Advertisment

ପଞ୍ଚଭୂତରେ ଲୀନ ହେଲେ ‘ଡିସ୍କୋ କିଙ୍ଗ୍’

ମୁମ୍ବାଇ: ବଲିଉଡର ଜଣାଶୁଣା ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ବାପି ଲାହିରି ଆଜି ପଞ୍ଚଭୂତରେ ଲୀନ ହୋଇଛନ୍ତି। ପୁଅ ବପା ଲାହିରି ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ମୁମ୍ବାଇର ଜୁହୁସ୍ଥିତ ପବନ ହଂସ ଶ୍ମଶାନରେ ତାଙ୍କୁ ଶେଷ ବିଦାୟ ଦିଆଯାଇଛି। ଏହି ଅବସରରେ ବଲିଉଡର ଅନେକ ନାମୀ ସେଲିବ୍ରିଟୀ ଏବଂ ଫ୍ୟାନ୍ ଲୁହଭରା ଆଖିରେ ‘ଡିସ୍କୋ କିଙ୍ଗ୍’ ଭାବେ ପରିଚିତ ବାପି ଦା’ଙ୍କୁ ବିଦାୟ ଦେଇଛନ୍ତି। ୬୯ ବର୍ଷୀୟ ବପ୍ପିଙ୍କର ମଙ୍ଗଳବାର ରାତି ୧୧.୪୫ ମିନିଟରେ ମୁମ୍ବାଇରେ ଦେହାନ୍ତ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ପଞ୍ଚଭୂତରେ ଲୀନ ହେଲେ ‘ଡିସ୍କୋ କିଙ୍ଗ୍’

bappi1

ମୁମ୍ବାଇ: ବଲିଉଡର ଜଣାଶୁଣା ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ବାପି ଲାହିରି ଆଜି ପଞ୍ଚଭୂତରେ ଲୀନ ହୋଇଛନ୍ତି। ପୁଅ ବପା ଲାହିରି ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ମୁମ୍ବାଇର ଜୁହୁସ୍ଥିତ ପବନ ହଂସ ଶ୍ମଶାନରେ ତାଙ୍କୁ ଶେଷ ବିଦାୟ ଦିଆଯାଇଛି। ଏହି ଅବସରରେ ବଲିଉଡର ଅନେକ ନାମୀ ସେଲିବ୍ରିଟୀ ଏବଂ ଫ୍ୟାନ୍ ଲୁହଭରା ଆଖିରେ ‘ଡିସ୍କୋ କିଙ୍ଗ୍’ ଭାବେ ପରିଚିତ ବାପି ଦା’ଙ୍କୁ ବିଦାୟ ଦେଇଛନ୍ତି।

Advertisment

୬୯ ବର୍ଷୀୟ ବପ୍ପିଙ୍କର ମଙ୍ଗଳବାର ରାତି ୧୧.୪୫ ମିନିଟରେ ମୁମ୍ବାଇରେ ଦେହାନ୍ତ ହୋଇଥିଲା। ଗତ କିଛି ମାସ ଧରି ସେ ଅସୁସ୍ଥ ଥିଲେ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସୋମବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ ମଙ୍ଗଳବାର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ପୁଣିଥରେ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତରଙ୍କ କହିବା ମୁତାବକ ଅବଷ୍ଟ୍ରକ୍ଟିଭ୍ ସ୍ଲିପ୍ ଏପନିଆ କାରଣରୁ ତାଙ୍କର ଦେହାନ୍ତ ହୋଇଛି। ବାପିଙ୍କ ବିୟୋଗ ଖବର ଶୁଣି ସେଲିବ୍ରିଟୀ ତାଙ୍କ ଘରକୁ ଅନ୍ତିମ ଦର୍ଶନ ପାଇଁ ପହଞ୍ଚିଥିଲେ।

Advertisment

ବାପିଙ୍କର ଶେଷକୃତ୍ୟ ବୁଧବାର କରାଯିବାର ଥିଲା। କିନ୍ତୁ ତାଙ୍କ ପୁଅ ବପ୍ପାଙ୍କ ସମେତ ପୂରା ପରିବାର ଆମେରିକାରେ ଥିବାରୁ ଗୁରୁବାର ବାପିଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଆଜି ହିଁ ତାଙ୍କର ପୂରା ପରିବାର ମୁମ୍ବାଇ ଫେରିଛନ୍ତି।

ଅନ୍ତିମ ସଂସ୍କାର ପାଇଁ ଲାହିରି ହାଉସରୁ ଏକ ଫୁଲସଜ୍ଜିତ ଟ୍ରକରେ ବାପି ଦା’ଙ୍କ ପାର୍ଥିବ ଶରୀର ଶ୍ମଶାନ ଘାଟକୁ ଅଣାଯାଇଥିଲା। ଅନ୍ତିମ ଯାତ୍ରା ବେଳେ ତାଙ୍କୁ ଫ୍ୟାନ୍ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ରାସ୍ତା କଡ଼ରେ ଛିଡ଼ା ହୋଇ ରହିଥିଲା। ବାପିଙ୍କ ଦେହାନ୍ତରେ ଅଳକା ୟାଗନିକ୍, ଅନୁରାଧା ପୋଡୱାଲ, କାଜୋଲ୍, ଅଜୟ ଦେବଗନ୍, ଅକ୍ଷୟ କୁମାର, ପଦ୍ମିନୀ କୋହ୍ଲାପୁରୀ, ଅନୁପମ ଖେର, ଶକ୍ତି କାପୁର, ବିଦ୍ୟା ବାଲାନ, ସୋଫି ଚୌଧୁରୀଙ୍କ ସମେତ ସମଗ୍ର ବଲିଉଡ୍ ଶୋକ ପ୍ରକାଶ କରିଛନ୍ତି।

ବାପିଙ୍କ ଦେହାନ୍ତରେ ରାଜନୀତିକ ଜଗତରେ ମଧ୍ୟ ଶୋକ ମନାଯାଇଛି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମମତା ବାନାର୍ଜୀଙ୍କ ସମେତ ଶୋକ ଜଣାଇଛନ୍ତି। ବାପିଙ୍କ ଶେଷକୃତ୍ୟ ସମୟରେ ତାଙ୍କର ଦୁଇ ପୁଅ, ନାତୁଣୀ ସ୍ୱସ୍ତିକା ବଂସଲ, ଝିଅ ଓ ଜ୍ୱାଇଁ ବେଶ୍ ଭାବବିହ୍ୱଳ ହୋଇପଡ଼ିଥିଲେ।

ବର୍ତ୍ତମାନର ଜଣାଶୁଣା ରାପର୍ ହୋଇସାରିଥିବା ବାପିଙ୍କ ନାତି ସ୍ୱସ୍ତିକ୍ କହିଛନ୍ତି ଯେ ଆଜି ଆମ ସବୁଠାରୁ ଦୁଃଖର ଦିନ। ମୋ ଜେଜେ ଆଜି ଦୁନିଆରେ ନାହାନ୍ତି। ମ୍ୟୁଜିକ୍ ପାଇଁ ସେ ମୋତେ ପ୍ରସ୍ତୁତ କରିଛନ୍ତି ଏବଂ ପ୍ରଥମ ଶବ୍ଦ ମଧ୍ୟ ଶିଖାଇଛନ୍ତି। ଆଜି ମୁଁ ତାଙ୍କ ପାଇଁ ସିଙ୍ଗର୍ ହୋଇପାରିଛି। ମୁଁ ତାଙ୍କୁ ବହୁତ ଭଲ ପାଏ ଏବଂ ସର୍ବଦା ଭଲ ପାଉଥିବି।