ମୁମ୍ବାଇ: ଗତ କିଛି ଦିନ ତଳେ ବଲିଉଡର ଭାଇଜାନ୍ ସଲମାନ ଖାନ୍ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ ତାଙ୍କର ଫିଲ୍ମ ଓ ଅନେକ ଶୋ’ର ଶୁଟିଂ ବନ୍ଦ ହୋଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି।
ସଲମାନ ଖାନ୍ ଡେଙ୍ଗରୁ ସୁସ୍ଥ ହୋଇଥିବା ବେଳେ ତାଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟରୁ ମିଳିଛି ଡେଙ୍ଗୁ ଲାର୍ଭା। ବିଲ୍ଡିଂ ଦୁଇଟି ସ୍ଥାନରେ ଡେଙ୍ଗୁ ଲାର୍ଭା ମିଳିଥିବା ବିଏମ୍ସି ସୂଚନା ଦେଇଛି । ଏହାପରେ ବିଏମ୍ସି ପକ୍ଷରୁ ତାଙ୍କର ପୂରା ବିଲ୍ଡିଂକୁ ସାନିଟାଇଜ କରାଯାଇଛି। ଔଷଧ ସିଞ୍ଚନ କରିବା ସହ ଅନ୍ୟ ସ୍ଥାନରେ ଅନୁସନ୍ଧାନ ଆରମ୍ଭ କରିଛି ବିଏମ୍ସି।
ଡେଙ୍ଗୁ ଯୋଗୁଁ ଏଥର ସଲମାନ ଖାନ ‘ବିଗ୍ ବସ୍ -୧୬’ ୱିକେଣ୍ଡ୍ କା ୱାର୍ ଏପିସୋଡ୍ରେ ନଜର ଆସି ନଥିଲେ। ତାଙ୍କ ସ୍ଥାନରେ କରଣ ଜୋହରଙ୍କୁ ଦେଖିବାକୁ ମିଳିଥିଲା। ଏହା ସହ ଅଭିନେତାଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ଶୁଟିଂ ମଧ୍ୟ ବନ୍ଦ ହୋଇଯାଇଥିଲା। ଡେଙ୍ଗୁ ପରେ ଅଭିନେତା ଆୟୁଷ ଶର୍ମାଙ୍କ ଦିୱାଲି ପାର୍ଟିରେ ନଜର ଆସିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଓସ୍କାର ରେସ୍ରୁ ଆଉଟ ହେଲା 'ଲାପତା ଲେଡିଜ୍'
କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲା। ମାତ୍ର ଏବେ ଏହା ଓସ୍କାର ରେସ୍ରୁ ବାହାରି ଯାଇଥିବା ବେଳେ ଭାରତୀୟ ସିନେ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା।
Bollywood
୭୪ ବର୍ଷରେ ଥଲାଇଭା, ଆଜିବି କମିନି ରଜନୀକାନ୍ତଙ୍କ କ୍ରେଜ୍
ରଜନୀକାନ୍ତ ଦେଶର ଏମିତି ଜଣେ ଅଭିନେତା ଯାହାଙ୍କ ଷ୍ଟାଇଲ୍ ଓ ନିଆରା ଆକ୍ସନ୍ ୫୦ ବର୍ଷ ପରେ ବି ଦର୍ଶକଙ୍କୁ ଦିୱାନା କରି ରଖିଛି। ତାଙ୍କ ଜନ୍ମଦିନରେ ଚେନ୍ନାଇରେ ଜୋରଦାର ସେଲିବ୍ରେସନ୍ ଆରମ୍ଭ ହୋଇଛି।
Bollywood
ଆଓ୍ୱାର୍ଡ ଶୋ'କୁ ଡ଼ାକି ଅଭିନେତାଙ୍କୁ ଅପହରଣ, ଲୁଟି ନେଲେ ୨ ଲକ୍ଷ
ଅପହରଣ ପରେ ଅଭିନେତାଙ୍କ ଠାରୁ ମୋଇବାଲଇ ଛଡ଼ାଇ ନିଆଯାଇଥିଲା। ୧୨ ଘଣ୍ଟା ଧରି ତାଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।
Bollywood
ଅଡୁଆରେ ଅଭିନେତା ଧର୍ମେନ୍ଦ୍ର, ସମନ ଜାରି କଲେ କୋର୍ଟ
ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଅଭିନେତା ଧର୍ମେନ୍ଦ୍ର ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ଏକ ଠକେଇ ମାମଲାରେ ସମନ ଜାରି କରିଛନ୍ତି।
Bollywood
ଫିଲ୍ମ ନିର୍ଦ୍ଦେଶକ ସୁଭାଷ ଘାଇ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
୭୯ ବର୍ଷୀୟ ସୁଭାଷଙ୍କୁ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା, ଦୁର୍ବଳତା ଓ ବାରମ୍ବାର ମୁଣ୍ଡ ବୁଲାଉ ଥିବାରୁ ଆଇସିୟୁରେ ଆଡମିଟ୍ କରାଯାଇଛି।