ଅଭିନେତା ହେବା ଆଗରୁ ହୋଟେଲର ୱେଟର ଥିଲେ ବୋମନ୍‌

ମୁମ୍ୱାଇ : ବଲିଉଡ୍‌ ଫିଲ୍ମ ‘ମୁନ୍ନାଭାଇ ଏମ୍‌ବିବିଏସ୍‌’ ଓ ‘ଥ୍ରୀ ଇଡିଅଟସ୍‌’ର ମୁଖ୍ୟ ଚରିତ୍ରରେ ସଞ୍ଜୟ ଦତ୍ତ ଓ ଆମୀର ଖାନ୍ ପରି କଳାକାର‌ ଅଭିନୟ କରିଥିଲେ ମଧ୍ୟ ଏସବୁ ଫିଲ୍ମରେ ଦର୍ଶକଙ୍କ ମନକୁ ଜିତି ନେଇଥିବା ଚରିତ୍ର ହେଉଛନ୍ତି ଅଭିନେତା ବୋମନ୍‌ ଇରାନୀ। ବୋମନ୍‌ ଏପରି ଜଣେ କଳାକାର ଯିଏ ସବୁ ପ୍ରକାର ଚରିତ୍ରରେ ଅଭିନୟ କରିବାର ଯାଦୁ ହାସଲ କରିଛନ୍ତି। ଆଜି ହେଉଛି ତାଙ୍କର ୬୧ତମ ଜନ୍ମଦିନ। ଜନ୍ମଦିନରେ ବୋମନ୍‌ଙ୍କ ଜୀବନରେ ବିଷୟରେ ଆସନ୍ତୁ […]

Waiter.jpg-1

Waiter.jpg-1

Puspanjali Panda
  • Published: Wednesday, 02 December 2020
  • Updated: 02 December 2020, 04:19 PM IST

ମୁମ୍ୱାଇ : ବଲିଉଡ୍‌ ଫିଲ୍ମ ‘ମୁନ୍ନାଭାଇ ଏମ୍‌ବିବିଏସ୍‌’ ଓ ‘ଥ୍ରୀ ଇଡିଅଟସ୍‌’ର ମୁଖ୍ୟ ଚରିତ୍ରରେ ସଞ୍ଜୟ ଦତ୍ତ ଓ ଆମୀର ଖାନ୍ ପରି କଳାକାର‌ ଅଭିନୟ କରିଥିଲେ ମଧ୍ୟ ଏସବୁ ଫିଲ୍ମରେ ଦର୍ଶକଙ୍କ ମନକୁ ଜିତି ନେଇଥିବା ଚରିତ୍ର ହେଉଛନ୍ତି ଅଭିନେତା ବୋମନ୍‌ ଇରାନୀ। ବୋମନ୍‌ ଏପରି ଜଣେ କଳାକାର ଯିଏ ସବୁ ପ୍ରକାର ଚରିତ୍ରରେ ଅଭିନୟ କରିବାର ଯାଦୁ ହାସଲ କରିଛନ୍ତି। ଆଜି ହେଉଛି ତାଙ୍କର ୬୧ତମ ଜନ୍ମଦିନ। ଜନ୍ମଦିନରେ ବୋମନ୍‌ଙ୍କ ଜୀବନରେ ବିଷୟରେ ଆସନ୍ତୁ ଜାଣିବା କିଛି ଅଜଣା କଥା।

୧. ପିଲାଟି ଦିନରୁ ହିଁ ଅଭିନୟ ପ୍ରତି ବୋମନଙ୍କର ଦୁର୍ବଳତା ରହିଆସିଥିଲା। ସ୍କୁଲରୁ ଆସିବା ପରେ ସେ ଲୁଚି ଲୁଚି ଫିଲ୍ମ ଦେଖିବା ପାଇଁ ଚାଲିଯାଉଥିଲେ। ଜନ୍ମ ପୂର୍ବରୁ ବୋମନ୍‌ଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା। ମା’ ତାଙ୍କୁ ପାଳିପୋଷି ବଡ଼ କରିଥିଲେ।

୨. ଅର୍ଥ ଅଭାବରୁ ଗୋଟିଏ ସମୟରେ ବୋମନ୍‌ ମା’ଙ୍କ ସହିତ ଏକ ବେକରୀ ସପ୍‌ରେ କାମ କରୁଥିଲେ।

୩. ଇରାନୀ ଜୋରାଷ୍ଟ୍ରିୟାନ୍‌ ପରିବାରରେ ଜନ୍ମ ନେଇଥିବା ବୋମନ୍‌ ସେଣ୍ଟ ମେରୀ ସ୍କୁଲରେ ପାଠ ପଢ଼ିଥିଲେ। ଏହାପରେ ସେ ମୁମ୍ୱାଇସ୍ଥିତ ମିଠିବାଇ କଲେଜରୁ ୱେଟର ପଲିଟେକନିକ୍‌ରେ ଡିପ୍ଲୋମା କୋର୍ସ କରି ତାଜ୍‌ ହୋଟେଲରେ ଏକ ୱେଟର ଭାବରେ କାର୍ଯ୍ୟ କରିଥିଲେ।

୪. ୱେଟର ଭାବରେ କାମ କରୁଥିବା ସମୟରେ ମିଳୁଥିବା ଟିପ୍ସକୁ ଏକାଠି କରି ବୋମନ୍‌ ଏକ କ୍ୟାମେରା କିଣିଥିଲେ ଏବଂ ଏହି କ୍ୟାମେରାରେ ସ୍କୁଲରେ ହେଉଥିବା ଫୁଟବଲ୍‌ ଓ କ୍ରିକେଟ ମ୍ୟାଚର ଫଟୋ ଉଠାଉଥିଲେ। ପରେ ଏହି ଫଟୋ ସବୁକୁ ବୋମନ୍‌ ୨୦ରୁ ୨୦ ଟଙ୍କାରେ ବିକ୍ରି କରି ପରିବାର ପାଇଁ ଟଙ୍କା ଜମା କରୁଥିଲେ।

୫. ୱେଟର ଭାବରେ କିଛି ବର୍ଷ କାମ କରିବା ପରେ ୨୦୦୦ ମସିହାରେ ବୋମନ୍‌ ଅଭିନୟ ଦୁନିଆରେ ପାଦ ଥାପିଥିଲେ। ଫିଲ୍ମ ‘ଡରନା ମନା ହୈ’ରେ ଏକ ଛୋଟ ଚରିତ୍ରରେ ଅଭିନୟ କରିବା ପାଇଁ ତାଙ୍କୁ ସୁଯୋଗ ମିଳିଥିଲା। ଏହାପରଠାରୁ ଆଉ ପଛକୁ ଫେରିନଥିଲେ ବୋମନ୍‌।

୬. ଏହାପରେ ୨୦୦୩ରେ ତାଙ୍କୁ ‘ବୁମ୍‌’ ଫିଲ୍ମରେ ଦେଖିବାକୁ ମିଳିଥିଲା। ‘ବୁମ୍‌’ ଫିଲ୍ମ ପରେ ବୋମନ୍‌ ‘ମୁନ୍ନା ଭାଇ ଏବିବିଏସ୍‌’ ଫିଲ୍ମରେ ଡ.ଜୋସୀ ଅସ୍ଥାନ ଚରିତ୍ରରେ ଅଭିନୟ କରିଥିଲେ। ଏହି ଚରିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ମନକୁ କିଣି ନେଇଥିଲେ। ଏହି ଫିଲ୍ମ ପାଇଁ ତାଙ୍କୁ କମିକ୍‌ ରୋଲ୍‌ରେ ବେଷ୍ଟ ପରଫୋମାନ୍ସର ଆୱାର୍ଡ ମିଳିଥିଲା।

୭. ଏହାର ତିନିବର୍ଷ ପରେ ବୋମନ୍‌ ‘ଲଗେ ରହୋ ମୁନ୍ନାଭାଇ’ ଫିଲ୍ମରେ ନଜର ଆସିଥିଲେ। ଯେଉଁଥିପାଇଁ ତାଙ୍କୁ ଫିଲ୍ମଫେଆର୍‌ରେ ବେଷ୍ଟ ଭିଲେନର ଆୱାର୍ଡ ମିଳିଥିଲା।

୮. ୨୦୦୯ରେ ଆସିଥିବା ଫିଲ୍ମ ‘ଥ୍ରୀ ଇଡିଅଟସ୍‌’ରେ ବୋମନଙ୍କର ଅଭିନୟକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ। ଏହି ଫିଲ୍ମରେ ତାଙ୍କ ‘ଭାଇରସ୍‌’ ଚରିତ୍ରକୁ ଦର୍ଶକେ ଆଜି ବି ମନେ ରଖିଛନ୍ତି। ‘ଥ୍ରୀ ଇଡିଅଟସ୍‌’ ପାଇଁ ବୋମନଙ୍କୁ ଷ୍ଟାର ସ୍କ୍ରିନ୍‌, ଆଇଫା ଓ ଫିଲ୍ମଫେଆର୍‌ର ତିନୋଟି ଆୱାର୍ଡ ମିଳିଥିଲା।

୯. କେବଳ ଏତିକି ନୁହେଁ, ଅନେକ ହିଟ୍‌ ଫିଲ୍ମ ଯେପରିକି ‘ମୈ ହୁଁ ନା’, ‘ଲକ୍ଷ୍ୟ’, ‘ବୀର-ଜାରା’, ‘ପେଜ୍‌ -୩’, ‘ବକ୍ତ-ଦ ରେସ୍‌ ଏଗେନ୍ସଟ୍ ଟାଇମ୍‌’, ‘ନୋ ଏଣ୍ଟ୍ରି’, ‘ଡନ୍‌’, ‘ହନିମୁନ୍‌ ଟ୍ରାଭେଲସ୍‌’, ‘ହେ ବେବୀ’, ‘ଦୋସ୍ତାନା’ ଆଦି ଫିଲ୍ମରେ ବୋମନ୍‌ କାମ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story