Advertisment

ଫସିଲେ ଅଭିନେତା ଅବ୍ଦୁ ରୋଜିକ୍‌, ସମନ କଲା ଇଡି

ଜଣେ ଗାୟକ ଏବଂ ଅଭିନେତା ହେବା ବ୍ୟତୀତ ଅବ୍ଦୁ ରୋଜିକ୍ ଜଣେ ବ୍ୟବସାୟୀ ମଧ୍ୟ। ସେ ଲୋକପ୍ରିୟ ଟେଲିଭିଜନ ଶୋ' ବିଗ୍‌ ବସ୍‌-୧୬ରୁ ପପୁଲାର ହୋଇଥିଲେ।

author-image
Madhupriya Mistry
ଅଦ୍ୟତନ ହୋଇଛି
Abdu Rozik

Abdu Rozik

ଫସିଲେ ବିଗ୍‌ବସ୍‌ -୧୬ ଫେମ୍‌ ଅବ୍ଦୁ ରୋଜିକ୍। ତଜାକିସ୍ତାନର ଫେମସ୍‌ ସିଙ୍ଗର୍‌ ତଥା ଅଭିନେତା ଅବ୍ଦୁ ରୋଜିକଙ୍କୁ ଇଡି ସମନ କରିଛି। ମନଲଣ୍ଡରିଂ ମାମଲାରେ ତାଙ୍କ ନାଁ ସାମ୍ନାକୁ ଆସିବା ପରେ ଇଡି ତାଙ୍କୁ ସମନ ପଠାଇଥିବା ସୂଚନା ମିଳିଛି।

Advertisment

ଆଜି ଅବ୍ଦୁଙ୍କୁ ମୁମ୍ବାଇ ସ୍ଥିତି ଇଡି କାର୍ଯ୍ୟାଳୟରେ ପଚରାଉଚରା ପାଇଁ ଡକାଯାଇଛି। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ପଚରାଉଚରା କରାଯିବ। ଅର୍ଥ ହେରଫେର ମାମଲାରେ ଅବ୍ଦୁଙ୍କୁ ସାକ୍ଷୀ ଭାବରେ ହାଜର ହେବାକୁ କୁହାଯାଇଥିବା ତାଙ୍କ ଓକିଲ କହିଛନ୍ତି।

ପୂର୍ବରୁ ମଧ୍ୟ ମନିଲଣ୍ଡରିଂ ମାମଲାରେ ଇଡି ଅବ୍ଦୁଙ୍କୁ ସମନ କରି ଫେବ୍ରୁଆରୀ ୧୪ ହାଜର ହେବା ପାଇଁ କହିଥିଲା। କିନ୍ତୁ ସେତେବେଳେ ଅବ୍ଦୁ ହାଜର ହୋଇନଥିଲେ। ଏଥିପାଇଁ ଆଜି ପୁଣି ତାଙ୍କୁ ଇଡି ସମନ ପଠାଇ ପଚରାଉଚରା କରିବା ପାଇଁ ଡକାଇଛି।

Advertisment

ପ୍ରକୃତରେ, ଜଣେ ଗାୟକ ଏବଂ ଅଭିନେତା ହେବା ବ୍ୟତୀତ ଅବ୍ଦୁ ରୋଜିକ୍ ଜଣେ ବ୍ୟବସାୟୀ ମଧ୍ୟ। ସେ ଲୋକପ୍ରିୟ ଟେଲିଭିଜନ ଶୋ' ବିଗ୍‌ ବସ୍‌-୧୬ରୁ ପପୁଲାର ହୋଇଥିଲେ। ଅବ୍ଦୁଙ୍କର ଅନେକ ଦେଶରେ ବିଳାସପୂର୍ଣ୍ଣ ରେଷ୍ଟୁରାଣ୍ଟ ଅଛି। ବିଗ୍ ବସ୍ ୧୬ରୁ ବାହାରିବା ପରେ ଅବ୍ଦୁ ମୁମ୍ବାଇରେ 'ବୁର୍ଗିର୍‌' ନାମକ ଏକ ଳଗ୍‌ଜୁରୀ ରେଷ୍ଟୁରାଣ୍ଟ ମଧ୍ୟ ଖୋଲିଥିଲେ। ଖବର ଅନୁଯାୟୀ ତାଙ୍କର ଏହି ରେଷ୍ଟୁରାଣ୍ଟରେ ଅନ୍ୟ କିଛି କମ୍ପାନୀର ଟଙ୍କା ବିନିଯୋଗ କରାଯାଇଛି। କୁହାଯାଉଛି ଯେ ଉକ୍ତ କମ୍ପାନୀ ଡ୍ରଗ୍ସ କାରବାର କରେ। ଏହି ମାମଲାରେ ଇଡି ଅବ୍ଦୁଙ୍କୁ ପଚରାଉଚରା କରିବା ପାଇଁ ସମନ କରିଛି।

Money Laundering ED Summon Abdu Rozik Bigg Boss 16 Bollywood News