Advertisment

ଓଲିଉଡ୍‌ରେ ଛାପ ଛାଡ଼ି ଯାଇଛନ୍ତି ବାପି ଦା'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲିଉଡର ଡିସ୍କୋ କିଙ୍ଗ ବାପି ଲାହିରି ଆଉ ନାହାନ୍ତି। ସେ ଗତ ବିଳମ୍ବିତ ରାତିରେ ଶେଷ ନିଶ୍ୱାତ ତ୍ୟାଗ କରିଛନ୍ତି। ସେ ଚାଲିଯାଇଛନ୍ତି ସତ କିନ୍ତୁ ଛାଡି ଯାଇଛନ୍ତି ଅନେକ ସ୍ମୃତି। ସଙ୍ଗୀତ ଜଗତରେ ତାଙ୍କର ରହିଛି ଅଲିଭା ଛାପ। ତେବେ ବାପି ଦା’ଙ୍କ କେବଳ ବଲିଉଡ ନୁହେଁ, ଓଡ଼ିଶା ସହ ମଧ୍ୟ ସମ୍ପର୍କ ରହିଛି। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ନିଜ ଗୀତ ଆଉ ମ୍ୟୁଜିକର ଜାଦୁ ଚଳାଇଛନ୍ତି ବାପି ଦା’। ବାପି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଓଲିଉଡ୍‌ରେ ଛାପ ଛାଡ଼ି ଯାଇଛନ୍ତି ବାପି ଦା'

Bappi lahiri

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲିଉଡର ଡିସ୍କୋ କିଙ୍ଗ ବାପି ଲାହିରି ଆଉ ନାହାନ୍ତି। ସେ ଗତ ବିଳମ୍ବିତ ରାତିରେ ଶେଷ ନିଶ୍ୱାତ ତ୍ୟାଗ କରିଛନ୍ତି। ସେ ଚାଲିଯାଇଛନ୍ତି ସତ କିନ୍ତୁ ଛାଡି ଯାଇଛନ୍ତି ଅନେକ ସ୍ମୃତି। ସଙ୍ଗୀତ ଜଗତରେ ତାଙ୍କର ରହିଛି ଅଲିଭା ଛାପ। ତେବେ ବାପି ଦା'ଙ୍କ କେବଳ ବଲିଉଡ ନୁହେଁ, ଓଡ଼ିଶା ସହ ମଧ୍ୟ ସମ୍ପର୍କ ରହିଛି। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ନିଜ ଗୀତ ଆଉ ମ୍ୟୁଜିକର ଜାଦୁ ଚଳାଇଛନ୍ତି ବାପି ଦା'।

Advertisment

ବାପି ଲାହିରି କେବଳ ହିନ୍ଦୀ ଗୀତ ନୁହେଁ ଏକାଧିକ ଭାଷାରେ ଗୀତ ଗାଇ ସଙ୍ଗୀତ ଜଗତରେ ନିଜର ସ୍ୱତନ୍ତ୍ର ଛାପ ଛାଡିଯାଇଛନ୍ତି। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ବାପି ଦା' ନିଜ ସୁମଧୁର କଣ୍ଠଦାନ କରିଛନ୍ତି।  ସେ କେବଳ ଗୀତ ଗାଇ ନାହାନ୍ତି ଓଡ଼ିଆ ଫିଲ୍ମ ପାଇଁ ଗୀତ କମ୍ପୋଜ ମଧ୍ୟ କରିଛନ୍ତି। ଓଡ଼ିଆ ସିଙ୍ଗର ଇରା ମହାନ୍ତିଙ୍କ ସହ 'ମୋ ଦୁନିଆ ତୁ ହି ତୁ' ଫିଲ୍ମର ଟାଇଟଲ ଟ୍ରାକ୍‌ ଗାଇଛନ୍ତି ବାପି ଦା'।

ଏହାପୂର୍ବରୁ ସେ ୮୦ ଦଶକର ଓଡ଼ିଆ ଫିଲ୍ମ 'ମିଛ ମାୟା ସଂସାର'ରେ ମଧ୍ୟ ମ୍ୟୁଜିକ ସାଙ୍ଗକୁ ଗୀତ କମ୍ପୋଜ ମଧ୍ୟ କରିଛନ୍ତି। ଏହି ଫିଲ୍ମର ପାଞ୍ଚଟି ଗୀତ ମଧ୍ୟରୁ ଦୁଇଟି ଗୀତ 'ଏ କେଉଁ ସହର, କେମିତି ସହର, ବାୟା ମନ..'କୁ ବାପି ଲାହିରି କମ୍ପୋଜ କରିଥିଲେ।

Advertisment

୧୯୮୮ରେ ରିଲିଜ ହୋଇଥିବା ଏହି ଓଡ଼ିଆ ଫିଲ୍ମର ଲିଡ୍‌ ରୋଲରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଅପରାଜିତା, ଦୁଃଖିରାମ ସ୍ୱାଇଁ ପ୍ରମୁଖ ଥିଲେ। ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ନରେଶ ମଲହୋତ୍ରା ଥିବାବେଳେ ନିର୍ଦ୍ଦେଶନା ଦେଇଥିଲେ ଶଙ୍କର ପାଣି।

ଗତକାଲି ବିଳମ୍ବିତ ରାତିରେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ଦେହାନ୍ତ ହୋଇଛି। ମାତ୍ର ୬୯ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । କିଛି ଦିନ ଧରି ସେ ଅସୁସ୍ଥ ଥିବା ବେଳେ ଶେଷରେ ଆଖି ବୁଜିଛନ୍ତି। ବଲିଉଡରେ ‘ଡିସ୍କୋ କିଙ୍ଗ’ ଭାବେ ପରିଚିତ ଥିଲେ ବାପି ଲାହିରି। ଚଲତେ ଚଲତେ, ଡିସ୍କୋ ଡ୍ୟାନ୍ସର, ଶରାବି, ଡାଟି ପିକଚର ଭଳି ଅନେକ ସୁପରହିଟ୍ ଫିଲ୍ମରେ ସେ ମ୍ୟୁଜିକ୍ କମ୍ପୋଜ କରିଛନ୍ତି। ମୁଖ୍ୟତଃ ଅଶି ଓ ନବେ ଦଶକରେ ବଲିଉଡରେ ରାଜ୍ କରିଥିଲେ ବାପି ଦା।