Advertisment

ବିଗ୍‌ବସ୍‌-୧୬ରେ ସାଜିଦ ଖାନ୍‌ଙ୍କୁ ଦେଖି ଚିହିଁକି ଗଲେ ସୋନା ମହାପାତ୍ର

ମୁମ୍ବାଇ: ଆରମ୍ଭ ହେଉ ହେଉ ଚର୍ଚ୍ଚାରେ ସଲମାନ ଖାନ୍‌ଙ୍କ ରିଆଲିଟି ଶୋ’ ବିଗ୍‌ବସ୍‌-୧୬। ଏଥର ବିଗ୍‌ବସ୍‌ର ଜଣେ ପ୍ରତିଯୋଗୀକୁ ନେଇ ଉଠିଛି ପ୍ରଶ୍ନ। ଆଉ ଏହି ପ୍ରଶ୍ନ ଉଠାଇଛନ୍ତି ଲୋକପ୍ରିୟ ଗାୟିକା ସୋନା ମହାପାତ୍ର। ଚଳିତ ବର୍ଷ ବିଗ୍‌ବସ୍‌ ସିଜନ-୧୬ରେ #MeToo ଅଭିଯୁକ୍ତ ସାଜିଦ ଖାନ୍‌ ମଧ୍ୟ ଭାଗ ନେଇଛନ୍ତି। ଏହାକୁ ନେଇ ଚିହିଁକି ଉଠିଛନ୍ତି  ଗାୟିକା ସୋନା ମହାପାତ୍ର। ସେ ବିଗ୍‌ବସ୍‌-୧୬ର ନିର୍ମାତା ଆଉ ଚ୍ୟାନେଲ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୋନା ମହାପାତ୍ର ଗୋଟିଏ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ବିଗ୍‌ବସ୍‌-୧୬ରେ ସାଜିଦ ଖାନ୍‌ଙ୍କୁ ଦେଖି ଚିହିଁକି ଗଲେ ସୋନା ମହାପାତ୍ର

sona-mohapatra on sajid-khan

ମୁମ୍ବାଇ: ଆରମ୍ଭ ହେଉ ହେଉ ଚର୍ଚ୍ଚାରେ ସଲମାନ ଖାନ୍‌ଙ୍କ ରିଆଲିଟି ଶୋ' ବିଗ୍‌ବସ୍‌-୧୬। ଏଥର ବିଗ୍‌ବସ୍‌ର ଜଣେ ପ୍ରତିଯୋଗୀକୁ ନେଇ ଉଠିଛି ପ୍ରଶ୍ନ। ଆଉ ଏହି ପ୍ରଶ୍ନ ଉଠାଇଛନ୍ତି ଲୋକପ୍ରିୟ ଗାୟିକା ସୋନା ମହାପାତ୍ର।

Advertisment

ଚଳିତ ବର୍ଷ ବିଗ୍‌ବସ୍‌ ସିଜନ-୧୬ରେ #MeToo ଅଭିଯୁକ୍ତ ସାଜିଦ ଖାନ୍‌ ମଧ୍ୟ ଭାଗ ନେଇଛନ୍ତି। ଏହାକୁ ନେଇ ଚିହିଁକି ଉଠିଛନ୍ତି  ଗାୟିକା ସୋନା ମହାପାତ୍ର। ସେ ବିଗ୍‌ବସ୍‌-୧୬ର ନିର୍ମାତା ଆଉ ଚ୍ୟାନେଲ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୋନା ମହାପାତ୍ର ଗୋଟିଏ ପରେ ଗୋଟିଏ ଟ୍ୱିଟ୍‌ କରି ବିଗ୍‌ବସ୍‌ର ନିର୍ମାତା ଆଉ ଚ୍ୟାନେଲ ଉପରେ ବର୍ଷିଛନ୍ତି।

https://twitter.com/sonamohapatra/status/1576640225790418944?s=20&t=6LzmglWMRGro6UcYe0CSmw

Advertisment

ସୋନା ମହାପାତ୍ର ଜେନିସ ସିକେରାଙ୍କ ଟ୍ୱିଟ୍‌କୁ ରି-ଟ୍ୱିଟ୍‌ କରି ଲେଖିଛନ୍ତି, 'ଇଏ ହେଉଛନ୍ତି ସାଜିଦ ଖାନ୍‌, ଯିଏ ଟିଭି ରିଆଲିଟି ଶୋ'କୁ ଆସିଛନ୍ତି। ଅନୁ ମଲ୍ଲିକ୍ ପିଲାଙ୍କ ମ୍ୟୁଜିକ ରିଆଲିଟି ଶୋ'କୁ ଜଜ୍‌ କରୁଛନ୍ତି। କୈଳାଶ ଖେର୍‌ ମଧ୍ୟ ଟିଭି ରିଆଲିଟ୍‌ ଶୋ'ରେ ବିଚାରପତି ସିଟ୍‌ରେ ବସିଛନ୍ତି। ମିଠୁ କ୍ୟାମ୍ପେନ ବେଳେ ଅନେକ ମହିଳା ଏମାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଭାରତୀୟ ଟିଭି ଚ୍ୟାନେଲ ଓ ଏମାନଙ୍କ ମାଲିକମାନେ ପ୍ରକୃତରେ ଦୁର୍ନୀତିଗ୍ରସ୍ତ।'

https://twitter.com/sonamohapatra/status/1576797165455753216?s=20&t=9yfA2hBEDfl4N2JrTvZUJw

ସୋନା ମହାପାତ୍ର ତାଙ୍କ ଦ୍ୱିତୀୟ ଟ୍ୱିଟରେ ଲେଖିଛନ୍ତି, 'ନିଶ୍ଚିତ ରୂପେ ଏହା ସବୁ ଘୃଣ୍ୟ କାରନାମା। ବିକାଶ ବେହଲ ଏବଂ ମାଷ୍ଟର ସୁହେଲ ସେଠ୍‌ ମଧ୍ୟ ଭାରତୀୟ ଟିଭି ଚ୍ୟାନେଲ୍ସକୁ ଫେରିଛନ୍ତି।'

୨୦୧୮ରେ #MeToo କୁ ସମର୍ଥନ କରିଥିବା ଫରହାନ ଅଖତରଙ୍କୁ ଟ୍ୟାଗ କରି ସୋନା ମହାପାତ୍ର ତାଙ୍କ ଟ୍ୱିଟରେ ଲେଖିଛନ୍ତି, ଫରହାନ ଅଖତର ତୁମେ 'ମର୍ଦ' ନାମକ ଏକ ସଂଗଠନରେ ଅଛ। ଏହି ବ୍ୟକ୍ତି (ସାଜିଦ୍ ଖାନ୍) ଏବଂ ଅନ୍ୟମାନେ ଆପଣଙ୍କୁ ବ୍ୟକ୍ତିଗତ ଭାବରେ ଜାଣନ୍ତି। ଆପଣ ମୁହଁ ଖୋଲନ୍ତୁ, ଆଉ ଠିଆ ହୁଅନ୍ତୁ।'

https://twitter.com/sonamohapatra/status/1576884761284718592?s=20&t=jQPWLzW2pXhMaKSTt31XBw

ସୋନା ମହାପାତ୍ର ତାଙ୍କର ଶେଷ ଟ୍ୱିଟରେ ଲେଖିଛନ୍ତି, 'TRP ପାଇବା ପାଇଁ ଏକାଧିକ #MeToo ଦୋଷୀଙ୍କୁ କାଷ୍ଟିଂ କରିବାକୁ ଟିଭି ଚ୍ୟାନେଲ ଗୁଡ଼ିକର ମାର୍କେଟିଂ ଟିମ୍‌ ଗୁଡ଼ିକୁ ମୁଁ ପରାମର୍ଶ ଦେଉଛି। ପତ୍ନୀଙ୍କୁ ମାଡ଼ ମାରୁଥିବା ବ୍ୟକ୍ତି ଓ ଦୁଷ୍କର୍ମୀଙ୍କୁ ନେଇ ଏକ ଶୋ' ଲାଇନ୍‌ଅପ୍‌ କରନ୍ତୁ। ସମାଜକୁ ଏକ ନୂତନ ସ୍ତରକୁ ନେଇ ଉପଭୋଗ କରନ୍ତୁ।'

https://twitter.com/sonamohapatra/status/1576805729507282944?s=20&t=mv5-mV9wiKWFyT8LPoZW_Q

ଉଲ୍ଲେଖଯୋଗ୍ୟ, ସୋନା ମହାପାତ୍ର ୨୦୧୮ରେ #MeToo ମାଧ୍ୟମରେ ଫେମସ୍‌ ବଲିଉଡର ସିଙ୍ଗର କୈଲାଶ ଖେର୍‌ଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ।