Advertisment

ହନିମୁନରେ ଯାଇଛନ୍ତି ଆଶିଷ ବିଦ୍ୟାର୍ଥୀ, ଇନଷ୍ଟାରେ ଶେଆର କଲେ ଫଟୋ

୨୫ ମେ’ରେ ଆଶିଷ ବିଦ୍ୟାର୍ଥୀ ରୂପାଲି ବରୁଆଙ୍କୁ ଦ୍ୱିତୀୟ ବିବାହ କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
ashish-vidyarthi

ashish-vidyarthi

ପରିଣତ ବୟସରେ ପୁଣି ଥରେ ବର ସାଜି ବି-ଟାଉନ୍‌ର ହଟ୍‌ ଗସିପ ପାଲଟିଥିବା ଭେଟରାନ ଅଭିନେତା ଆଶିଷ ବିଦ୍ୟାର୍ଥୀ ଏବେ ନିଜର ଦ୍ୱିତୀୟ ପତ୍ନୀ ରୂପାଲି ବରୁଆଙ୍କ ସହ ହନିମୁନ ମନାଉଛନ୍ତି। ଉଭୟ ହନିମୁନ୍ ପାଇଁ ସିଙ୍ଗାପୁର ଯାଇଥିବା ଜଣାପଡ଼ିଛି। ଆଶିଷ ବିଦ୍ୟାର୍ଥୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେଠାକାର କିଛି ଫଟୋ ଶେଆର କରିଛନ୍ତି। ଆଉ ସେହି ଫଟୋ ଗୁଡ଼ିକ ଏବେ ଭାଇରାଲ ହେଉଛି। ଏହି ଫୋଟରେ ଆଶିଷ ଓ ରୂପାଲି ବେଶ୍ ଖୁସି ଥିବା ଜଣାପଡ଼ୁଛନ୍ତି। 

Advertisment

ଆଶିଷ ପତ୍ନୀ ରୂପାଲିଙ୍କ ସହ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ଶେଆର କରି ଲେଖିଛନ୍ତି, ମୋ ପ୍ରିୟ ଦୋସ୍ତମାନଙ୍କର ଭଲପାଇବା ଓ ଆର୍ଶୀବାଦ ପାଇଁ ଧନ୍ୟବାଦ। ଫ୍ୟାନମାନେ ମଧ୍ୟ ଆଶିଷ ଓ ରୂପାଲି ଫଟୋକୁ ବେଶ୍ ପସନ୍ଦ କରିଛନ୍ତି। ଏହାସହ ଅନେକ କମେଣ୍ଟ ମଧ୍ୟ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୫ ମେ’ରେ ଆଶିଷ ବିଦ୍ୟାର୍ଥୀ ରୂପାଲି ବରୁଆଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଗୌହାଟୀର ମୂଳବାସିନ୍ଦା ରୂପାଲି ଫ୍ୟାଶନ ଉଦ୍ୟୋଗ ସହ ଜଡ଼ିତ। ଆଶିଷ ବିଦ୍ୟାର୍ଥୀ ପ୍ରଥମ ସ୍ତ୍ରୀ ହେଉଛନ୍ତି ରାଜୋଶି ବରୁଆ। ଆଶିଷ ଓ ରାଜୋଶିଙ୍କ ଗୋଟିଏ ପୁଅ ମଧ୍ୟ ଅଛନ୍ତି।

Advertisment

Bollywood