ଗୁଡ୍‌ ନ୍ୟୁଜ୍‌ ଦେଲେ ବିପାଶା

ମୁମ୍ବାଇ: ମା’ ହେବେ ବଲିଉଡର ଡସ୍କି ବିୟୁଟି ବିପାଶା ବାସୁ। ତାଙ୍କ ଘରକୁ ଆସିବେ କୁନି ଅତିଥି। ବିପାଶା ଓ ତାଙ୍କ ସ୍ୱାମୀ କରଣ ସିଂହ ଗ୍ରୋଭର ଦୁଇରୁ ତିନି ହେବାକୁ ଯାଉଛନ୍ତି। ବଲିଉଡର ଏହି ଷ୍ଟାର୍‌ ଦମ୍ପତି ଫଟୋ ଶେଆର କରି ଖୋଦ୍‌ ଏହି ଗୁଡ୍‌ ନ୍ୟୁଜ୍‌ ଦେଇଛନ୍ତି। ବିପାଶା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ଶେଆର କରିଛନ୍ତି। ଏଥିରେ ସେ ତାଙ୍କ ବେବି ବମ୍ପକୁ ଦେଖାଇଛନ୍ତି। କେବଳ ସେତିକି ନୁହେଁ ସେ ସ୍ୱାମୀ […]

Bipasha Basu and Karan Singh

Bipasha Basu and Karan Singh

Madhupriya Mistry
  • Published: Tuesday, 16 August 2022
  • Updated: 16 August 2022, 03:43 PM IST

ମୁମ୍ବାଇ: ମା' ହେବେ ବଲିଉଡର ଡସ୍କି ବିୟୁଟି ବିପାଶା ବାସୁ। ତାଙ୍କ ଘରକୁ ଆସିବେ କୁନି ଅତିଥି। ବିପାଶା ଓ ତାଙ୍କ ସ୍ୱାମୀ କରଣ ସିଂହ ଗ୍ରୋଭର ଦୁଇରୁ ତିନି ହେବାକୁ ଯାଉଛନ୍ତି। ବଲିଉଡର ଏହି ଷ୍ଟାର୍‌ ଦମ୍ପତି ଫଟୋ ଶେଆର କରି ଖୋଦ୍‌ ଏହି ଗୁଡ୍‌ ନ୍ୟୁଜ୍‌ ଦେଇଛନ୍ତି।

ବିପାଶା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ଶେଆର କରିଛନ୍ତି। ଏଥିରେ ସେ ତାଙ୍କ ବେବି ବମ୍ପକୁ ଦେଖାଇଛନ୍ତି। କେବଳ ସେତିକି ନୁହେଁ ସେ ସ୍ୱାମୀ କରଣ ସିଂହ ଗ୍ରୋଭରଙ୍କ ସହ ରୋମାଣ୍ଟିକ୍‌ ପୋଜରେ ମଧ୍ୟ ନଜର ଆସିଛନ୍ତି। ଏହି ଫଟୋକୁ ଶେଆର କରି ବିପାଶା ଏକ ସୁନ୍ଦର ନୋଟ୍‌ ମଧ୍ୟ ଲେଖିଛନ୍ତି।

'ଏକ ନୂଆ ସମୟ, ନୂଆ ଫେଜ…ଏକ ନୂଆ ଆଲୋକ ଆମ ସହ ଯୋଡ଼ି ହେବାକୁ ଯାଉଛି। ଏହା ପୂର୍ବାପେକ୍ଷା ଆମକୁ ଅଧିକ ସମ୍ପୂର୍ଣ୍ଣ କରୁଛି।' ଆଗକୁ ମଜାଳିଆ ଢଙ୍ଗରା ବିପାଶା ଲେଖିଛନ୍ତି, 'କେବଳ ଦୁଇ ଜଣଙ୍କ ପାଇଁ ଏତିକି ଭଲପାଇବା ଢେର ଅଧିକା। ଏଥିପାଇଁ ଖୁବଶୀଘ୍ର ଆମେ ଦୁଇରୁ ତିନି ହେବାକୁ ଯାଉଛୁ। ଆମ ଛୁଆ ଖୁବଶୀଘ୍ର ଆମକୁ ଜଏନ୍‌ କରିବ।'

ବିପାଶାଙ୍କ ଏହି ଗୁଡ ନ୍ୟୁଜ୍‌ ଶୁଣିବା ପରେ ତାଙ୍କ ଫ୍ୟାନ୍‌ମାନେ ଅତ୍ୟନ୍ତ ଖୁସି ହୋଇଯାଇଛନ୍ତି। ବିପାଶା ଶେଆର କରିଥିବା ଫଟୋକୁ କିଛି ମିନିଟ୍‌ ମଧ୍ୟରେ ହିଁ ହଜାର ହଜାର ଲୋକ ଲାଇକ୍ କରିବା ସହ କମେଣ୍ଟ ମଧ୍ୟ ଦେଇଛନ୍ତି।

କିଛି ଦିନ ପୂର୍ବେ ବିପାଶା ବାସୁ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଥିଲା। ସେ କ୍ୟାମେରା ସାମ୍ନାରେ ଢିଲା ଓ ଓଭରସାଇଜ୍‌ ଡ୍ରେସ୍‌ ପିନ୍ଧିଥିବା ନଜର ଆସିଥିଲେ। ଏହାଦେଖି ଫ୍ୟାନ୍‌ମାନେ ସେ ଗର୍ଭବତୀ ଥିବା ଆଶଙ୍କା କରୁଥିଲେ। କିନ୍ତୁ ଏବେ ବିପାଶା ଖୋଦ୍‌ ଗଭର୍ବତୀ ଥିବା ଖବର ଉପରେ ମୋହର ମାରିଛନ୍ତି। ବିବାହର ୬ ବର୍ଷ ପରେ ସେ ମା' ହେବାକୁ ଯାଉଛନ୍ତି।

ବିପାଶା ଓ କରଣ ବଲିଉଡର ପାୱାର୍‌ କପଲ୍‌ଙ୍କ ମଧ୍ୟରୁ ଜଣେ। ୨୦୧୫ ଫିଲ୍ମ 'ଏଲୋନ'ର ଶୁଟିଂ ସେଟ୍‌ରେ ବିପାଶା ଓ କରଣଙ୍କ ଦେଖାସାକ୍ଷାତ ହୋଇଥିଲା। ଏହାପରେ ଉଭୟ ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କରିଥିଲେ। ପରେ ଦୁହେଁ ୩୦ ଏପ୍ରିଲ ୨୦୧୬ରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos