୪୩ ବର୍ଷ ବୟସରେ ମା’ ହେଲେ ବିପାଶା

ମୁମ୍ବାଇ: ମା’ ହେଲେ ବଲିଉଡର ଡସ୍କି ବିୟୁଟି ବିପାଶା ବସୁ। ସେ ୪୩ ବର୍ଷ ବୟସରେ ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି। କରଣ ସିଂହ ଗ୍ରୋଭର ଓ ବିପାଶାଙ୍କ ଘରକୁ ଆସିଛି କୁନି ଅତିଥି। ଏବେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପରେ ବଲିଉଡର ଏହି କପଲ ମଧ୍ୟ ପ୍ୟାରେଣ୍ଟ କ୍ଲବରେ ସାମିଲ ହୋଇଛନ୍ତି। ରିପୋର୍ଟ ମୁତାବକ, ବିପାଶା ଆଜି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ବିପାଶା ଓ କରଣଙ୍କ ଝିଅ ଜନ୍ମ […]

bipasha-basu-and-karan-singh-grover

bipasha-basu-and-karan-singh-grover

Madhupriya Mistry
  • Published: Saturday, 12 November 2022
  • Updated: 12 November 2022, 05:18 PM IST

Sports

Latest News

ମୁମ୍ବାଇ: ମା’ ହେଲେ ବଲିଉଡର ଡସ୍କି ବିୟୁଟି ବିପାଶା ବସୁ। ସେ ୪୩ ବର୍ଷ ବୟସରେ ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି। କରଣ ସିଂହ ଗ୍ରୋଭର ଓ ବିପାଶାଙ୍କ ଘରକୁ ଆସିଛି କୁନି ଅତିଥି। ଏବେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପରେ ବଲିଉଡର ଏହି କପଲ ମଧ୍ୟ ପ୍ୟାରେଣ୍ଟ କ୍ଲବରେ ସାମିଲ ହୋଇଛନ୍ତି।

ରିପୋର୍ଟ ମୁତାବକ, ବିପାଶା ଆଜି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ବିପାଶା ଓ କରଣଙ୍କ ଝିଅ ଜନ୍ମ କଥା ସାମ୍ନାକୁ ଆସିବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ଗତ ଅଗଷ୍ଟ ମାସରେ ବିପାଶା ଗର୍ଭବତୀ ଥିବା ନେଇ ଘୋଷଣା କରିଥିଲେ। ଉଭୟ ସୋଶାଲ ମିଡିଆରେ ବେବି ବମ୍ପ ସେଆର କରିଥିଲେ। ଯାହା ଖୁବ୍ ଭାଇରାଲ ମଧ୍ୟ ହୋଇଥିଲା।

ମା’ ହେବା ପରେ ବିପାଶା ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ନିଜ ଝିଅର ପ୍ରଥମ ଝଲକ୍ ଦେଖାଇଛନ୍ତି। କୁନି ଝିଅର ପାଦର ଫଟୋ ପୋଷ୍ଟ କରି ବିପାଶା କ୍ୟାପସନରେ ଲେଖିଛନ୍ତି, ‘ଆମ ପ୍ରେମର ଫିଜିକାଲ ରୂପ ଓ ମା’ଙ୍କ ଆଶୀର୍ବାଦ ଏ ଦୁନିଆକୁ ଆସିଯାଇଛି। ସେ ବାସ୍‌ତବରେ ବେଶ୍ ଦିବ୍ୟ ଅଟେ।’

କେବଳ ସେତିକି ନୁହେଁ ଝିଅର ନାଁ ମଧ୍ୟ କ’ଣ ରହିବ ସେ ନେଇ ମଧ୍ୟ ଖୁଲାସା କରିଛନ୍ତି ବିପାଶା। ସେ ନିଜ ଝିଅର ନାଁ ଦେବୀ ବାସୁ ସିଂହ ଗ୍ରୋଭର ରଖିଛନ୍ତି।

 

View this post on Instagram

 

A post shared by Bipasha Basu (@bipashabasu)

ବିପାଶା ଓ କରଣଙ୍କ ବିବାହ ୨୦୧୬ ମସିହାରେ ହୋଇଥିଲା। ବିବାହର ୬ ବର୍ଷ ପରେ ଦମ୍ପତି ନିଜ ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି। କିଛିଦିନ ପୂର୍ବରୁ ‘ବମ୍ବେ ଟାଇମ୍ସ’କୁ ଦେଇଥିବା ଏକ ସାକ୍ଷାତକାରରେ ବିପାଶା ଏକ କନ୍ୟା ସନ୍ତାନ ଚାହୁଁଥିବା କହିଥିଲେ। ଘରକୁ ଏକ ବେବି ଗାର୍ଲ ଆସୁ ବୋଲି କହିଥିଲେ। ତାଙ୍କ ଆଶା ଏବେ ପୂରଣ ହୋଇଛି। କରଣ ଓ ବିପାଶାଙ୍କର ଏକ ଝିଅଟିଏ ହୋଇଛି। ଯାହାକୁ ନେଇ ଉଭୟ ବେଶ୍ଖୁ ସ୍ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos