Advertisment

ଦୁର୍ଘଟଣାରେ ଆଖି ବୁଜିଲେ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭିଣେଇ

ପଙ୍କଜ ତ୍ରିପାଠୀଙ୍କ ଭିଣେଇ ରାଜେଶ ତିଓ୍ୱାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଭଉଣୀ ସରିତା ଗୁରୁତର ଅଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।

Pankaj Tripathi brother in law accident

Pankaj Tripathi brother in law accident

Advertisment

ସଡ଼କ ଦୁର୍ଘଟଣାର ଶିକାର ହେଲେ ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭଉଣୀ ଓ ଭିଣେଇ। ନିଜ ଗାଁକୁ ଫେରୁଥିବା ବେଳେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପଙ୍କଜ ତ୍ରିପାଠୀଙ୍କ ଭିଣେଇ ରାଜେଶ ତିଓ୍ୱାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଭଉଣୀ ସରିତା ଗୁରୁତର ଅଛନ୍ତି। ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଅଭିନେତା ପଙ୍କଜଙ୍କ ଭିଣେଇ ରାଜେଶ ଓରଫ ମୁନ୍ନା ଜଣେ ରେଲଓ୍ୱେ କର୍ମଚାରୀ ଅଟନ୍ତି। ତାଙ୍କ ପୋଷ୍ଟିଂ ପଶ୍ଚିମବଙ୍ଗର ଚିତରଞ୍ଜନ ଷ୍ଟେସନରେ ହୋଇଥିଲା। ବିହାରର ଗୋପାଳଗଞ୍ଜର ସେ ବାସିନ୍ଦା ଅଟନ୍ତି। ଶନିବାର ପତ୍ନୀ ସରିତାଙ୍କୁ ନେଇ ସେ ନିଜ ଗାଁ କମଲପୁରରୁ ଚିତରଞ୍ଜନ ଯାଉଥିଲେ। ତେବେ ଜିଟି ରୋଡ୍‌ ସ୍ଥିତ ନିରସା ମାର୍କେଟ ଛକରେ ପହଞ୍ଚିବା ପୂର୍ବରୁ ତାଙ୍କ କାର୍‌ ଡିଭାଇଡର୍‌ରେ ପିଟି ହୋଇଥିଲା। ଏହାପରେ ନିୟନ୍ତ୍ରଣ ହରାଇ କାର୍‌ଟି ଏକ ପୋଲ ଖମ୍ବକୁ ବାଡେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଶନିବାର ଅପରାହ୍ଣ ୪ଟାରେ ଏହି ଦୁର୍ଘଟଣା ଘଟିଥିଲା। ଏହି ପୂରା ଦୁର୍ଘଟଣା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। 

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ରାଜେଶ ଓ ସରିତାଙ୍କ କାର୍‌ ଭିତରୁ ବାହାର କରିଥିଲା। ଉଭୟଙ୍କୁ ଧନବାଦ ମେଡିକାଲ କଲେଜ ନିଆଯାଇଥିଲା। ତେବେ ରାଜେଶଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ପଙ୍କଜ ତ୍ରିପାଠୀଙ୍କ ଭଉଣୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି।

Advertisment

ଗତ ବର୍ଷ ଅଗଷ୍ଟ ମାସରେ ପଙ୍କଜ ତ୍ରିପାଠୀ ନିଜ ବାପାଙ୍କୁ ହରାଇଥିଲେ। ତାଙ୍କ ବାପା ପଣ୍ଡିତ ବନାରସ ତ୍ରିପାଠୀଙ୍କ ୯୯ ବର୍ଷ ବୟସରେ ଦେହାନ୍ତ ହୋଇଥିଲା।

Bollywood Road Accident Pankaj Tripathi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe