Advertisment

କୁନ୍ଦ୍ରାଙ୍କୁ ମିଳିଲା ଆଶ୍ୱସ୍ତି, କିନ୍ତୁ ଏବେ ଜେଲରୁ ମିଳିବନି ମୁକ୍ତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ବମ୍ବେ ହାଇକୋର୍ଟ ତାଙ୍କୁ  ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଏହି ରାୟ ଆସିବା ପରେ ତାଙ୍କୁ ଅଳ୍ପ ଅଶ୍ୱସ୍ତି ମିଳିଛି। କିନ୍ତୁ ସେ ଜେଲ୍‌ରୁ ମୁକୁଳିବା ରାସ୍ତା ସଫା ହୋଇନାହିଁ। ସେ ଏବେ ଜେଲରେ ହିଁ ରହିବେ। ସୂଚନା ମୁତାବକ ନଭେମ୍ବର ୨୦୨୦ରେ ରୁଜୁ ହୋଇଥିବା ଏକ ମାମଲାରେ ତାଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଛି। ପୂର୍ବରୁ ଏହି ମାମଲାରେ […]

ଅଦ୍ୟତନ ହୋଇଛି
କୁନ୍ଦ୍ରାଙ୍କୁ ମିଳିଲା ଆଶ୍ୱସ୍ତି, କିନ୍ତୁ ଏବେ ଜେଲରୁ ମିଳିବନି ମୁକ୍ତି

Raj kundra

Advertisment

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ବମ୍ବେ ହାଇକୋର୍ଟ ତାଙ୍କୁ  ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଏହି ରାୟ ଆସିବା ପରେ ତାଙ୍କୁ ଅଳ୍ପ ଅଶ୍ୱସ୍ତି ମିଳିଛି। କିନ୍ତୁ ସେ ଜେଲ୍‌ରୁ ମୁକୁଳିବା ରାସ୍ତା ସଫା ହୋଇନାହିଁ। ସେ ଏବେ ଜେଲରେ ହିଁ ରହିବେ।

Advertisment

ସୂଚନା ମୁତାବକ ନଭେମ୍ବର ୨୦୨୦ରେ ରୁଜୁ ହୋଇଥିବା ଏକ ମାମଲାରେ ତାଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଛି। ପୂର୍ବରୁ ଏହି ମାମଲାରେ ମୁମ୍ବାଇ ସେସନ୍ସ କୋର୍ଟ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଥିଲେ। ଏହାପରେ ଗିରଫଦାରୀରୁ ବର୍ତ୍ତିବା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ରାଜ କୁନ୍ଦ୍ରା।

ବମ୍ବେ ହାଇକୋର୍ଟ ଆଜି ଏହି ମାମଲାର ଶୁଣାଣି କରିଛନ୍ତି। ଜଷ୍ଟିସ ସନ୍ଦୀପ ସିନ୍ଧେ ଏହି ମାମଲାରେ ରାଜ କୁନ୍ଦ୍ରାଙ୍କୁ ଅଗଷ୍ଟ ୨୫ ଯାଏଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଏଥିସହ ତାଙ୍କ ଗିରଫଦାରୀ ଉପରେ ମଧ୍ୟ ରୋକ ଲଗାଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୫ରେ ହେବ।

Advertisment

ଅଶ୍ଳୀଳ ଭିଡିଓ ତିଆରି କରିବା ଅଭିଯୋଗରେ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ କ୍ରାଇମବ୍ରାଂଚ ଗତ ଜୁଲାଇ ୧୯ ତାରିଖରୁ ଗିରଫ କରିଛି। ତାଙ୍କ ନାଁରେ ପର୍ଣ୍ଣଗ୍ରାଫି ଫିଲ୍ମ ତିଆରି କରି ହଟ୍‌ସଟ୍‌ ଆପ୍‌ରେ ଅପ୍‌ଲୋଡ କରୁଥିବା ଅଭିଯୋଗ ରହିଛି। ତେବେ ଏହା ପୂର୍ବରୁ ନଭେମ୍ବରରେ ମଧ୍ୟ ଏଭଳି ହିଁ ଏକ ମାମଲା ରାଜଙ୍କ ବିରୋଧ ରୁଜୁ ହୋଇଥିଲା। ତାଙ୍କୁ ପଚରାଉଚରା କରିବା ପାଇଁ ପୁଲିସ ସମନ ମଧ୍ୟ ପଠାଇଥିଲା। ସେତେବେଳେ ରାଜ ପୁଲିସ ଷ୍ଟେସନ ଆସି ନିଜ ବୟାନ ମଧ୍ୟ ରେକର୍ଡ କରିଥିଲେ। କିନ୍ତୁ  ଗିରଫଦାରୀ ଆଶଙ୍କା ଥିବାରୁ ରାଜ ଆଗୁଆ ଜାମିନ ଆବେଦନ କରିଥିଲେ।

Raj Kundra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe