Advertisment

ପୁଣି ଡ଼ରାଇବେ ବିଦ୍ୟା, ହଲ୍‌ରେ କମ୍ପିବ ମଞ୍ଜୁଳିକାର ଚିତ୍କାର

ପୁଣି ଥରେ ବିଦ୍ୟା ବାଲନଙ୍କ ମଞ୍ଜୁଳିକା ଗେଟ-ଅପ୍‌ ଦର୍ଶକଙ୍କ ଏକ୍ସାଇଟ୍‌ମେଣ୍ଟକୁ ବଢ଼ାଇ ଦେଇଛି।

Vidya Balan

Vidya Balan

Advertisment

'ଲାଲ କବାଟ, ରକ୍ତ ଛିଟା। ଆଉ ଆମି ଜେ ତୋମାର…ଗୀତର ଶବ୍ଦ। ଫେରିଛି ମଞ୍ଜୁଳିକା। ଆଉ ଚିତ୍କାର କରି ମାଗୁଛି ନିଜ ସିଂହାସନ।' ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରିଲିଜ ହୋଇଥିବା ଅପ୍‌କମିଂ ଫିଲ୍ମ 'ଭୁଲ ଭୁଲୟା-୩'ର ଟିଜର୍‌ରେ।

Advertisment

ପୁଣି ଥରେ ଡ଼ରାଇବେ ବିଦ୍ୟା ବାଳନ। ମଞ୍ଜୁଳିକାର ଚିତ୍କାରରେ କମ୍ପିବ ଥିଏଟର। ତା' ସାଙ୍ଗକୁ ଆକ୍ସନ, କମେଡି ଓ ରୋମାନ୍ସର ଖୋରାକ ଯୋଗାଇବେ କାର୍ତ୍ତିକ ଆର୍ଯ୍ୟନ୍‌। ଏଥର ଦୀପାବଳିରେ ଡର ସାଙ୍ଗକୁ କମେଡିର ଛୁଙ୍କ ଲଗାଇବ ଫିଲ୍ମ 'ଭୁଲ ଭୁଲୟା-୩'।

କିଛି ଦିନ ତଳେ ରିଲିଜ୍ ହୋଇଥିବା ଫିଲ୍ମ ସ୍ତ୍ରୀ-୨କୁ ଦର୍ଶକଙ୍କ ଭଲପାଇବା ମିଳିଥିବା ବେଳେ ଏବେ ଆଉ ଏକ ହରର କମେଡିର ଟିଜର ରିଲିଜ୍ ହୋଇଛି। ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ 'ଭୁଲ ଭୁଲୟା-୩'ର ଟିଜର ରିଲିଜ୍ କରି ଦର୍ଶକଙ୍କ ଉତ୍ସାହ ବଢ଼ାଇ ଦେଇଛନ୍ତି।୧ ମିନିଟ୍‌ ୪୬ ସେକେଣ୍ଡର ଏହି ଟିଜର ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଏଥିରେ ହରର୍‌ ସାଙ୍ଗକୁ ରୋମାନ୍ସ ଆଉ ଆକ୍ସନର ଝଲକ ମଧ୍ୟ ଦେଖିବାକୁ ମିଳିଛି। ପୁଣି ଥରେ ବିଦ୍ୟା ବାଲନଙ୍କ ମଞ୍ଜୁଳିକା ଗେଟ-ଅପ୍‌ ଦର୍ଶକଙ୍କ ଏକ୍ସାଇଟ୍‌ମେଣ୍ଟକୁ ବଢ଼ାଇ ଦେଇଛି।

Advertisment

'ଭୁଲ ଭୁଲୟା' ପ୍ରଥମ ଭାଗରେ ଅଭିନେତ୍ରୀ ବିଦ୍ୟା ବାଲନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଇଥିବା ବେଳେ ଦ୍ୱିତୀୟ ଭାଗରେ ତାଙ୍କୁ ଦେଖିବାକୁ ମିଳିନଥିଲା। ହେଲେ ଏବେ ତୃତୀୟ ଭାଗରେ ପୁଣି ଥରେ ବିଦ୍ୟା ବାଲାନଙ୍କୁ କାଷ୍ଟ କରିଛନ୍ତି ନିର୍ମାତା। ଟିଜରରେ ଅଭିନେତ୍ରୀଙ୍କ ଲୁକ୍ ଓ ଅଭିନୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି।

ଫିଲ୍ମରେ ବିଦ୍ୟା ବାଲନ ଓ କାର୍ତ୍ତିକଙ୍କ ବ୍ୟତୀତ ଫେମସ ଅଭିନେତ୍ରୀ ତୃପ୍ତି ଡିମରି ମଧ୍ୟ ଅଛନ୍ତି। ଫିଲ୍ମ ଦୀପାବଳିରେ ରିଲିଜ୍ ହେବାକୁ ଥିବା ବେଳେ ଏବେ ସୋଶାଲ ମିଡିଆରେ ଏହାର ଟିଜର ଭାଇରାଲ ହେବାରେ ଲାଗିଛି।

Bollywood Kartik Aryan Bhool Bhulaiyaa 3 Teaser Vidya Balan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe