Advertisment

ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର

‍ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍‌ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।

bollywood-celebs-vote

bollywood-celebs-vote

Advertisment

ଆଜି ସକାଳୁ ଦେଶର ସବୁଠୁ ଧନୀ ରାଜ୍ୟ ମହାରାଷ୍ଟ୍ରରେ ଆରମ୍ଭ ହୋଇଛି ମତଦାନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ସରିବ। ଏହି ନିର୍ବାଚନୀ ପ୍ରକିୟାରେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ସାଧାରଣ ଭୋଟରଙ୍କ ସମେତ ବଲିଉଡ ଷ୍ଟାର ବି ବେଶ୍‌ ଉତ୍ସୁକ ଅଛନ୍ତି। ବୁଥ୍‌ମାନଙ୍କରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଭୋଟ ଦେଉଛନ୍ତି ବି- ଟାଉନ୍‌ର ହାଇ ପ୍ରୋଫାଇଲ୍‌ ଷ୍ଟା।ର ।

Advertisment

ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍‌ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି। ଅକ୍ଷୟ କୁମାରଙ୍କ ନିକଟରେ କାନାଡା ନାଗରିକତା ଥିବା ବେଳେ ତାଙ୍କ ଭାରତୀୟତା ଉପରେ ବହୁ ଥର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାତ୍ର ଶରୀର,ହୃଦୟ, ଆତ୍ମାରୁ ନିଜକୁ ଭାରତୀୟ କହିଛନ୍ତି ଅକ୍ଷୟ । ଜୀବନର ଖରାପ ସମୟରେ କାନାଡାରେ ରହି ରୋଜଗାର ନିମନ୍ତେ ସ୍ଥିର କରିଥିଲେ। ଏଥିପାଇଁ ସେଠାକାର ନାଗରିକତା ଗ୍ରହଣ କରିଥିବା କହିଥିଲେ। ମାତ୍ର ଏବେ ସେ ପୁଣି ଥରେ ଭାରତୀୟ ନାଗରିକତା ପାଇଁ ଆବେଦନ କରିଥିବା କହିଛନ୍ତି।

ଅକ୍ଷୟ କୁମାରଙ୍କୁ ବାଦ ଦେଲେ ସ୍ତ୍ରୀ- ୨ ର ହିରୋ ରାଜକୁମାର, ମିର୍ଜାପୁର ଷ୍ଟାର ଅଲି ଫଜଲ ବି ସକାଳୁ ସକା ବି ଭୋଟ ଦେବାକୁ ବୁଥ୍‌ରେ ପହଞ୍ଚିଥିଲେ। ଏହାବାଦ ଆକ୍ଟର -ଫିଲ୍ମମେକର ଫରହାନ ଅଖତର ନିଜ ଫିଲ୍ମମେକର ଭଉଣୀ ଜୋୟା ଅଖତରଙ୍କ ସହ ବାନ୍ଦ୍ରା ପୁଲିଂ ଷ୍ଟେଶନରେ ପହଞ୍ଚି ଭୋଟ ଦେଇଛନ୍ତି। ଏହାପରେ ମିଡିଆ ସମ୍ମୁଖରେ ନିଜ କାଳି ଲଗା ଆଙ୍ଗୁଠି ଦେଖାଇ ଫଟୋ ଉଠାଇବାକୁ ବି ପଛାଇ ନାହାନ୍ତି।

Advertisment

ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ଆଜି ସକାଳେ ଆରମ୍ଭ ହୋଇଛି ଭୋଟିଂ। ମୋଟ୍ ୪ ହଜାର ୧୩୬ ପ୍ରାର୍ଥୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି। ଏମାନଙ୍କ ମଧ୍ୟରେ ୨ ହଜାର ୮୬ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି। ମହାରାଷ୍ଟ୍ରରେ ଦୁଇ ମେଣ୍ଟ - ମହାୟୁତି ଏବଂ ମହା ବିକାଶ ଅଘାଡି ମଧ୍ୟରେ ହେଉଛି ଜୋରଦାର ଟକ୍କର। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନା, ବିଜେପି ଏବଂ ଏନ୍ସିପି ଅଜିତ ପାୱାର ଗୋଷ୍ଠୀକୁ ନେଇ ଗଠନ ହୋଇଛି ମହାୟୁତି ମେଣ୍ଟ।

Entertainment Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe