Advertisment

ବଢ଼ିପାରେ ଶ୍ରୁତି ହସନ୍‌ଙ୍କ ଅଡୁଆ

ଚେନ୍ନାଇ: ଅଡୁଆରେ ତାମିଲ ତଥା ବଲିଉଡ ଅଭିନେତ୍ରୀ ଶ୍ରୁତି ହସନ୍‌। ତାଙ୍କ ନାଁରେ ରୁଜୁ ହୋଇଛି ମାମଲା। ମକ୍କଲ ନିଧି ମୟାମ (ଏମଏନଏମ) ମୁଖ୍ୟ କମଲ ହାସନଙ୍କ ଝିଅ ଶ୍ରୁ ତି ହସନଙ୍କ ବିରୋଧରେ ଅଭିଯୋଗ ଆଣିଛି ବିଜେପି। ତାମିଲନାଡୁରେ ବିଧାନସଭା ନିର୍ବାଚନ ବେଳେ କମଲ ହାସନଙ୍କ ସହ ଶ୍ରୁତି ମତଦାନ ବୁଥ ପରିଦର୍ଶନ କରି ନିୟମ ଉଲ୍ଲଂଘନ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ଭୋଟ ଦେଇସାରିବା ପରେ କମଲ […]

author-image
Madhupriya Mistry
ବଢ଼ିପାରେ ଶ୍ରୁତି ହସନ୍‌ଙ୍କ ଅଡୁଆ

Shruti Hassan

ଚେନ୍ନାଇ: ଅଡୁଆରେ ତାମିଲ ତଥା ବଲିଉଡ ଅଭିନେତ୍ରୀ ଶ୍ରୁତି ହସନ୍‌। ତାଙ୍କ ନାଁରେ ରୁଜୁ ହୋଇଛି ମାମଲା। ମକ୍କଲ ନିଧି ମୟାମ (ଏମଏନଏମ) ମୁଖ୍ୟ କମଲ ହାସନଙ୍କ ଝିଅ ଶ୍ରୁ ତି ହସନଙ୍କ ବିରୋଧରେ ଅଭିଯୋଗ ଆଣିଛି ବିଜେପି। ତାମିଲନାଡୁରେ ବିଧାନସଭା ନିର୍ବାଚନ ବେଳେ କମଲ ହାସନଙ୍କ ସହ ଶ୍ରୁତି ମତଦାନ ବୁଥ ପରିଦର୍ଶନ କରି ନିୟମ ଉଲ୍ଲଂଘନ କରିଛନ୍ତି ବୋଲି ଅଭିଯୋଗ ହୋଇଛି ।

Advertisment

[caption id="attachment_633538" align="aligncenter" width="650"]Kamal hassan ମତଦାନ କେନ୍ଦ୍ରରେ କମଲ ହାସନଙ୍କ ସହ ତାଙ୍କ ଦୁଇ ଝିଅ ଶ୍ରୁତି ଓ ଅକ୍ଷରା[/caption]

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ଭୋଟ ଦେଇସାରିବା ପରେ କମଲ ହାସନ ତାଙ୍କ ଝିଅ ଶ୍ରୁତି ହାସନ ଏବଂ ଅକ୍ଷରା ହାସନଙ୍କ ସହ ନିଜ ନିର୍ବାଚନୀ କ୍ଷେତ୍ର କୋଏମ୍ବାଟୁର ସାଉଥକୁ ଯାଇଥିଲେ।  ସେଠାକୁ ଯାଇ କମଲ ହାସନ ଭୋଟିଂର ହାଲଚାଲ ନେବା ପାଇଁ ମତଦାନ ବୁଥ ପରିଦର୍ଶନ କରିଥିଲେ । ଏହି ସମୟରେ ତାଙ୍କ ସହ ଶ୍ରୁତି ହସନ୍‌ ମଧ୍ୟ ଯାଇଥିଲେ।

Advertisment

ଏହାକୁ ନେଇ ବିଜେପି ଜାତୀୟ ମହିଳା ୱିଙ୍ଗ ନେତା ଭାନାଥୀ ଶ୍ରୀନିବାସନଙ୍କ ପକ୍ଷରୁ ବିଜେପି ଜିଲ୍ଲା ସଭାପତି ନନ୍ଦାକୁମାର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ମତଦାନ କେନ୍ଦ୍ର ପରିଦର୍ଶନ କରିଥିବାରୁ ଅଭିନେତ୍ରୀ ଶୃତି ହାସନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ବିଜେପି ଅଭିଯୋଗରେ କହିଛି ଯେ ଏକ ନିୟମ ଅଛି ଯେ ବୁଥ ଏଜେଣ୍ଟ ବ୍ୟତୀତ ଅନ୍ୟ କାହାକୁ ମତଦାନ କେନ୍ଦ୍ରକୁ ଯିବାକୁ ଅନୁମତି ନାହିଁ । ତେବେ ଏହି ନିୟମକୁ ଅଭିନେତ୍ରୀ ଶ୍ରୁତି ଭଙ୍ଗ କରିଛନ୍ତି। ତେଣୁ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେପି ଦାବି କରିଛି।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ୨୩୪ଟି ଆସନ ପାଇଁ ବିଧାନସଭା ନିର୍ବାଚନ ଶେଷ ହୋଇଛି। ନିର୍ବାଚନ ଆୟାଗ ଦେଇଥିବା ତଥ୍ୟ ଅନୁସାରେ ତାମିଲନାଡୁରେ ମୋଟ ୭୧.୭୯ ପ୍ରତିଶତ ଭୋଟିଂ ହୋଇଛି।

TamilnaduAssemblyElection2021 SHRUTI HASSAN