Advertisment

ଲାଇଭ କନ୍‌ସର୍ଟ ବେଳେ ସିଙ୍ଗର୍ ବେନି ଦୟାଲ ଆହତ

ତାଙ୍କ ମୁଣ୍ଡ ଓ ଡାହାଣ ହାତର ଦୁଇଟି ଆଙ୍ଗୁଠିରେ ଆଘାତ ଲାଗିଛି।

ଅଦ୍ୟତନ ହୋଇଛି
Benny Dayal

Benny Dayal

Advertisment

ବଲିଉଡର ଜଣାଶୁଣା ସିଙ୍ଗର ବେନି ଦୟାଲ ଆହତ। ଲାଇଭ କନ୍‌ସର୍ଟ ବେଳେ ତାଙ୍କୁ ଆଘାତ ଲାଗିଛି। ଏକ ଡ୍ରୋନ୍ ଦ୍ୱାରା ସେ ଆହତ ହୋଇଥିବା ସୂଚନା ମିଳିଛି। ଏନେଇ ଇନ୍‌ଷ୍ଟାଗ୍ରାମରେ ଭିଡିଓ ଶେଆର କରି ସିଙ୍ଗର୍ ବେନି ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି।

Advertisment

ଚେନ୍ନାଇରେ ଏକ ଲାଇଭ କନ୍‌ସର୍ଟ ଚାଲିଥିଲା। ଏହି ସମୟରେ ବେନିଙ୍କୁ ଡ୍ରୋନ୍ ଦ୍ୱାରା ଧକ୍କା ଲାଗିଥିଲା। ଫଳରେ ତାଙ୍କ ମୁଣ୍ଡ ଓ ଡାହାଣ ହାତର ଦୁଇଟି ଆଙ୍ଗୁଠିରେ ଆଘାତ ଲାଗିଛି। ଚିକିତ୍ସା ପରେ ସେ ଏବେ ସୁସ୍ଥ ଥିବା ସୂଚନା ମିଳିଛି। ଏଥିସହ ଡ୍ରୋନ୍ ଚଳାଉଥିବା ଅପରେଟ୍‌ର ଓ ଇଭେଣ୍ଟ ପ୍ଲାନର୍‌ଙ୍କ ଉପରେ ସେ ଜୋର ଦାର ବର୍ଷିଛନ୍ତି। 

ବେନି ଇନଷ୍ଟାଗ୍ରାମରେ ଭିଡିଓ ଶେଆର କରି ଏନେଇ କହିଛନ୍ତି, ‘ମୁଁ ଭାବୁଛି ମୁଁ ଏଥିରୁ ଶୀଘ୍ର ସୁସ୍ଥ ହୋଇଯିବି। ଦୟାକରି ସମସ୍ତ କଲେଜ, କମ୍ପାନୀ, ଶୋ’ କିମ୍ବା ଇଭେଣ୍ଟ ଆୟୋଜକ ଏକ ସାର୍ଟିଫାଏଡ୍ ଡ୍ରୋନ ଅପରେଟ୍‌ର ନିଯୁକ୍ତ କରନ୍ତୁ। କାରଣ ଏହା ଅତ୍ୟନ୍ତ ବିପଜ୍ଜନକ। ଆମେ ସମସ୍ତେ ମଞ୍ଚ ଉପରେ ଗୀତ ଗାଉ। ଆପଣ ଏଭଳି ଷ୍ଟଣ୍ଟ କରିବା ଉଚିତ ନୁହେଁ। କଳାକାରମାନଙ୍କୁ ଏଭଳି ଆଘାତ ଦେବା ଉଚିତ ନୁହେଁ।’    

Advertisment

ବେନି ଦୟାଲଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଫ୍ୟାନ୍‌ମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତିତ ହୋଇପଡିଛନ୍ତି। ଜଣେ ସୋଶାଲ ମିଡିଆ ୟୁଜର୍ସ ଲେଖିଛନ୍ତି, ଆଶା କରୁଛି ଆପଣ ଠିକ୍ ଥିବେ, ଶୋ’ ବେଳେ ଏଭଳି ବି କିଛି ଘଟିପାରେ ମୁଁ ଆଶା କରିପାରୁନି। ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଆପଣ ନିଜର ଧ୍ୟାନ ରଖନ୍ତୁ। ଆଉ ଶୀଘ୍ର ଠିକ୍ ହୋଇଯାଆନ୍ତୁ। 

 

Bollywood News Bollywood Benny Dayal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe