରେ ଥିବା ବଙ୍ଗଳାକୁ ବ୍ୟାଙ୍କ ଅଫ୍‌ ବରୋଧା ନିଲାମ କରିବାକୁ ନୋଟିସ୍‌ ଦେଇଛି। ସନି ବ୍ୟାଙ୍କରୁ ଲୋନ୍‌ ନେଇ ଶୁଝି ନ ଥିବା ଦର୍ଶାଯାଇଛି। ଋଣ ଓ ସୁଧ ମିଶି ୫୬ କୋଟି ଟଙ୍କାରେ ପହଞ୍ଚିଲାଣି।

ବ୍ୟାଙ୍କ ସନିଙ୍କ ସମେତ ତାଙ୍କ ଭାଇ ବବି ଦେଓଲ, ବାପା ଧର୍ମେନ୍ଦ୍ର ଓ ସନିଙ୍କ କମ୍ପାନୀକୁ ବି ନିଲାମ ନୋଟିସ୍‌ ପଠାଇଛି। ରବିବାର ଏକ ଜାତୀୟ ଖବରକାଗଜରେ ଉକ୍ତ ନିଲାମ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଥିରେ ଗଦ୍ଦର-୨ ଷ୍ଟାରଙ୍କ ପ୍ରକୃତ ନାମ ଅଜୟ ସିଂ ଦେଓଲ, ଜୁହୁ ଭିଲ୍ଲାର ନାଁ ସନି ଭିଲ୍ଲା ଓ ଋଣର ଅନ୍ୟ ବିବରଣୀ ରହିଛି। ଏହାବାଦ ଏଥିରେ ବବି ଦେଓଲଙ୍କ ପ୍ରକୃତ ନାମ ବିଜୟ ସିଂ ଦେଓଲ, ବାପା ଧର୍ମେନ୍ଦ୍ର ସିଂ ଦେଓଲ, ସନି ଦେଓଲଙ୍କ କମ୍ପାନୀ ସନି ସାଉଣ୍ଡସ୍‌ ପ୍ରାଏଃ ଋଣର ଗ୍ୟାରେଣ୍ଟର ଓ କର୍ପୋରେଟ ଗ୍ୟାରେଣ୍ଟର ରହିଛନ୍ତି।

ବ୍ୟାଙ୍କ ଉକ୍ତ ବଙ୍ଗଳାର ରିଜର୍ଭ ପ୍ରାଇସ୍‌ ୫୧.୪୩ କୋଟି ଟଙ୍କା ରଖିଥିବା ବେଳେ ନିଲାମ ପାଇଁ ଅମାନତ ଜମା ପରିମାଣ ୫.୧୪ କୋଟି ରହିଛି।

Sunny Deol