Advertisment

ବିଗ୍ ବସ୍‌ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ

ମୁମ୍ବାଇ: ଆଉ ନାହାନ୍ତି ବିଗ୍‌ ବସ୍‌ ବିଜେତା ସିଦ୍ଧାର୍ଥ ଶୁକ୍ଲା। ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଛି ବୋଲି କୁହାଯାଉଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା। ସୂଚନା ମୁତାବକ, ଗତକାଲି ରାତିରେ ସିଦ୍ଧାର୍ଥ ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ। କିନ୍ତୁ ଆଜି ସକାଳେ ସେ ଆଉ ଉଠିନଥିଲେ। ଏହାପରେ ପରିବାର ଲୋକେତ ସକାଳ ପ୍ରର୍ୟ ସାଢ଼େ ୯ଟା ବେଳେ ମୁମ୍ବାଇର କୁପର ହସ୍ପିଟାଲକୁ ନେଇଯାଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା […]

ଅଦ୍ୟତନ ହୋଇଛି
ବିଗ୍ ବସ୍‌ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ

shidrath sukla

Advertisment

ମୁମ୍ବାଇ: ଆଉ ନାହାନ୍ତି ବିଗ୍‌ ବସ୍‌ ବିଜେତା ସିଦ୍ଧାର୍ଥ ଶୁକ୍ଲା। ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଛି ବୋଲି କୁହାଯାଉଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା।

Advertisment

ସୂଚନା ମୁତାବକ, ଗତକାଲି ରାତିରେ ସିଦ୍ଧାର୍ଥ ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ। କିନ୍ତୁ ଆଜି ସକାଳେ ସେ ଆଉ ଉଠିନଥିଲେ। ଏହାପରେ ପରିବାର ଲୋକେତ ସକାଳ ପ୍ରର୍ୟ ସାଢ଼େ ୯ଟା ବେଳେ ମୁମ୍ବାଇର କୁପର ହସ୍ପିଟାଲକୁ ନେଇଯାଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏବଂ ହୃଦ୍‌ଘାତ ହୋଇଥିବା କହିଥିଲେ।

ଟେଲିଭିଜନର ଜଣେ ଚର୍ଚ୍ଚିତ ଚେହେରା ଥିଲେ ସିଦ୍ଧାର୍ଥ। ବିଗ୍‌ ବସ୍‌ ସିଜିନ୍‌ ୧୩ର ସେ ବିଜେତା ମଧ୍ୟ ହୋଇଥିଲେ। ହଠାତ୍‌ ତାଙ୍କ ମୃତ୍ୟୁ ଖବର ଏବେ ସମସ୍ତଙ୍କୁ ଏକ ବଡ ଝଟ୍‌କା ଦେଇଛି। ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ବିଶେଷ କରି ବିଗ୍‌ ବସ୍‌ ଜିତିବା ପରେ ତାଙ୍କର ଭାଗ୍ୟ ବଦଳି ଯାଇଥିଲା ଏବଂ ଦିନକୁ ଦନ ତାଙ୍କର ଫ୍ୟାନ୍‌ଙ୍କ ସଂଖ୍ୟା ମଧ୍ୟ ଶୀର୍ଷ ଛୁଇଁଥିଲା। ଏତେ କମ୍‌ ବୟସରେ ହଠାତ୍‌ ଏମିତି ଚାଲିଯିବା ତାଙ୍କ ଫ୍ୟାନ୍‌ଙ୍କୁ ସ୍ତବ୍ଧ କରିଦେଇଛି।

Advertisment

'ବାଳିକା ବଧୂ' ସିରିଏଲ୍‌ରୁ ଲୋକପ୍ରିୟତା ହାସଲ କରିଥିବା ସିଦ୍ଧାର୍ଥ 'ହମ୍ପଟି ଶର୍ମାକି ଦୁଲହନିଆଁ' ଫିଲ୍ମରେ ମଧ୍ୟ କାମ କରିଥିଲେ। ସେ ଶେଷଥର ପାଇଁ ଏକତା କପୁରଙ୍କ ଲୋକପ୍ରିୟ ସିରିଜ 'ବ୍ରେକନ୍‌ ବଟ୍‌ ବିୟୁଟିଫୁଲ୍‌-୩'ରେ ନଜର ଆସିଥିଲେ। ଯେଉଁଥିରେ ସେ ଅଗସ୍ତ୍ୟ ଭୂମିକା ତୁଲାଇଥିଲେ। ଏଥିସହ 'ଖତରୋଁ କେ ଖିଲାଡି ସିଜିନ୍‌-୭'ର ଟ୍ରଫି ମଧ୍ୟ ହାତେଇଥିଲେ ସିଦ୍ଧାର୍ଥ।

୧୯୮୦ ଡିସେମ୍ବର ୧୨ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ସିଦ୍ଧାର୍ଥ। ସେ ମଡେଲିଂରୁ କ୍ୟାରିଅର ଆରମ୍ଭ କରିଥିଲେ। ୨୦୦୪ରୁ ସେ ଟେଲିଭିଜନରେ ଅଭିନେତା ଭାବେ ଡବ୍ୟୁ କରିଥିଲେ। ୨୦୦୮ରେ 'ବାବୁଲ କା ଆଙ୍ଗନ ଛୁଟେ ନା' ସିରିଏଲରେ ତାଙ୍କୁ ଦେଖିବାକୁ ମିଳିଥିଲା। ତେବେ ଅଭିନେତା ଭାବେ ପ୍ରକୃତ ପରିଚୟ ପାଇଥିଲେ ଲୋକପ୍ରିୟ ଧାରାବାହିକ 'ବାଳିକା ବଧୂ'ରୁ।

ଟେଲିଭିଜନ ଦୁନିଆରେ ସଫଳତା ପାଇବା ପରେ ସେ ବଲିଉଡରେ ମଧ୍ୟ ପାଦ ଥାପିଥିଲେ। ୨୦୧୪ରେ ଆସିଥିବା ଫିଲ୍ମ 'ହମ୍ପଟି ଶର୍ମା କି ଦୁଲହନିଆଁ'ରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେହି ବର୍ଷ ସେ 'ବ୍ରୋକନ୍‌ ବଟ୍‌ ବିୟୁଟିଫୁଲ୍‌' ନାମକ ଏବ ୱେବସିରିଜରେ ଅଭିନୟ କରିଥିଲେ। ଆଉ ଏଥିପାଇଁ ତାଙ୍କୁ ବେଶ୍‌ ପ୍ରଶଂସା ମଧ୍ୟ ମିଳିଥିଲା।

Hindi Television Sidharth Shukla
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe