‘ଲୋକଙ୍କ ଘଣ୍ଟା ଚୋରି କରନ୍ତି ଅକ୍ଷୟ କୁମାର’

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୟ ଶୈଳୀକୁ ଫ୍ୟାନ ଅଧିକ ପସନ୍ଦ କରିଥାନ୍ତି।

ତେବେ ଦୁହିଁଙ୍କୁ ଏକା ସଙ୍ଗରେ ଅଧିକ ଫିଲ୍ମରେ ଦେଖିବାକୁ ମିଳିନାହିଁ। ଫିଲ୍ମ ‘ଆରଜୁ’ ଓ ‘ଦିଲତୋ ପାଗଲ ହେ’ରେ ଦୁହିଁଙ୍କୁ ଶେଷଥର ପାଇଁ ଦେଖିବାକୁ ମିଳିଥିଲା। ହେଲେ ଏହି ଦୁଇ କଳାକାରଙ୍କ ମଧ୍ୟରେ ଏବେ ବି ଭଲ ବନ୍ଧୁତା ରହିଛି।

ନିକଟରେ ଏକ ଇଣ୍ଟରଭ୍ୟୁୟୁରେ ମାଧୁରୀ ଅକ୍ଷୟଙ୍କର ଏକ ମଜାଳିଆ ସିକ୍ରେଟ ଶେୟାର କରିଛନ୍ତି। ଯାହା ଖୁବ କମ ଲୋକଙ୍କୁ ଜଣାଥିବ।
ମାଧୁରୀ କହିଛନ୍ତି, ଖିଲାଡି ଅକ୍ଷୟ କୁମାର ଲୋକଙ୍କର ଘଣ୍ଟା ଚୋରି କରି ନେଇଯାଆନ୍ତି। ସେ ଏପରି ଚୋରି କରନ୍ତି ଯେ ସାମ୍ନା ଲୋକଙ୍କୁ ଚୋରିର ଆଭାସ ମଧ୍ୟ ମିଳିନଥାଏ।

ଏକ ରିଆଲିଟି ଶୋ’ରେ ମଧ୍ୟ ମାଧୁରୀ ଅକ୍ଷୟଙ୍କ ଚୋରି କଥା କହିଥିଲେ। ଅକ୍ଷୟ ଘଣ୍ଟା ଚୋରି କରୁଥିବା ସେ ଦେଖିଛନ୍ତି।
ମୁହଁରୁ ସେ ଯେତିକି ସରଳ ଲାଗନ୍ତି, ଭିତରୁ ସେ ସେତିକି ଦୁଷ୍ଟ ବୋଲି ମାଧୁରୀ ଇଣ୍ଟରଭ୍ୟୁୟୁରେ କହିଛନ୍ତି।

ବଲିଉଡ ସେଲେବ୍ରିଟି କରୋନା ପାଇଁ ଶୁଟିଂ ସେଟକୁ ନଯାଇ ଘରେ ସମୟ କାଟୁଛନ୍ତି। ଅକ୍ଷୟ ଓ ମାଧୁରୀ ଘରେ ରହି ଶୋସାଲ ମିଡିଆରେ ଫ୍ୟାନଙ୍କ ସହିତ କଥା ହେଉଛନ୍ତି।

ଶେଷଥର ପାଇଁ ମାଧୁରୀଙ୍କୁ ‘କଳଙ୍କ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କ ସହିତ ଆଲିଆ ଭଟ୍ଟ, ବରୁଣ ଧାଵନ, ଆଦିତ୍ୟ ରାୟ କପୁର, ସୋନାକ୍ଷୀ ସିହ୍ନା ଓ ସଞ୍ଜୟ ଦତ୍ତ ଅଭିନୟ କରିଥିଲେ।

ସେହିପରି ଆକ୍ଷୟ କୁମାରଙ୍କୁ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’, ‘ବେଲ ବଟମ’ ଓ ‘ବଚ୍ଚନ ପାଣ୍ଡେ’ ଆଦିରେ ନଜର ଆସିବେ। ଲକଡାଉନ ପରେ ‘ବେଲ ବଟମ’ ଫିଲ୍ମର ଶୁଟିଂ ଲଣ୍ଡନରେ ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ

ହରିଆଣା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁଶାନ୍ତଙ୍କ ବାପା ଓ ଭଉଣୀ, ଜାଣନ୍ତୁ କାରଣ

କିଛି ଦିନ ପରେ ବାପା ହୋଇଥାଆନ୍ତେ, କିନ୍ତୁ ବିମାନ ଦୁର୍ଘଟଣା ନେଇଗଲା ଜୀବନ

ଦୁଇ ଥର ଭାଗ୍ୟ ସାଥ ଦେଲା! ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଗଲା ବିମାନ

ସାମ୍ନାକୁ ଆସିଲା ଦିଶାଙ୍କ ଶେଷ ଭିଡିଓ, ଶୁଟିଂର କିଛି ଘଣ୍ଟା ପରେ ମିଳିଥିଲା ମୃତଦେହ

ମରିଗଲା ମାନବିକତା! ହସ୍ପିଟାଲ ଆଗରେ ବୃଦ୍ଧାଙ୍କୁ ନିର୍ଘାତ ମାଡ଼, ଭିଡିଓ ଭାଇରାଲ

‘ଠକ ଠକ’ ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ, କୋଟିଏ ଟଙ୍କାରୁ ଅଧିକ ଦାମର ଅଳଙ୍କାର ଠାବ

କେମିକାଲ ଫ୍ୟାକ୍ଟ୍ରୀରେ ଭୟଙ୍କର ଅଗ୍ନିକାଣ୍ଡ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

ଛେଳିଙ୍କ ଡିସ୍କୋ ଡ୍ୟାନ୍ସ, ଭିଡିଓ ଭାଇରାଲ

ସୁଶାନ୍ତଙ୍କ ଶେଷ ସନ୍ତକ ଜାରି କରି ଇମୋସନାଲ ହେଲେ ରିୟା ଚକ୍ରବର୍ତ୍ତୀ

ରିୟାଙ୍କ ଆବେଦନକୁ ବିରୋଧ, ସୁପ୍ରିମକୋର୍ଟରେ ପହଞ୍ଚିଲେ ସୁଶାନ୍ତଙ୍କ ବାପା

ବିମାନ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଲୋକଙ୍କର ହେବ କରୋନା ଟେଷ୍ଟ