neha
ନୂଆଦିଲ୍ଲୀ : ଅଭିନେତ୍ରୀ ସନି ଲିଓନିଙ୍କ ପରେ ବଲିଉଡ୍ ସିଙ୍ଗର୍ ନେହା କକ୍କରଙ୍କ ନାମ ଏବେ କଲେଜ ଟପର୍ ମେରିଟ୍ ଲିଷ୍ଟରେ ଆସିଛି। ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଥିବା ଏକ କଲେଜର ମେରିଟ୍ ଲିଷ୍ଟରେ ଟପ୍ କରିଛନ୍ତି ନେହା।
ତେବେ ଏପରି ଭୁଲ୍କୁ ନେଇ କଲେଜର ପ୍ରିନ୍ସିପାଲ ଅନିରୁଦ୍ଧ ଚୌଧୁରୀ କହିଛନ୍ତି, ଶୁକ୍ରବାର ପ୍ରଥମ ମେରିଟ୍ ଲିଷ୍ଟ ଜାରି କରାଯାଇଥିଲା। ଏହାପରେ ଭୁଲ୍ରେ ପ୍ରକାଶ ପାଇଥିବା ନାମକୁ ସୁଧାରିବା ପାଇଁ ଦ୍ୱିତୀୟ ଲିଷ୍ଟ ପ୍ରକାଶ ପାଇଥିଲା। ଆମେ ଏନେଇ ସ୍ଥାନୀୟ ପୁଲିସ ଷ୍ଟେସନ ଓ ସାଇବର୍ କ୍ରାଇମ୍ ସେଲ୍ରେ ମାମଲା ରୁଜୁ କରିଛୁ। କେହି ଜାଣିଶୁଣି କଲେଜ ମେରିଟ୍ ଲିଷ୍ଟରେ ସେଲେବ୍ରିଟିଙ୍କ ନାମ ଦେଉଛି। ଶିକ୍ଷା ବ୍ୟବସ୍ଥା ଓ ଅନଲାଇନ୍ ଆଡମିସନ୍ ପ୍ରକ୍ରିୟାକୁ ଖରାପ କରିବା ପାଇଁ ଏହା ଚକ୍ରାନ୍ତ।
ସେପଟେ ଛାତ୍ର ସଂଗଠନର କହିବା ଅନୁସାରେ ଏପରି କାର୍ଯ୍ୟ କରିବା ପଛରେ କିଛି କୁଚକ୍ରିଙ୍କର ହାତ ରହିଛି।
ସୂଚନାଯୋଗ୍ୟ, କେବଳ ନେହା କକ୍କରଙ୍କ ନାମ ନୁହେଁ, ଶନିବାର ପ୍ରଗଣା ଜିଲ୍ଲାର ବରାସତ ସରକାରୀ କଲେଜର ଇଂରାଜୀ ଅନର୍ସ ଲିଷ୍ଟରେ ତୃତୀୟ ସ୍ଥାନରେ ଅଭିନେତ୍ରୀ ସନି ଲିଓନିଙ୍କ ନାମ ସ୍ଥାନ ପାଇଥିଲା। ୧୫୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ତାଙ୍କ ନାମ ୧୫୧ ସ୍ଥାନରେ ରହିଥିଲା। ଏହାପୂର୍ବରୁ ଆମେରିକାର ଆଡଲ୍ଟ ଷ୍ଟାର ଡୈନି ଡୈନିୟଲ୍ସ, ମିୟା ଖଲିଫାଙ୍କ ନାମ ମଧ୍ୟ ମେରିଟ୍ ଲିଷ୍ଟରେ ଥିବା ଦେଖିବାକୁ ମିଳିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/neha.jpg)