Advertisment

ଅମ୍ବାନୀ, ଅମିତାଭ ଓ ଧର୍ମେନ୍ଦ୍ରଙ୍କୁ ଧମକ, ଉଡ଼ାଇ ଦେବୁ ଘର

ଧର୍ମେନ୍ଦ୍ର, ଅମିତାଭ ବଚ୍ଚନ ଓ ଅମ୍ବାନୀଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇ ଦିଆଯାଇଛି।

author-image
Madhupriya Mistry
Mukesh Ambani, Amitabh Bachchan and Dharmendra

Mukesh Ambani, Amitabh Bachchan and Dharmendra

ବଲିଉଡ ଅଭିନେତା ଓ ଉଦ୍ୟୋଗପତିଙ୍କୁ ଧମକ। ଦେଶର ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀ, ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଓ ହି ମ୍ୟାନ୍ ଧର୍ମେନ୍ଦ୍ରଙ୍କୁ ମିଳିଛି ଧମକ। ବୋମା ଲଗାଇ ତାଙ୍କ ଘର ଉଡାଇ ଦେବାକୁ ଜଣେ ଅଜଣା ବ୍ୟକ୍ତି ପୁଲିସକୁ ଫୋନ୍ କରି ଜଣାଇଛି। ଏହାକୁ ନେଇ ଚାରିଆଡେ ଆତଙ୍କ ଖେଳି ଯାଇଛି। 

Advertisment

ମଙ୍ଗଳବାର ନାଗପୁର ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଏକ ଅଜଣା ଫୋନ୍ କଲ ଆସିଥିଲା। ଏହି ଫୋନ୍ କଲ୍ ମାଧ୍ୟମରେ ଜଣେ ଦୁର୍ବୃତ୍ତ ଅଭିନେତା ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର ଓ ମୁକେଶ ଅମ୍ବାନୀଙ୍କ ସମେତ ଅନେକ ନାଦୀଦାମୀ ବ୍ୟକ୍ତିଙ୍କ ଘରକୁ ବୋମା ଲଗାଇ ଉଡାଇ ଦେବାକୁ ଧମକ ଦେଇଥିଲା। ଏଥିସହ ଏହି ଆକ୍ରମଣ ପାଇଁ ୨୫ ଜଣ ଆତଙ୍କବାଦୀ ମୁମ୍ବାଇର ଦାଦର ଅଞ୍ଚଳରେ ପହଞ୍ଚି ସାରିଥିବା ଉକ୍ତ ଫୋନ୍ କରିଥିବା ବ୍ୟକ୍ତି କହିଥିଲା। ଏହାପରେ ପୂରା ପୁଲିସ କଣ୍ଟ୍ରୋଲ ରୁମ୍‌ରେ ହଇଚଇ ଖେଳିଯାଇଥିଲା। ଏହାପରେ ମୁମ୍ବାଇ ପୁଲିସକୁ ଏନେଇ ଖବର ଦିଆଯାଇଥିଲା। 

ମୁମ୍ବାଇ ପୁଲିସ ବୋମା ନିଷ୍କ୍ରିୟକାରୀ ଦଳ ସହ ଘଟଣାସ୍ଥଳରେ ପହଞ୍ଚିଥିଲା। ଛାନଭିନ୍ ଜରି ରହିବା ବେଳେ ଏବେ ସୁଦ୍ଧା କୌଣସି ବୋମା ମିଳିନାହିଁ। ଯେଉଁ ବ୍ୟକ୍ତି ଫୋନ୍ କରି ଏହି ଧମକ ଦେଇଥିଲେ ସେହି ବ୍ୟକ୍ତିଙ୍କୁ ଧରିବା ପାଇଁ ପୁଲିସ ଅଭିଯାନ ଚଳାଇଛି। ସେପଟେ ଏହି ମାମଲାକୁ ନେଇ ଧର୍ମେନ୍ଦ୍ର, ଅମିତାଭ ବଚ୍ଚନ ଓ ଅମ୍ବାନୀଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇ ଦିଆଯାଇଛି। 

Advertisment

ଧମକ ପରେ ଭାରତ ଭଳି ବିଦେଶରେ ମଧ୍ୟ ଅମ୍ବାନୀଙ୍କ ପରିବାରକୁ Z+ କ୍ୟାଟେଗୋରୀର ସୁରକ୍ଷା ପ୍ରଦାନ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ସୁରକ୍ଷାକର୍ମୀଙ୍କ ଭରଣପୋଷଣ ଅମ୍ବାନୀ ନିଜେ ଉଠାଇବେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  

Amitabh Bachchan Mukesh Ambani