bollywood CONTROVERSY
ବର୍ଷ ସରି ସରି ଆସୁଛି । ହାତରେ ଆଉ ଦିନ ତିନି ଚାରିଟା। ଇତିହାସ ହୋଇଯିବ ବର୍ଷ ୨୦୨୨। ଆଉ, ସ୍ମୃତିରେ ରହିଯିବ ଏବର୍ଷ ବଲିଉଡ ସାମ୍ନା କରିଥିବା କିଛି ବିବାଦ। ସାରା ବିଶ୍ୱରେ ପରିଚିତ ଓ ଚର୍ଚ୍ଚିତ ଏହି ଫିଲ୍ମ ଇଣ୍ଡଷ୍ଚ୍ରୀ ବର୍ଷ ଟ୍ୱେଣ୍ଟି ଟ୍ୱେଣ୍ଟି ଟୁରେ କେତେବେଳେ ଫିଲ୍ମ ପାଇଁ ତ କେତେବେଳେ ଗୀତକୁ ନେଇ ଥିଲା ବିବାଦରେ। କିଛି ଫିଲ୍ମର କଂଟ୍ରୋଭର୍ସିଆଲ କାହାଣୀକୁ ନେଇ ବି ଚର୍ଚ୍ଚା ହୋଇଥିଲା ସରଗରମ।
/odisha-reporter/media/post_attachments/lingo/gnt/images/photo_gallery/202212/dexter_14_1.jpg)
ରିଲିଜ ପୂର୍ବରୁ ବିବାଦରେ ଫସିଥିଲା ଫିଲ୍ମ ପଠାନ୍ର ଗୀତ ବେସରମ ରଙ୍ଗ। ଶାହରୁଖ ଖାନ୍ ଓ ଦୀପିକା ପାଦୁକୋନଙ୍କ ଫିଲ୍ମ ପଠାନ୍କୁ ନେଇ ହୋଇଥିଲା ବହୁ ତୁମ୍ବି ତୋଫାନ। ଗୀତରେ ଦୀପିକା ପିନ୍ଧିଥିବା ଗେରୁଆ ରଙ୍ଗର ବିକିନୀକୁ ନେଇ ଉଠିଥିଲା ଆପତ୍ତି। କେବଳ ସେତିକି ନୁହେଁ ଶାହରୁଖ ଓ ଦୀପିକାଙ୍କ ବୋଲ୍ଡ୍ ଡ୍ୟାନ୍ସ ଦେଖି ଚିହିଁକି ଉଠିଥିଲେ ଦର୍ଶକ। ସୋଶାଲ ମିଡିଆରେ ଏହି ଗୀତକୁ ଜୋରଦାର ବିରୋଧ କରାଯାଇଥିଲା। କେବଳ ସେତିକି ନୁହେଁ ଦୀପିକା ଓ ଶାହରୁଖଙ୍କୁ ହତ୍ୟା ଧମକ ମଧ୍ୟ ମିଳିଥିଲା।
/odisha-reporter/media/post_attachments/img/2022/12/19/550x309/kashmir_files_1669688327261_1671456512901_1671456512901.jpg)
୨୦୨୨ର ସବୁଠୁ ସଫଳ ଫିଲ୍ମ ମଧ୍ୟରୁ ଗୋଟିଏ ହେଲା ଦ କଶ୍ମୀର ଫାଇଲ୍ସ। ଏହି ଫିଲ୍ମକୁ ଯେତିକି ସଫଳତା ମିଳିଛି ସେତିକି ବିବାଦ ବି । କିଏ କିଏ ଫିଲ୍ମର କଣ୍ଟେଣ୍ଟକୁ ସମାଲୋଚନା କରିଥିବାବେଳେ ଆଉ କିଏ ଏହାକୁ ପ୍ରଶଂସା କରିଥିଲେ । ଫିଲ୍ମକୁ ନେଇ ଅନେକ ବିତର୍କ ମଧ୍ୟ ହୋଇଥିଲା। ଆଇଏଫଏଫଏ ମୁଖ୍ୟ ତଥା ଇସ୍ରାଏଲ୍ ଫିଲ୍ମ ନିର୍ମାତା ନାଦବ ଲାପିଡ ଏହି ଫିଲ୍ମକୁ ଅଶ୍ଳୀଳ ଓ ପ୍ରପାଗଣ୍ଡା ବୋଲି କହିଥିଲେ। ଏହାକୁ ନେଇ ବିବାଦ ମଧ୍ୟ ଉପୁଜିଥିଲା। ପରେ ଇସ୍ରାଏଲ ରାଷ୍ଟ୍ରଦୂତ କ୍ଷମା ମାଗିଥିଲେ।
/odisha-reporter/media/post_attachments/lingo/gnt/images/photo_gallery/202212/ranvir.jpg)
ଚଳିତ ବର୍ଷ ଚର୍ଚ୍ଚାରେ ଥିଲେ ରଣବୀର ସିଂହ। ଜୁଲାଇ ମାସରେ ତାଙ୍କୁ ନେଇ ଉଠିଥିଲା ବିବାଦ। ଏକ ମାଗାଜିନ୍ ପାଇଁ ନ୍ୟୁଡ୍ ଫଟୋ ସୁଟ୍ କରି ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରିଥିଲେ ରଣବୀର। ଫୋଟ ସାମ୍ନାକୁ ଆସିବା ପରେ ଚାରିଆଡୁ ବଢିଥିଲା ବିରୋଧ। ଥାନାରେ ମାମଲା ରୁଜୁ ହେଲା, ପୁଲିସ ବି ଜେରା କରିଥିଲା। ଅଶ୍ଳୀଳତା ପ୍ରସାର କରୁଥିବା ନେଇ ରଣବୀରଙ୍କ ନାଁରେ ଅଭିଯୋଗ ହୋଇଥିଲା।
/odisha-reporter/media/post_attachments/ibnlive/uploads/2022/07/untitled-design-2022-07-04t095905.674-16569092703x2.jpg)
ଚଳିତ ବର୍ଷ ଜୁଲାଇରେ ଡକ୍ୟୁମେଣ୍ଟାରୀ ଫିଲ୍ମ କାଳୀକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚା ହୋଇଥିଲା। ଫିଲ୍ମର ବିବାଦୀୟ ପୋଷ୍ଟରକୁ ନେଇ ଆରମ୍ଭ ହୋଇଥିଲା ହଙ୍ଗାମା। ଫିଲ୍ମର ପୋଷ୍ଟର ସୋଶାଲ ମିଡିଆର ଭାଇରାଲ ହେବା ପରେ ଫିଲ୍ମ ନିର୍ମାତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପୋଷ୍ଟର୍ରେ କାଳୀ ରୂପରେ ଜଣେ ମହିଳା ସଜେଇ ହୋଇ ହାତରେ ସିଗାରେଟ୍ ଧରି ଟାଣୁଥିବା ଦେଖିବାକୁ ମିଳିଥିଲା। ଏହାପରେ ଧର୍ମ ଓ ଦେବୀଦେବତାଙ୍କୁ ଅପମାନ କରାଯାଇଥିବା ଅଭିଯୋଗ ହୋଇଥିଲା।
/odisha-reporter/media/post_attachments/lingo/gnt/images/photo_gallery/202212/sukesh.jpg)
୨୦୦ କୋଟି ଟଙ୍କା ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢ଼ିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚାର୍ଜସିଟ୍ରେ ଜ୍ୟାକ୍ଲିନ୍ଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ଏହାପରେ ତାଙ୍କୁ ଘନ ଘନ ଜେରା କରିଥିଲା ଇଡି। ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ତାଙ୍କ ଅନ୍ତରଙ୍ଗ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା।
/odisha-reporter/media/post_attachments/lingo/gnt/images/photo_gallery/202212/laal.jpg)
ଚଳିତ ବର୍ଷ ବଲିଉଡକୁ ଅଧିକ ପ୍ରଭାବିତ କରିଥିଲା ସୋଶାଲ ମିଡିଆରେ ବୟକଟ୍ ଟ୍ରେଣ୍ଡ। ଏହି କାରଣରୁ ବକ୍ସ ଅଫିସ୍ରେ ଫ୍ଲପ୍ ହୋଇଥିଲା ଅନେକ ଫିଲ୍ମ। ବୟକଟ୍ର ପ୍ରଭାବ ଅଧିକ ପଡିଥିଲା ଆମୀର ଖାନ୍ଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡା ଉପରେ। ଯେତିକି ବଜେଟ୍ରେ ଫିଲ୍ମ ଶୁଟ୍ କରାଯାଇଥିଲା ସେତିକି ବ୍ୟବସାୟ ମଧ୍ୟ ହୋଇପାରିଲା ନାହିଁ। ଫିଲ୍ମ ଫ୍ଲପ୍ ହେବା ପରେ ଆମୀରଙ୍କୁ ଶକ୍ତ ଝଟ୍କା ଲାଗିଥିଲା। ଦେଢ଼ ବର୍ଷ ଯାଏଁ ସେ ଫିଲ୍ମରୁ ଦୂରେଇ ରହିବା ପାଇଁ ଘୋଷଣା କରିଥିଲେ।
/odisha-reporter/media/post_attachments/wp-content/uploads/2022/09/Brahmastra.webp)
ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବହୁପ୍ରତିକ୍ଷିତ ଫିଲ୍ମ ବ୍ରହ୍ମାସ୍ତ୍ରର ଟ୍ରେଲର ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଥିଲା। ଟ୍ରେଲର୍ର ଗୋଟିଏ ଦୃଶ୍ୟରେ ରଣବୀର ମନ୍ଦିର ଭିତରକୁ ଜୋତା ପିନ୍ଧି ପ୍ରବେଶ କରିବା ସହ ଘଣ୍ଟି ବାଡଉଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ସେତେବେଳେ ଜୋରଦାର ବିରୋଧ ହୋଇଥିଲା। ଫିଲ୍ମକୁ ନେଇ ସୋଶାଲ ମିଡିଆରେ ଆରମ୍ଭ ହୋଇଥିବା ବୟକଟ୍ ଟ୍ରେଣ୍ଡ।
/odisha-reporter/media/post_attachments/2022/10/Adipurush-teaser-1200.jpg)
ସେହିପରି ସାଉଥ ସୁପରଷ୍ଟାର୍ ପ୍ରଭାସଙ୍କ ଅପ୍କମିଂ ଫିଲ୍ମ ଆଦିପୁରୁଷର ଟିଜରକୁ ନେଇ ମଧ୍ୟ ବିବାଦ ଜୋର ଧରିଥିଲା। ଫିଲ୍ମରେ ଦେଖାଯାଇଥିବା ରାବଣ ଓ ହନୁମାନର ଲୁକ୍କୁ ନେଇ ବିରୋଧର ସ୍ୱର ଉଠିଥିଲା। କେବଳ ସେତିକି ନୁହେଁ ଖରାପ ଭିଏଫ୍ଏକ୍ସ ନେଇ ମଧ୍ୟ ଲୋକେ ସମାଲୋଚନା କରିଥିଲେ। ଏହାପରେ ଫିଲ୍ମର ମେକର୍ସ ବାଧ୍ୟ ହୋଇ ଫିଲ୍ମରେ କିଛି ପରିବର୍ତ୍ତନ କରିବା ସହ ଏହାର ରିଲିଜ ଡେଟ୍କୁ ବଦଳାଇବାକୁ ବାଧ୍ୟ ହୋଇଥିଲେ।
/odisha-reporter/media/post_attachments/wp-content/uploads/2022/11/09160316/best-south-indian-movies-2022.jpg)
ଚଳିତ ବର୍ଷ ବଲିଉଡ ଅପେକ୍ଷା ଟଲିଉଡକୁ ନେଇ ଅଧିକ ଚର୍ଚ୍ଚା ହୋଇଥିଲା। ବକ୍ସ ଅଫିସରେ ହିନ୍ଦୀ ଫିଲ୍ମ ଅପେକ୍ଷା ସାଉଥ ଫିଲ୍ମର ଥିଲା ଦବ୍ଦବା। ଲୋକେ ହିନ୍ଦୀ ଫିଲ୍ମକୁ ବୟକଟ୍ କରୁଥିବା ବେଳେ ସାଉଥ ଫିଲ୍ମ ମୁହାଁ ହୋଇଥିଲେ । ଫିଲ୍ମ ଆର୍ଆର୍ଆର୍ ଠାରୁ କେଜିଏଫ୍-୨, କାର୍ତ୍ତିକେୟ-୨, ବିକ୍ରମ, କନ୍ତାରା ବକ୍ସ ଅଫିସରେ ସୁପରଡୁପର୍ ହିଟ୍ ହୋଇଥିଲା।
/odisha-reporter/media/post_attachments/en/resize/newbucket/1200_-/2022/07/odia-actors-1658641695.jpg)
ଚଳିତ ବର୍ଷ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ରହିଥିଲା ଚର୍ଚ୍ଚାରେ। ଅଭିନେତା ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ନେଇ ଉଠିଥିଲା ବିବାଦ । ବିଚ୍ ରାସ୍ତାରେ କାର୍ ଭିତରୁ ପ୍ରକୃତିକୁ ଟାଣି ଆଣି ମାଡ ମାରିଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି। ଏହାକୁ ନେଇ ଅନେକ ତୁମ୍ବିତୋଫାନ ଉପୁଜିଥିଲା। କଥା କୋର୍ଟ ଯାଏଁ ମଧ୍ୟ ଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/12/bollywood-CONTROVERSY.jpg)