Advertisment

କାର୍ ଭିତରେ ରୋମାଣ୍ଟିକ ହେଲେ ଭୂମି, ବୟଫ୍ରେଣ୍ଡଙ୍କ ସହ କଲେ ଲିପ୍ ଲକ୍‌

ଲିପ୍ ଲକର ଭିଡିଓ ଏବେ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
bhumi pednekar yash-kataria-lip lock

bhumi pednekar yash-kataria-lip lock

ବଲିଉଡ ଅଭିନେତ୍ରୀ ଭୂମି ପେଡନେକର। ତାଙ୍କୁ ନେଇ ଏବେ ବି-ଟାଉନ୍‌ରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ନିକଟରେ କାର୍ ଭିତରେ ହିଁ ରୋମାଣ୍ଟିକ୍ ହୋଇପଡିଛନ୍ତି। ଏପରିକି ସର୍ବସମ୍ମୁଖରେ ନିଜ ବୟଫ୍ରେଣ୍ଡ ସହ କାର୍ ଭିତରେ କରିଛନ୍ତି ଲିପ୍ ଲକ୍। ଯାହାର ଭିଡିଓ ଏବେ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି। 

Advertisment

ଜବରଦସ୍ତ ଆକ୍ଟିଂ ପାଇଁ ଜଣାଶୁଣା ଭୂମି ପେଡନେକର୍ ନିଜ ଅଭିନୟ ଜାଦୁରେ ଲୋକଙ୍କ ହୃଦୟରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ତେବେ କିଛି ଦିନ ହେବ ସେ ନିଜ ବୋଲ୍ଡ ଆଉ ବିନ୍ଦାସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଯେବେଠୁ ସେ ନିଜ ଓଜନ କମାଇଛନ୍ତି ସେବେଠାରୁ ତାଙ୍କ ଡ୍ରେସିଂ ସେନ୍ସ ବଦଳି ଯାଇଛି। ଏବେ ଏହି ଅଭିନେତ୍ରୀ ନିଜର ଆଉ ଏକ ବୋଲ୍ଡ ଷ୍ଟେପ୍‌କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି।

ନିକଟରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ କିଆରାଙ୍କ ୱେଡିଂ ରିସେପ୍‌ସନ୍ ପାର୍ଟିରେ ନଜର ଆସିଥିଲେ ଭୂମି ପେଡନେକର। ଏଠି ତାଙ୍କ ସହ ଜଣେ ମିଷ୍ଟ୍ରି ମ୍ୟାନ୍‌ଙ୍କୁ ଦେଖିବାକୁ ମିଳିଥିଲା। ତେବେ ସର୍ବସମ୍ମଖରେ ଏହି ମିଷ୍ଟ୍ରି ମ୍ୟାନ୍‌ଙ୍କୁ କାର୍ ଭିତରେ ଭୂମି ଲିପ୍ କିସ୍ କରୁଥିବା ଦେଖିବା ପରେ ଫ୍ୟାନ୍‌ମାନେ ଚକିତ ହୋଇପଡିଥିଲେ। କିଆରାଙ୍କ ରିସେପ୍‌ସନ୍ ପାର୍ଟିରୁ ଅସିବା ପରେ କାର୍ ଭିତରେ ଏହି ମିଷ୍ଟ୍ରିମ୍ୟାନ୍‌ଙ୍କୁ କିସ୍ କରିଥିଲେ ଭୂମି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। 

Advertisment

ଭୂମି ପେଡନେକର ତାଙ୍କ ବୟଫ୍ରେଣ୍ଡଙ୍କ ସହ ସିଦ୍ଧାର୍ଥ-କିଆରାଙ୍କ ବିବାହ ରିସେପ୍‌ସନରେ ପହଞ୍ଚିଥିଲେ। ଗୋଟିଏ ପଟେ, ଯେଉଁଠାରେ ଭୂମିଙ୍କର ବୋଲ୍ଡ ଲୁକ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ଅନ୍ୟପଟେ ଲିପ୍ ଲକ୍ ଯୋଗୁଁ ସେ ଲାଇମଲାଇଟ୍‌କୁ ଆସିଥିଲେ। ଯଦିଓ ରିସେପସନରେ ତାଙ୍କ ବୟଫ୍ରେଣ୍ଡକୁ କେହି ଲକ୍ଷ୍ୟ କରିନଥିଲେ, କିନ୍ତୁ ଏହି କିସ୍ ଦୃଶ୍ୟ ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ଭୂମିଙ୍କ ସହ ଥିବା ଏହି ବ୍ୟକ୍ତି କିଏ ବୋଲି ଜାଣିବାକୁ ଚାହିଁଥିଲେ। 

ଭୂମି ପେଡନେକର ଏବେ ବଡି ବିଲଡର ୟଶ କାଟାରିଆଙ୍କୁ ଡେଟ୍ କରୁଛନ୍ତି। ଉଭୟ ପରସ୍ପରର ରିଲେସନ୍‌ସିପ୍‌କୁ ନେଇ ବେଶ୍ ସିରିୟସ୍ ଅଛନ୍ତି। ୨୮ ବର୍ଷୀୟ ୟଶ୍ ପେସାରେ ଜଣେ ବିଜନେସ୍‌ମ୍ୟାନ୍‌, ଯିଏ ଭାରତରେ ହିଁ ରୁହନ୍ତି। ଭୂମି ସୋସିଆଲ ମିଡିଆରେ ୟଶଙ୍କୁ ଫଲୋ କରନ୍ତି। ଦୀର୍ଘ ଦିନ ଧରି ଭୂମି ଓ ୟଶ୍ ଲୁଚିଛପି ପରସ୍ପରକୁ ଡେଟ୍ ମଧ୍ୟ କରୁଥିବା ସୂଚନା ମିଳିଛି।  

Viral Video Bollywood News Bollywood Bhumi Pednekar