Advertisment

'ଲୋକଙ୍କ ଘଣ୍ଟା ଚୋରି କରନ୍ତି ଅକ୍ଷୟ କୁମାର'

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୟ ଶୈଳୀକୁ ଫ୍ୟାନ ଅଧିକ ପସନ୍ଦ କରିଥାନ୍ତି। ତେବେ ଦୁହିଁଙ୍କୁ ଏକା ସଙ୍ଗରେ ଅଧିକ ଫିଲ୍ମରେ ଦେଖିବାକୁ ମିଳିନାହିଁ। ଫିଲ୍ମ ‘ଆରଜୁ’ ଓ ‘ଦିଲତୋ ପାଗଲ ହେ’ରେ ଦୁହିଁଙ୍କୁ ଶେଷଥର ପାଇଁ ଦେଖିବାକୁ ମିଳିଥିଲା। ହେଲେ ଏହି ଦୁଇ କଳାକାରଙ୍କ ମଧ୍ୟରେ ଏବେ ବି ଭଲ ବନ୍ଧୁତା ରହିଛି। ନିକଟରେ ଏକ ଇଣ୍ଟରଭ୍ୟୁୟୁରେ ମାଧୁରୀ ଅକ୍ଷୟଙ୍କର ଏକ ମଜାଳିଆ ସିକ୍ରେଟ ଶେୟାର କରିଛନ୍ତି। ଯାହା […]

ଆଗାମୀ ଫିଲ୍ମ ପାଇଁ ଫିସ୍ ବଢ଼ାଇଲେ ଅକ୍ଷୟ

akshaya-kumar

Advertisment

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୟ ଶୈଳୀକୁ ଫ୍ୟାନ ଅଧିକ ପସନ୍ଦ କରିଥାନ୍ତି।

Advertisment

ତେବେ ଦୁହିଁଙ୍କୁ ଏକା ସଙ୍ଗରେ ଅଧିକ ଫିଲ୍ମରେ ଦେଖିବାକୁ ମିଳିନାହିଁ। ଫିଲ୍ମ 'ଆରଜୁ' ଓ 'ଦିଲତୋ ପାଗଲ ହେ'ରେ ଦୁହିଁଙ୍କୁ ଶେଷଥର ପାଇଁ ଦେଖିବାକୁ ମିଳିଥିଲା। ହେଲେ ଏହି ଦୁଇ କଳାକାରଙ୍କ ମଧ୍ୟରେ ଏବେ ବି ଭଲ ବନ୍ଧୁତା ରହିଛି।

ନିକଟରେ ଏକ ଇଣ୍ଟରଭ୍ୟୁୟୁରେ ମାଧୁରୀ ଅକ୍ଷୟଙ୍କର ଏକ ମଜାଳିଆ ସିକ୍ରେଟ ଶେୟାର କରିଛନ୍ତି। ଯାହା ଖୁବ କମ ଲୋକଙ୍କୁ ଜଣାଥିବ।
ମାଧୁରୀ କହିଛନ୍ତି, ଖିଲାଡି ଅକ୍ଷୟ କୁମାର ଲୋକଙ୍କର ଘଣ୍ଟା ଚୋରି କରି ନେଇଯାଆନ୍ତି। ସେ ଏପରି ଚୋରି କରନ୍ତି ଯେ ସାମ୍ନା ଲୋକଙ୍କୁ ଚୋରିର ଆଭାସ ମଧ୍ୟ ମିଳିନଥାଏ।

Advertisment

ଏକ ରିଆଲିଟି ଶୋ'ରେ ମଧ୍ୟ ମାଧୁରୀ ଅକ୍ଷୟଙ୍କ ଚୋରି କଥା କହିଥିଲେ। ଅକ୍ଷୟ ଘଣ୍ଟା ଚୋରି କରୁଥିବା ସେ ଦେଖିଛନ୍ତି।
ମୁହଁରୁ ସେ ଯେତିକି ସରଳ ଲାଗନ୍ତି, ଭିତରୁ ସେ ସେତିକି ଦୁଷ୍ଟ ବୋଲି ମାଧୁରୀ ଇଣ୍ଟରଭ୍ୟୁୟୁରେ କହିଛନ୍ତି।

ବଲିଉଡ ସେଲେବ୍ରିଟି କରୋନା ପାଇଁ ଶୁଟିଂ ସେଟକୁ ନଯାଇ ଘରେ ସମୟ କାଟୁଛନ୍ତି। ଅକ୍ଷୟ ଓ ମାଧୁରୀ ଘରେ ରହି ଶୋସାଲ ମିଡିଆରେ ଫ୍ୟାନଙ୍କ ସହିତ କଥା ହେଉଛନ୍ତି।

ଶେଷଥର ପାଇଁ ମାଧୁରୀଙ୍କୁ 'କଳଙ୍କ' ଫିଲ୍ମରେ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କ ସହିତ ଆଲିଆ ଭଟ୍ଟ, ବରୁଣ ଧାଵନ, ଆଦିତ୍ୟ ରାୟ କପୁର, ସୋନାକ୍ଷୀ ସିହ୍ନା ଓ ସଞ୍ଜୟ ଦତ୍ତ ଅଭିନୟ କରିଥିଲେ।

ସେହିପରି ଆକ୍ଷୟ କୁମାରଙ୍କୁ ଆଗାମୀ ଫିଲ୍ମ 'ସୂର୍ଯ୍ୟବଂଶୀ', 'ବେଲ ବଟମ' ଓ 'ବଚ୍ଚନ ପାଣ୍ଡେ' ଆଦିରେ ନଜର ଆସିବେ। ଲକଡାଉନ ପରେ 'ବେଲ ବଟମ' ଫିଲ୍ମର ଶୁଟିଂ ଲଣ୍ଡନରେ ଆରମ୍ଭ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe