Advertisment

ଡିସ୍କୋ କିଙ୍ଗଙ୍କ ଫ୍ୟାନ୍‌ ଥିଲେ ମାଇକଲ ଜ୍ୟାକସନ୍‌

ମୁମ୍ବାଇ: ବାପି ଲାହିରି। ସମସ୍ତେ ତାଙ୍କୁ ସ୍ନେହରେ ଡାକନ୍ତି ବାପି ଦା’। ସେ ବଲିଉଡରେ ଡିସ୍କୋ କିଙ୍ଗ ରୂପେ ପରିଚିତ। ୭୦ରୁ ୮୦ ଦଶକରେ ସେ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ କରୁଥିଲେ ରାଜ। ନିଜ ଡିସ୍କୋ ମ୍ୟୁଜିକ ଜରିଆରେ ପୂରା ମ୍ୟୁଜିକ ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେଇଥିଲେ। ସେ ପୂରାପୁରି ବଦଳାଇ ଦେଇଥିଲେ ମ୍ୟୁଜିକର ରୂପ। ତାଙ୍କ ଗୀତ ଆଉ ମ୍ୟୁଜିକ ଫ୍ୟାନ୍‌ମାନଙ୍କୁ ପାଗଳ କରୁଥିଲା। ତାଙ୍କ ଗୀତ ଶୁଣି ଲୋକେ ଡ୍ୟାନ୍ସ ନକରି ରହି ପାରୁନଥିଲେ। କେବଳ ବାପି […]

author-image
Madhupriya Mistry
ଡିସ୍କୋ କିଙ୍ଗଙ୍କ ଫ୍ୟାନ୍‌ ଥିଲେ ମାଇକଲ ଜ୍ୟାକସନ୍‌

Bapi and michael-jackson

ମୁମ୍ବାଇ: ବାପି ଲାହିରି। ସମସ୍ତେ ତାଙ୍କୁ ସ୍ନେହରେ ଡାକନ୍ତି ବାପି ଦା'। ସେ ବଲିଉଡରେ ଡିସ୍କୋ କିଙ୍ଗ ରୂପେ ପରିଚିତ। ୭୦ରୁ ୮୦ ଦଶକରେ ସେ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ କରୁଥିଲେ ରାଜ। ନିଜ ଡିସ୍କୋ ମ୍ୟୁଜିକ ଜରିଆରେ ପୂରା ମ୍ୟୁଜିକ ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେଇଥିଲେ। ସେ ପୂରାପୁରି ବଦଳାଇ ଦେଇଥିଲେ ମ୍ୟୁଜିକର ରୂପ। ତାଙ୍କ ଗୀତ ଆଉ ମ୍ୟୁଜିକ ଫ୍ୟାନ୍‌ମାନଙ୍କୁ ପାଗଳ କରୁଥିଲା। ତାଙ୍କ ଗୀତ ଶୁଣି ଲୋକେ ଡ୍ୟାନ୍ସ ନକରି ରହି ପାରୁନଥିଲେ। କେବଳ ବାପି ଦା'ଙ୍କ ଗୀତ ନୁହେଁ ତାଙ୍କ ଲୁକ୍‌ ଆଉ ତାଙ୍କ ଗହଣା ପିନ୍ଧା ଷ୍ଟାଇଲ ସମସ୍ତଙ୍କୁ କରୁଥିଲା ଆଟ୍ରାକ୍ଟ। ଏପରିକି ହିଲିଉଡର ସୁପରହିଟ୍‌ ଡ୍ୟାନ୍ସର ମାଇକଲ ଜ୍ୟାକସନ୍‌ ମଧ୍ୟ ବାପି ଦା'ଙ୍କ ଗୀତ ପ୍ରେମରେ ପଡିଥିଲେ। ତାଙ୍କ ଗୀତ ସହ ତାଙ୍କ ସୁନା ଅଳଙ୍କାରକୁ ନେଇ ମଧ୍ୟ ମାଇକଲ ଜ୍ୟାକ୍‌ସନ୍‌ ଆକର୍ଷିତ ହୋଇଥିଲେ।

Advertisment

ବାପି ଦା'ଙ୍କ ଫ୍ୟାନ୍‌ ଥିଲେ ଦିବଙ୍ଗତ ପପ୍‌ ଷ୍ଟାର ମାଇକଲ ଜ୍ୟାକ୍‌ସନ୍‌। କିଛି ବର୍ଷ ତଳେ ଏ କଥା ବାପି ଲାହିରି ନିଜେ  କମେଡି କିଙ୍ଗ କପିଲ ଶର୍ମାଙ୍କ ଶୋ'ରେ କହିଥିଲେ। ୧୯୯୬ରେ ଯେତେବେଳେ ମାଇକଲ ଜ୍ୟାକସନ୍‌ ମୁମ୍ବାଇ ଆସିଥିଲେ ସେତେବେଳେ ସେ ବାପି ଦା'ଙ୍କୁ ଭେଟିଥିଲେ। ଫିଲ୍ମ 'ଡିସ୍କୋ ଡ୍ୟାନ୍‌ସର'ର ଜିମି ଜିମି… ଗୀତଟି ତାଙ୍କୁ ବେଶ୍‌ ଭଲ ଲାଗିଥିବା କଥା କହିଥିଲେ ଜ୍ୟାକସନ୍‌। କେବଳ ସେତିକି ନୁହେଁ ସେ ପିନ୍ଧିଥିବା ଏକ ସୁନା ଚେନ୍‌ ମଧ୍ୟ ଜ୍ୟାକସନ୍‌ଙ୍କୁ ଭାରି ଭଲ ଲାଗିଥିଲା ବୋଲି ବାପି ଲାହିରି କହିଥିଲେ।

ବାପି ଲାହିରି ମୃତ୍ୟୁର ଏକ ମାସ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ଥିଲେ। ମୁମ୍ବାଇର ଯେଉଁ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ତାର ନିର୍ଦ୍ଦେଶକ ଡାକ୍ତର ଦୀପକ ମନଜୋଶୀ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଲାହିରି ଏକ ମାସ ଧରି ହସ୍ପିଟାଲରେ ଥିଲେ। ସୋମବାର ତାଙ୍କୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ ମଙ୍ଗଳବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗଡି ଯାଇଥିଲା। ପରେ ତାଙ୍କ ଘରୁ ଯାଇ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ। ଅଧିକ ଚିକିତ୍ସା ପାଇଁ ତାଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଜଡିତ ଅନେକ ସମସ୍ୟାରେ ସେ ପୀଡିତ ଥିଲେ। ତେବେ ବିଳମ୍ବିତ ରାତିରେ OSA ଅବ୍‌ଷ୍ଟ୍ରକ୍ଟିଭ ସ୍ଲିପ୍‌ ଏମନିଆ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଛି।

Advertisment

୨୭ ନଭେମ୍ବର ୧୯୫୨ରେ କୋଲକାତାରେ ଜନ୍ମ ହୋଇଥିବା ବାପି ଲାହିରି ତାଙ୍କର ଭିନ୍ନ ଶୈଳୀ ହେତୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ତଥା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ଲୋକମାନଙ୍କ ମଧ୍ୟରେ ତାଙ୍କ ସୁନା ଅଳଙ୍କାର ଓ ନିଆରା ସଂଗୀତଜ୍ଞ ଭାବେ ବେଶ୍‌ ପରିଚିତ। ସେ ତାଙ୍କ ସମୟରେ ଅନେକ ହିଟ୍ ଗୀତ ଗାଇଛନ୍ତି । ସେ ୧୯୮୦ରୁ ୧୯୯୦ ଦଶକ ଯାଏଁ ଏକ ବଡ ସଫଳତା ହାସଲ କରିଥିଲେ। ସେ 'ଆଇ ଏମ୍‌ ଏ ଡିସ୍କୋ ଡ୍ୟାନ୍ସର, ୟାର୍‌ ବିନା ଚେନ୍‌ କାହାଁରେ, ତମ୍ମା ତମ୍ମା ଲୋଗେ, ଦିଲ୍‌ ମେଁ ହୋ ତୁମ୍‌ ଆଖୋଁ ମେଁ ତୁମ୍‌, ଉ ଲା ଲା ଉ ଲା ଲା' ଭଳି ଅନେକ ଗୀତ ଗାଇଛନ୍ତି।