Advertisment

ରାଜନୀତିରେ ପ୍ରବେଶ କରିବେ ଅଭିନେତ୍ରୀ ନେହା ଶର୍ମା, ଲଢ଼ିବେ ଲୋକସଭା ନିର୍ବାଚନ!

ସୋଶାଲ ମିଡିଆରେ ନେହା ଖୁବ୍ ପପୁଲାର। ଇନ୍‌ଷ୍ଟାଗ୍ରାମରେ ତାଙ୍କର ୨୧ ମିଲିୟନ ଫୋଲୋଅର ଅଛନ୍ତି।

ଅଦ୍ୟତନ ହୋଇଛି
Neha Sharma

Neha Sharma

Advertisment

୨୦୨୪ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ବଲିଉଡ୍ ଅଭିନେତ୍ରୀ ନେହା ଶର୍ମା। ତାଙ୍କ ବାପା ତଥା କଂଗ୍ରେସ ବିଧାୟକ ଅଜିତ ଶର୍ମା ଦେଇଛନ୍ତି ଏହି ସଙ୍କେତ। ବିହାର ବିଧାନସଭାରେ ଭାଗଲପୁରରୁ ବିଧାୟକ ଅଛନ୍ତି ଅଜିତ ଶର୍ମା।

Advertisment

ସେ କହିଛନ୍ତି ଯେ ମେଣ୍ଟ ସହିତ ଆସନ ବୁଝମଣା ବେଳେ ଯଦି କଂଗ୍ରେସ ଭାଗଲପୁର ଲୋକସଭା ଆସନ ପାଇବ, ତା’ହେଲେ ସେଠାରେ ସେ ତାଙ୍କ ଝିଅ ନେହା ଶର୍ମାଙ୍କୁ ପ୍ରାର୍ଥୀ କରିବା ପାଇଁ ଚାହିଁବେ।

ଅଜିତ ଶର୍ମା କହିଛନ୍ତି, କଂଗ୍ରେସକୁ ଭାଗଲପୁର ଆସନ ମିଳିବା ଉଚିତ। ଆମେ ସେଠାରେ ଲଢ଼ିବୁ ଓ ଜିତିବୁ। ଯଦି କଂଗ୍ରେସ ଭାଗଲପୁର ଆସନ ପାଏ, ତା’ହେଲେ ମୁଁ ମୋ ଝିଅ ନେହା ଶର୍ମାଭ୍କୁ ପ୍ରାର୍ଥୀ କରିବାକୁ ଚାହିଁବି। ମୁଁ ଏବେ ବିଧାୟକ ଅଛି। ତେଣୁ ମୁଁ ନିଜେ ଲଢ଼ିବି ନାହିଁ। କିନ୍ତୁ ଯଦି ଦଳ କହିବ, ତା’ହେଲେ ମୁଁ ଲଢ଼ିବି।

Advertisment

ସେ ଆହୁରି କହିଛନ୍ତି, ଏଥର ଆମେ ବିହାରରେ NDAକୁ ମୂଳପୋଛ କରି ଦେବୁ। ନରେନ୍ଦ୍ର ମୋଦିଙ୍କୁ କ୍ଷମତାଚ୍ୟୁତ କରିବାର ଦାୟିତ୍ୱ ଏଥର ବିହାର ନେବ।

ନେହା ଶର୍ମାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ ହୋଇଥିଲା ୨୦୦୭ରେ ତେଲୁଗୁ ଫିଲ୍ମ ‘ଚିରୁଥା’ରୁ। ଏଥିରେ ସେ ରାମ ଚରଣଙ୍କ ସହିତ ଅଭିନୟ କରିଥିଲେ। ୨୦୦୯ରେ ତାଙ୍କର ଆଉ ଏକ ତେଲୁଗୁ ଫିଲ୍ମ ଆସିଥିଲା। ଏହାର ନାଁ ଥିଲା କୁରାଡୁ। ୨୦୧୦ରେ ସେ ହିନ୍ଦୀ ଫିଲ୍ମରେ ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ଥିଲା ‘କ୍ରୁକ୍‌’। ଏଥିରେ ସେ ଇମ୍‌ରାନ ହାଶମୀଙ୍କ ସହିତ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ମଧ୍ୟରେ ରହିଛି କ୍ୟା ସୁପର କୁଲ୍ ହେଁ ହମ୍, ଜୟନ୍ତଭାଇ କୀ ଲଭ୍ ଷ୍ଟୋରୀ, ୟମଲା ପଗଲା ଦୀୱାନା ୨, ୟଙ୍ଗିସ୍ତାନ, ତୁମ ବିନ୍ ୨ ଓ ତାନାଜୀ।

ସୋଶାଲ ମିଡିଆରେ ନେହା ଖୁବ୍ ପପୁଲାର। ତାଙ୍କର ଟ୍ରାଭେଲ କଣ୍ଟେଣ୍ଟ ପାଇଁ ସେ ସୋଶାଲ ମିଡିଆରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ତାଙ୍କର ୨୧ ମିଲିୟନ ଫୋଲୋଅର ଅଛନ୍ତି।

Loka Sabha Election 2024 Neha Sharma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe