Advertisment

Bishnoi Gang: ରଣବୀର ସିଂହ ଓ ରୋହିତ ଶେଟ୍ଟୀଙ୍କୁ ବିଷ୍ଣୋଇ ଗ୍ୟାଙ୍ଗର ଧମକ, କହିଲା- ତୁମମାନଙ୍କ କର୍ମଚାରୀଙ୍କ ମାରିବୁ

ଅଡିଓ ମେସେଜରେ ଧମକ ଦେଇଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହରି ବକ୍ସର ଭାବେ ପରିଚୟ ଦେଇଛି। ସେ ଏହି ବାର୍ତ୍ତା ବିଲଉଡର ସମସ୍ତ ଲୋକଙ୍କ ଉଦ୍ଦେଶ୍ୟରେ ଜାରି କରିଥିବା କହୁଥିବା ବେଳେ ନିର୍ଦ୍ଦିଷ୍ଟ ଭାବେ ରଣବୀର ସିଂହଙ୍କ ନାଁ ନେଇଛି।

Rohit

ରୋହିତ ଶେଟ୍ଟୀ ଓ ରଣବୀର ସିଂହ (ଫାଇଲ ଫଟୋ)

Advertisment

ବଲିଉଡ ଅଭିନେତା ରଣବୀର ସିଂହ(Ranveer Singh) ଓ ଫିଲ୍ମ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କୁ ମିଳିଛି ଧମକ। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ହରି ବକ୍ସର ନାମକ ଜଣେ ବ୍ୟକ୍ତି ଗୋଟିଏ ନୂଆ ଅଡିଓ ମେସେଜ ରିଲିଜ କରି ଉଭୟଙ୍କୁ ଧମକ ଦେଇଛି। ଯଦି ରଣବୀର ଓ ରୋହିତ ତା’ ଦାବି ଅନୁସାରେ କାମ ନ କରିବେ, ତା’ହେଲେ ସେମାନଙ୍କ ସମସ୍ତ କର୍ମଚାରୀଙ୍କୁ ହତ୍ୟା କରାଯିବ ବୋଲି ଅଡିଓ ବାର୍ତ୍ତାରେ ଧମକ ଦିଆଯାଇଛି। 

Advertisment

ଅଡିଓ ମେସେଜରେ ଧମକ ଦେଇଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହରି ବକ୍ସର ଭାବେ ପରିଚୟ ଦେଇଛି। ସେ ଏହି ବାର୍ତ୍ତା ବିଲଉଡର ସମସ୍ତ ଲୋକଙ୍କ ଉଦ୍ଦେଶ୍ୟରେ ଜାରି କରିଥିବା କହୁଥିବା ବେଳେ ନିର୍ଦ୍ଦିଷ୍ଟ ଭାବେ ରଣବୀର ସିଂହଙ୍କ ନାଁ ନେଇଛି। 

ବ୍ୟକ୍ତି ଜଣକ ଅଭିଯୋଗ କରିଛି ଯେ ରଣବୀର ସିଂହ ଗୋଟିଏ ପୂର୍ବ ପ୍ରତିଶ୍ରୁତିରୁ ଓହରି ଯାଇଛନ୍ତି। ଯଦି ସେ ସମୟ ପୂର୍ବରୁ ସବୁ କିଛି ନ ଶୁଣିବେ, ତା’ହେଲେ ଏହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିବ ବୋଲି ଅଡିଓ ମେସେଜରେ ଧମକ ମିଳିଛି। 

Advertisment

ଅଡିଓରେ କୁହାଯାଇଛି ଯେ “ରଣବୀର ସିଂହ ଆମେ ତୁମ ସହ ଏମିତି କିଛି କରିବୁ ଯାହାକୁ ତୁମର ପରବର୍ତ୍ତୀ ୭ ପିଢ଼ି ମନେ ରଖିବେ। ତୁମେ ପରାମର୍ଶ ଦେବାରେ ବେଶ ମାହିର ଓ ଲୋକଙ୍କୁ ପୁଲିସ୍‌ ଷ୍ଟେସନ ଯାଇ ଅଭିଯୋଗ କରିବାକୁ ମଧ୍ୟ କହୁଛ। ତୁମେ ମଧ୍ୟ ଗୋଟିଏ ଅଭିଯୋଗ ଦାଖଲ କରିଛ। ତଥାପି କିଛି ଅସୁବିଧା ନାହିଁ।

ଏବେ ବେଶ ଧ୍ୟାନର ସହ ଶୁଣ। ତୁମ ସହ କାମ କରୁଥିବା ପ୍ରତିଟି ମ୍ୟାନେଜର ଓ ପ୍ରତିଟି ଲୋକଙ୍କ ତଥ୍ୟ ଆମ ପାଖରେ ରହିଛି। ସେମାନେ କେଉଁଠି ରୁହନ୍ତି, ସେମାନେ କେତେବେଳେ ଅଫିସ ଛାଡ଼ନ୍ତି, କେତେବେଳେ ଫେରନ୍ତି ଓ ସେମାନଙ୍କ ପରିବାର ଲୋକ କେଉଁଠି ରୁହନ୍ତି, ସେସବୁ ଖବର ଆମ ପାଖରେ ରହିଛି। ଆମେ ସିଧାସଳଖ ତୁମକୁ କିଛି କହିବୁ ନାହିଁ।

ଆମେ ତୁମ ଅଧୀନରେ କାମ କରୁଥିବା ଲୋକଙ୍କୁ ଟାର୍ଗେଟ କରିବା ଆରମ୍ଭ କରିବୁ। ଗୋଟିଏ ଥର ଏହା ଆରମ୍ଭ ହୋଇଗଲେ, ତୁମେ ସବୁ କିଛି ବୁଝି ପାରିବ। ଆମେ ତୁମର ସମସ୍ତ କର୍ମଚାରୀଙ୍କୁ ମାରିଦେବୁ। ଠିକ ରାସ୍ତାକୁ ଚାଲି ଆସବ। ଏବେ ବି ଯଥେଷ୍ଟ ସମୟ ରହିଛି।” 

ଧମକପୂର୍ଣ୍ଣ ବାର୍ତ୍ତାରେ ରୋହିତ ଶେଟ୍ଟୀଙ୍କ କଥା ମଧ୍ୟ ରହିଛି। ଧମକ ଦେଇଥିବା ବ୍ୟକ୍ତି ସ୍ପଷ୍ଟ ଭାବେ ରୋହିତ ଓ ରଣବୀର ସିଂହଙ୍କୁ ବାର୍ତ୍ତାକୁ ସତର୍କତାର ସହ ଶୁଣିବାକୁ କହିଛି। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଯେକୌଣସି ଲୋକ ସେମାନଙ୍କ କଲକୁ ଅଣଦେଖା କରିବ, ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ମଧ୍ୟ ଧମକ ଦିଆଯାଇଛି। 

ହରି ବକ୍ସରର ନାମ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି। ନିକଟରେ ରୋହିତ ଶେଟ୍ଟୀଙ୍କ ମୁମ୍ବାଇ ସ୍ଥିତ ଘର ବାହାରେ ଗୁଳି ମାଡ଼ ହୋଇଥିଲା। ଏହା ପଛରେ ମଧ୍ୟ ହରି ବକ୍ସରର ହାତ ଥିବା କୁହାଯାଇଥିଲା। 

Ranveer Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe